ଜାପାନୀ ସୁପରବାଇକ୍ ମେକର Kawasaki ଫେବୃଆରୀ ୨୦୨୫ ରେ ଭାରତୀୟ ଗ୍ରାହକମାନଙ୍କ ପାଇଁ ଡିସକାଉଣ୍ଟ ଅଫର ଆଣିଛି । Kawasaki Z900, Ninja 650, Ninja 300 ଏବଂ Ninja 500 ମୋଟରସାଇକେଲ ଉପରେ ବମ୍ପର ଡିସକାଉଣ୍ଟ ଦେଉଛି । Kawasaki ଇଣ୍ଡିଆ ଦ୍ବାରା ଦିଆଯାଉଥିବା ଏହି ଡିସକାଉଣ୍ଟ ଫେବୃଆରୀ ୨୮ ପର୍ଯ୍ୟନ୍ତ ରହିବ । ଏହି ମୋଟରସାଇକଲ ଗୁଡିକ ଉପରେ Kawasaki ୧୫,୦୦୦ ରୁ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପ୍ରଦାନ କରୁଛି । ତେବେ ଆସନ୍ତୁ ଜାଣିବା କେଉଁ ବାଇକ୍ ଉପରେ କେତେ ଡିସକାଉଣ୍ଟ ରହିବ ।

Kawasaki Ninja 300
• ପ୍ରାଇସ୍ : ୩.୪୩ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)
• ଡିସକାଉଣ୍ଟ : ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ
• ଇଞ୍ଜିନ୍ : ଏଥିରେ ୨୯୬ cc, ପାରାଲାଲ୍-ଟ୍ବିନ୍, ଲିକ୍ବିଡ-କୋଲ୍ଡ ଇୟ୍ଜିନର ବ୍ୟବହାର କରାଯାଇଛି ।
• ପାୱାର ଏବଂ ଟର୍କ : ଏହାର ଇଞ୍ଜିନ୍ ୩୮.୮୮ bhp ର ପାୱାର ଏବଂ ୨୬.୧ Nm ର ପିକ୍ ଟର୍କ ଜେନେରେଟ୍ କରିଥାଏ ।
• ଟ୍ରାନ୍ସମିସନ୍ : ଏହାର ଇଞ୍ଜିନ୍ ସ୍ଲିପର୍ କ୍ଲଚ୍ ସହିତ ୬-ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ଆଡ୍ କରାଯାଇଛି ।
• ଫିଚର୍ସ : Kawasaki Ninja 300 ରେ ହାଲୋଜେନ୍ ହେଡଲ୍ୟାମ୍ପ, LED tail lamp, ସେମି-ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ସ୍ମାର୍ଟଫୋନ୍ କନେକ୍ଟିଭିଟି।

Kawasaki Ninja 500
• ପ୍ରାଇସ୍ : ୫.୨୪ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)
• ଡିସକାଉଣ୍ଟ : ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ
• ଇଞ୍ଜିନ୍ : ଏଥିରେ ୪୫୧ cc, ପାରାଲାଲ୍ ଟ୍ବିନ୍, ଲିକ୍ବିଡ୍-କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି ।
• ପାୱାର ଏବଂ ଟର୍କ : ଏହାର ଇଞ୍ଜିନ୍ ୪୪.୭ bhp ର ପାୱାର ଏବଂ ୪୨.୬ Nm ର ଟର୍କ ଜେନେରେଟ୍ କରିଥାଏ ।
• ଟ୍ରାନ୍ସମିସନ୍ : ଏହାର ଇଞ୍ଜିନକୁ ୬-ସ୍ପିଡ୍ ଗିୟରବକ୍ସ ସହିତ ଆଡ୍ କରାଯାଇଛି ।
• ଫିଚର୍ସ : Kawasaki Ninja 500 ରେ ଫୁଲ୍-ଡିଜିଟାଲ୍ ୫-ଇଞ୍ଚ LED ଡିସପ୍ଲେ, Rideology app, ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍, ଡୁଆଲ୍ ଚ୍ୟାନେଲ ABS ଭଳି ଦମଦାର୍ ଫିଚର୍ସ ଦିଆଯାଇଛି ।

