ଇରାନ ସହ ଆମେରିକା-ଇସ୍ରାଏଲର ଚାଲିଥିବା ସଂଘର୍ଷ ସମାପ୍ତ କରିବା ପାଇଁ ତିନୋଟି ପ୍ରମୁଖ ସର୍ତ୍ତ ଉଲ୍ଲେଖ କରିଛି ଇରାନ | ଯାହା ତେହେରାନକୁ ଶାନ୍ତିର ଏକମାତ୍ର ପଥ ବୋଲି ସଙ୍କେତ ଦେଇଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ ଯୁଦ୍ଧ କେବଳ ସେତେବେଳେ ଶେଷ ହୋଇପାରିବ ଯେତେବେଳେ ତେହେରାନରୁ କିଛି ଦାବି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ଏହାର ବିରୋଧୀମାନେ ଗ୍ରହଣ କରିବେ।
୧.ତେହେରାନ ସଂଘର୍ଷ ସମୟରେ ଅଣଦେଖା କରିଥିବା ଇରାନର ଅଧିକାରକୁ ବୈଧ ସ୍ୱୀକୃତି ଦେବାକୁ ପ୍ରଥମ ଦାବି ରଖିଛି |
୨.ଦ୍ୱିତୀୟତଃ ଯୁଦ୍ଧ ଆକ୍ରମଣ ସମୟରେ ଦେଶ ପାଇଁ ଯଥେଷ୍ଟ କ୍ଷୟକ୍ଷତି କୁ ସାମ୍ନାରେ ରଖି କ୍ଷତିପୂରଣ ଦାବି କରିଛି ଇରାନ |
୩.ତୃତୀୟ ରେ ତେହେରାନଠୁ ଦୃଢ଼ ଅନ୍ତର୍ଜାତୀୟ ଗ୍ୟାରେଣ୍ଟି ଚାହୁଁଛି ଯେ ଭବିଷ୍ୟତରେ ଆମେରିକା କିମ୍ବା ଇସ୍ରାଏଲରୁ ଯେପରି ଇରାନ ଆକ୍ରମଣର ସମ୍ମୁଖୀନ ହେବ ନାହିଁ।
Talking to leaders of Russia and Pakistan, I reaffirmed Iran’s commitment to peace in the region. The only way to end this war—ignited by the Zionist regime & US—is recognizing Iran’s legitimate rights, payment of reparations, and firm int’l guarantees against future aggression.
— Masoud Pezeshkian (@drpezeshkian) March 11, 2026
ପେଜେଶକିୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ବାର୍ତ୍ତାରେ ଏହି ସର୍ତ୍ତଗୁଡ଼ିକୁ ସେୟାର କରିଛନ୍ତି | ଏଥି ସହିତ ସେ ରୁଷ ଏବଂ ପାକିସ୍ତାନର ନେତାମାନଙ୍କ ସହିତ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଏହି ଅଞ୍ଚଳରେ ଶାନ୍ତି ପ୍ରତି ଇରାନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ତେବେ ଇରାନ ଏକ ସମ୍ଭାବ୍ୟ ଯୁଦ୍ଧବିରାମ ପ୍ରସ୍ତାବ ଓ ଏକାଧିକ ସର୍ତ୍ତ ସହିତ ଏକ ଚେତାବନୀ ମଧ୍ୟ ଜାରି କରିଛି । ଇରାନ ସଶସ୍ତ୍ର ବାହିନୀର ମୁଖପାତ୍ର କହିଛନ୍ତି ଯେ , ଯଦି ଆମେରିକା ଇରାନ ବନ୍ଦର ସୁବିଧା ଉପରେ ଆକ୍ରମଣ କରେ, ତେବେ ପାରସ୍ୟ ଉପସାଗରରେ କୌଣସି ବନ୍ଦର, ଅର୍ଥନୈତିକ କେନ୍ଦ୍ର କିମ୍ବା ସ୍ଥାନ ଇରାନ କବଳରୁ ବାହାରି ପାରିବ ନାହିଁ । ଏ ସମୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ମଧ୍ୟପ୍ରାଚ୍ୟରେ ଏକ ବ୍ୟାପକ ଯୁଦ୍ଧ ବିଷୟରେ ଚିନ୍ତା ବୃଦ୍ଧି କରୁଥିବାରୁ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଏହି ବିବୃତ୍ତି ଦିଆଯାଇଛି।
also read : https://purvapaksa.com/social-media-now-charges-rs-1-for-every-gb-of-data/


