ରାଜନୀତିରେ ଦୁଇଟି କଥା ସବୁବେଳେ ମହତ୍ତ୍ୱ ପାଏ- ପ୍ରତିଶ୍ରୁତି ଏବଂ ପ୍ରଦର୍ଶନ। ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଦିଆଯାଇଥିବା ମିଠା ମିଠା ପ୍ରତିଶ୍ରୁତି ଯେତେବେଳେ ଶାସନକୁ ଆସିଲେ ତାହା ପ୍ରତାରଣାରେ ପରିଣତ ହୋଇଛି। ବିଜେପିର ପ୍ରତିଶ୍ରୁତିରୁ କେଉଁଗୁଡ଼ିକ ସତ୍ୟ, କେଉଁଗୁଡ଼ିକ କଳ୍ପନା- ସେହି ଅସଲି ଚିତ୍ର ଏକାଧାରେ ସମାଜ, ନିର୍ବାଚନ ଏବଂ ଶାସକଙ୍କ ବିଶ୍ୱସନୀୟତାକୁ ଦେଖାଇ ଦେଇଥାଏ।
ଏ ପର୍ଯ୍ୟନ୍ତ ବହୁ ସମସ୍ୟାରେ ବିଜେପି ସରକାରର ବିଫଳତାକୁ ବିପକ୍ଷୀ ନେତାମାନେ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ମଦ କାରବାର ବିଷୟରେ ବିଜେପିର ଦୃଷ୍ଟିକୋଣ ଏବେ ରାଜନୀତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ପହଞ୍ଚିଛି। ବିଶେଷକରି ଯେତେବେଳେ ଏହି ସରକାର ଗତ ନିର୍ବାଚନବେଳେ ଖୋଲାଖୋଲି ଭାବରେ ନିଜ ଘୋଷଣାପତ୍ରରେ ମଦ କାରକାରକୁ ବନ୍ଦ କରିବାର ପ୍ରତିଜ୍ଞା କରିଥିଲା।
କିନ୍ତୁ ପରିଣାମ?
ବନ୍ଦ କରିବାକୁ ଦୂରେ ଥାଉ, ବିଜେପି ଶାସନକୁ ଆସିବା ପରେ ମଦ ବିକ୍ରି ଅଧିକ ବଢ଼ିଛି। ପ୍ରଶ୍ନ ତେଣୁ ସହଜ-
ସତରେ କ’ଣ ବିଜେପି ମଦ ବିରୋଧୀ? ନା ଏହାକୁ ସରକାର ଏକ ‘ରେଭେନ୍ୟୁ ଜନେରେଟର’ ଭାବେ ଦେଖୁଛି? ଆଜିର ଆଲୋଚନାର ପ୍ରସଙ୍ଗ ବିଜେପି ସରକାର ସତରେ ମଦ ବିରୋଧୀ କି?
ମଦ ବିକ୍ରି ବନ୍ଦ ପ୍ରତିଶ୍ରୁତି: ନିର୍ବାଚନୀ ଚାଲ କି ନୀତିଗତ ଦୃଢତା?
ବିଜେପି ନିର୍ବାଚନ ପୂର୍ବରୁ ଯେତେବେଳେ କହିଥିଲା ଯେ ସରକାରକୁ ଆସିଲେ ରାଜ୍ୟରେ ମଦ ବନ୍ଦ କରିଦେବ, ସେତେବେଳେ ଏହା ରାଜ୍ୟର ଅନେକ ରାଜ୍ୟବାସୀଙ୍କ ମନକୁ ଛୁଇଁଯାଇଥିଲା। ମଦରୁ ବିନାଶ ହୋଇଥିବା ପରିବାର, ମଦ ଆସକ୍ତିରୁ ବିଛିନ୍ନ ଘରବାଡ଼ି, ମହିଳାମାନଙ୍କ ଦୈନନ୍ଦିନ ପାରିବାରିକ ଯନ୍ତ୍ରଣା- ଏହା ସମସ୍ତଙ୍କୁ ଧ୍ୟାନରେ ରଖି ମଦ ବନ୍ଦର ପ୍ରତିଶ୍ରୁତି ଏକ ଭାରି ପଲିଟିକାଲ୍ ମାଷ୍ଟରଷ୍ଟ୍ରୋକ୍ ଥିଲା।
କିନ୍ତୁ ଦୀର୍ଘଦିନ ବିତିଗଲା। ସରକାର ବସିଗଲା। ଆସନ ଭରିଗଲା।
ପ୍ରତିଶ୍ରୁତି ପୂରଣ ହେଲା କି? ଉତ୍ତର ଆସୁଛି ନା।