Kawasaki Ninja 650
• ପ୍ରାଇସ୍ : ୭.୧୬ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)
• ଡିସକାଉଣ୍ଟ : ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ
• ଇଞ୍ଜିନ୍ : ଏଥିରେ ୬୪୯ cc ପାରାଲାଲ୍-ଟ୍ବିନ୍, ଲିକ୍ବିହ୍-କୁଲ୍ଡ, DOHC, ୪- valve ଇଞ୍ଜିନ୍ ବ୍ୟହାର କରାଯାଇଛି ।
• ପାୱାର ଏବଂ ଟର୍କ : ଏହାର ଇଞ୍ଜିନ୍ ୬୭ bhp ର ପାୱାର ଏବଂ ୬୪ Nm ର ଟର୍କ ଜେନେରେଟ୍ କରିଥାଏ ।
• ଟ୍ରାନ୍ସମିସନ : ଏହାର ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଲଚସହିତ ୬୦-ସ୍ପିଡ୍ ଗିୟରବକ୍ସ ସହିତ ଆଡ୍ କରାଯାଇଛି ।
• ଫିଚର୍ସ : Kawasaki Ninja 650 ରେ ଟ୍ବିନ୍ LED ହାଇଲାଇଟ୍ସ, ୪.୩ ଇଞ୍ଜ କଲର TFT ଡିସପ୍ଲେ, Rideology ଆପ୍ ମାଧ୍ୟମରେ ବ୍ଲୁଟୁଥ୍ କନେକ୍ଟିଭିଟି ଏପରି ଫିଚର୍ସ ସାମିଲ ଅଛି ।

Kawasaki Z900
• ପ୍ରାଇସ୍ : ୯.୩୮ ଟଙ୍କା (ଏକ୍ସ-ସୋରୁମ୍)
• ଡିସକାଉଣ୍ଟ : ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ
• ଇଞ୍ଜିନ୍ : ଏଥିରେ ୯୪୮ ସିସି, ଲିକ୍ବିଡ୍-କୁଲ୍ଡ, ଇନଲାଇନ୍-୪ ଇଞ୍ଜିନର ବ୍ୟବହାର କରାଯାଇଛି ।
• ପାୱାର ଏବଂ ଟର୍କ : ଏହାର ଇଞ୍ଜିନ୍ ୧୨୩.୬ bhp ର ପାୱାର ଏବଂ ୯୮.୬ Nm ର ଟର୍କ ଜେନେରେଟ୍ କରିଥାଏ ।
• ଟ୍ରାନ୍ସମିସନ୍ : ଏହାର ଇଞ୍ଜିନକୁ ସ୍ଲିପ୍-ଏଣ୍ଡ-ଆସିଷ୍ଟ କ୍ଲଚ୍ ସହିତ ୬-ସ୍ପିଡ୍ ଗିୟରବକ୍ସ ସହିତ ଆଡ୍ କରାଯାଇଛି ।
• ଫିଚର୍ସ : Kawasaki Z900 ରେ LED ହେଡଲାଇଟ୍ସ ଏବଂ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ TFT ଇନଷ୍ଟ୍ରୁମେଣ୍ଟ କନସୋଲ୍ ଦିଆଯାଇଛି । ଏଥିରେ ୪ଟି ରାଇଡିଂଯ ମୋଡ୍, ତିନି ସ୍ତରୀୟ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ଦୁଇଟି ପାୱାର ମୋଡ୍ ଭଳି ଇଲେକ୍ଟ୍ରୋନିକ୍ସ ମଧ୍ୟ ଦିଆଯାଇଛି ।