ତାହାର ବିପରୀତ, ମଦ ବିକ୍ରିକୁ ସରକାର ଦୃଢ଼ତାର ସହିତ ବଢ଼ାଇଛି।
ପାଞ୍ଚ ବର୍ଷର ମଦ ବିକ୍ରିର ଆକଂକ୍ଷା ଧରାଯାଉନଥିବା ଚିତ୍ର
ଆଙ୍କପାତ କେବେ ମିଠା ନୁହେଁ।
ମଦ କାରବାର କାହିଁକି ବଢ଼ିଛି- ଏହାର ପଛରେ କ’ଣ ଲାଭ- ଏହାର ଅର୍ଥନୀତିକ ତତ୍ତ୍ଵ କ’ଣ- ଏହାର ପ୍ରଭାବ ସମାଜରେ କ’ଣ- ଏହି ସବୁକିଛିକୁ ଦୂରରେ ରଖି ଅଙ୍କ ଯେଉଁ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରେ, ସେହି ଦିଗରେ ରାଜନୀତିକ ଖାଦ୍ୟ ମିଳିଥାଏ।
ଚାଲନ୍ତୁ, ବିଜେପି ସରକାର ଗଠିତ ହେବା ପୂର୍ବରୁ ଓ ପରେ ମଦ ବିକ୍ରିର ତଥ୍ୟକୁ ଦେଖିବା:
ଆର୍ଥିକ ବର୍ଷ ମଦ ବିକ୍ରି (କୋଟି ଟଙ୍କାରେ)
୨୦୨୦-୨୧ -୫୪୦୦.୨୧
୨୦୨୧-୨୨ -୭୬୨୨.୪୧
୨୦୨୨-୨୩ -୮୯୬୭.୪୯
୨୦୨୩-୨୪ -୧୦୧୮୨.୨୪
୨୦୨୪-୨୫ ୧୧୪୨୯.୭୪
ଏହାର ଅର୍ଥ?
କେବଳ ଦୁଇ ବର୍ଷରେ ବିଜେପି ଶାସନ କାଳରେ ମଦ କାରବାର କମିବା ପରିବର୍ତ୍ତେ ୧୨୪୭.୫ କୋଟି ଟଙ୍କାର ଅତିରିକ୍ତ ମଦ ବିକ୍ରି।
ମଦ ବନ୍ଦ କରିବା ନୁହେଁ; ବିଜେପି ସରକାରରେ ମଦ ବିକ୍ରିର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି।

ପୁରୀ ବେଳାଭୂମିରେ ମଦ ଦୋକାନ—ସରକାରର ଗଣତନ୍ତ୍ରିକ ପ୍ରତିକ୍ରିୟା କି ଲୋକତାନ୍ତ୍ରିକ ଚାପ?
ବିଜେପି ସରକାର ପୁରୀ ସମୁଦ୍ରତଟରେ ମଦ ଦୋକାନ ଖୋଲିବା ପ୍ରସ୍ତାବ ଦେବାକୁ ଯେତେବେଳେ ଚେଷ୍ଟା କଲା, ପୁରୀ ଏକ ଶାନ୍ତ ଧର୍ମକ୍ଷେତ୍ରରୁ ଚମତ୍କୃତ ବିରୋଧର ଆଗ୍ନେୟଗିରିରେ ପରିଣତ ହେଲା। ଲୋକମାନଙ୍କ ଆକ୍ରୋଶ, ସାଧୁ-ସନ୍ଥମାନଙ୍କ ପ୍ରତିବାଦ, ସମାଜିକ ସଂଗଠନମାନଙ୍କ ଅସନ୍ତୋଷ- ଏହା ବିଜେପି ସରକାରକୁ ପଛକୁ ହଟିବାକୁ ବାଧ୍ୟ କଲା।
ପ୍ରଶ୍ନ ହେଉଛି, ସରକାର ଏହି ନିଷ୍ପତ୍ତିକୁ ପଛକୁ ନେଲା ନୀତି ଆଧାରରେ?
ନା ଲୋକତାନ୍ତ୍ରିକ ପ୍ରତିବାଦ ଏତେ ଭୟଭୀତ କଲା, ସେଥିପାଇଁ?
ଯଦି ଲୋକ ପଛେଇ ଯାଉନଥାନ୍ତେ, ମଦ ଦୋକାନ ଖୋଲିଯାଉଥାନ୍ତା କି?
ଏହି ପ୍ରଶ୍ନର ଉତ୍ତର ସରକାର କେବେ ଦେବ ନାହିଁ।
କିନ୍ତୁ ସମାଜ ଜାଣେ- ସରକାର ଦୁଇ ପାଖରୁ ଲାଭ ହିଁ ଦେଖୁଛି।
ମଦ: ସମାଜୀକ ଦୁର୍ନୀତି, ରାଜନୈତିକ ଆବଶ୍ୟକତା ନା ଆର୍ଥିକ ଚକ୍ର?
ମଦରୁ ଯେତେ ଦୁର୍ନୀତି, ସେତେ ଅର୍ଥ।
ଦୁଇଟିର ଚକ୍ର ଏକାଧାରେ ଚାଲିବା ମାନେ- ସମାଜ ଦେଉଛି ଦାମ, ସରକାର ପାଉଛି ଇନକମ।
୧. ସମାଜୀକ କ୍ଷତି
• ମଦାସକ୍ତିରୁ ପରିବାର ଭଙ୍ଗ
• ଘରୋଇ ହିଂସା
• ରୋଜଗାର ନଷ୍ଟ
• ଯୁବପିଢ଼ିର ଅଧୋପତନ
• ଅପରାଧ ବୃଦ୍ଧି
ଏହାର ହିସାବ ସରକାର କରେ ନାହିଁ।
୨. ସରକାରୀ ଆର୍ଥିକ ଲାଭ
ମଦ ରାଜସ୍ୱ କେବଳ ‘କଲେକ୍ସନ’ ନୁହେଁ- ଏହା ସରକାରୀ ଆର୍ଥିକ ଯୋଜନାର କେନ୍ଦ୍ରୀୟ ଭରସା।
ଯେଉଁ ରାଜ୍ୟ ଗରିବ, ଯେଉଁଠାରେ ଶିଳ୍ପ ଚିତଭ୍ରମ, ଯେଉଁଠାରେ ନୈସର୍ଗିକ ଆୟ ସୀମିତ- ସେଠାରେ ମଦ ବିକ୍ରି ହେଉଛି ସରକାରୀ ଆୟର ମୁଖ୍ୟ ଆଧାର।
ଏସବୁ ହେଇଥିବାବେଳେ, “ମଦ ବନ୍ଦ କରିବୁ” କହିବା ମାନେ ସରକାରୀ ଧନକୋଷର ଗଳାରେ ଦଉଡ଼ି ବାନ୍ଧି ଦେବା—ସେଥିପାଇଁ ସରକାର ଆଗକୁ ଆସିବେ କି?
ମଦ ବନ୍ଦ କରିବାକୁ କେହି ଚାହେଁନି—କିନ୍ତୁ ପ୍ରତିଶ୍ରୁତି କାହିଁକି?
ଏଠିରେ ରହିଛି ରାଜନୀତିର ସମସ୍ତ ଝିମିଟି ଖେଳ।
୧. ନିର୍ବାଚନୀ ଲାଭ ପାଇଁ ‘ମଦ ବନ୍ଦ’ ଏକ ପରିପୂର୍ଣ୍ଣ ସ୍ଳୋଗାନ
ମଦ କାରବାର ବନ୍ଦକୁ ସମାଜର ଅଧିକାଂଶ ମହିଳା, ଛୋଟ ଶ୍ରେଣୀ ଓ ଗାଁର ମଝିଆ ବର୍ଗ ସମର୍ଥନ କରିଥାନ୍ତି।
୨. ନିର୍ବାଚନ ଶେଷ- ସ୍ଳୋଗାନ ମଧ୍ୟ ଶେଷ
ମଦ ବନ୍ଦର ପ୍ରତିଶ୍ରୁତି ମୁଖ୍ୟତଃ ଏକ ପଲିଟିକାଲ୍ କ୍ୟାମ୍ପେନ ଥିଲା, ପ୍ରକୃତ ଲକ୍ଷ୍ୟ ନୁହେଁ। କାରଣ ସରକାର ଜାଣେ—ଏହା କଲେ ସରକାରୀ ଆୟରେ ଭୟାନକ ହ୍ରାସ ଆସିବ।

ସରକାରର ପ୍ରାଥମିକତା: ମଦ ବିରୋଧ ନା ରାଜସ୍ୱ ବୃଦ୍ଧି?
ମଦ କାରବାରକୁ ବନ୍ଦ କରିବାର ପ୍ରତିଶ୍ରୁତିକୁ ଏବେ ବିଜେପି ଭୁଲି ଯାଇଛି ଏବଂ ତାହାର ସ୍ଥାନ ନେଇଛି:
• ନୂଆ ମଦ ଦୋକାନ
• ଅନଲାଇନ୍ ଲିକର ପୋର୍ଟାଲ
• ‘ପ୍ରିମିୟମ’ ମଦ ଅଞ୍ଚଳ
• ବିଶେଷ ଲାଉଞ୍ଜ୍
• ରାତି ବେଳା ଲାଇସେନ୍ସ
ଏହି ନୀତି ଦେଖାଏ ଯେ ସରକାର ମଦ ବନ୍ଦ କରିବା ନୁହେଁ- ମଦ ବିକ୍ରିକୁ ଶୃଙ୍ଖଳିତ ଓ ସଂସ୍ଥାଗତ କରିବାକୁ ପ୍ରାଥମିକତା ଦେଉଛି।
AlsoRead; https://purvapaksa.com/what-three-things-does-russia-want-from-india/
ରୁଷ ଭାରତଠାରୁ କେଉଁ ତିନୋଟି ଜିନିଷ ଚାହୁଁଛି? || What three things does Russia want from India?

