- ସେମିରେ ମାଲେସିଆକୁ ୩-୧ରେ ହରାଇଲା ଭାରତ
ଓମାନ ଠାରେ ଚାଲିଥିବା ଜୁନିୟର ପୁରୁଷ ଏସିଆ କପ ହକିରେ ଭାରତ ବିଜୟ ଜାରି ରଖି ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲ ମୁକାବିଲାରେ ଭାରତ ୩-୧ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ଭାରତ ଫାଇନାଲ୍ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଅନ୍ୟ ଏକ ସେମିରେ ପାକିସ୍ତାନ ୪-୨ ଗୋଲ୍ରେ ଜାପାନକୁ ପରାଜିତ କରିଥିଲା ।
ଭାରତ-ମାଲେସିଆ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ କ୍ୱାର୍ଟରର ଷଷ୍ଠ ମିନିଟରେ ମାଲେସିଆକୁ ପେନାଲ୍ଟି ସୁଯୋଗ ମିଳିଥିଲା ଏବଂ ଏହା ବିଫଳ ଯାଇଥିଲା । ଏହାର ୪ମିନିଟ୍ ମଧ୍ୟରେ ଭାରତ ଗୋଲ୍ ଖାତା ଖୋଲିଥିଲା । ଦିଲରାଜ ସିଂହ (ଦଶମ) ଏହି ଗୋଲ୍ କରିଥିଲେ । ଏହି ଭାଗ ଖେଳ ଶେଷ ସୁଦ୍ଧା ଭାରତ ଅଗ୍ରଣୀ ବଜାୟ ରଖିଥିଲା । ଦ୍ୱିତୀୟ କ୍ୱାର୍ଟର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଏଶୂନ୍ୟ ରହିଥିଲା । ଭାରତ ଗୋଟିଏ ଏବଂ ମାଲେସିଆ ୨ଟି ପେନାଲ୍ଟି ସୁଯୋଗ ହାତଛଡ଼ା କରିଥିଲା । ତୃତୀୟ କ୍ୱାର୍ଟରରେ ଅନୁରୂପ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ଭାଗର ଅନ୍ତିମ ମିନିଟରେ ମିଳିଥିବା ପେନାଲ୍ଟିକୁ ରୋହିତ ଗୋଲରେ ପରିଣତ କରିବା ସହ ଭାରତକୁ ୨-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ । ଚତୁର୍ଥ କ୍ୱାର୍ଟରରେ ଶରଦାନନ୍ଦ ତିୱାରୀ (୫୨ମିନିଟ୍) ଭାରତ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର କରିଥିଲେ । ଖେଳର ୫୭ମିନିଟରେ ମାଲେସିଆ ଗୋଟିଏ ଗୋଲ୍ ପରିଶୋଧି କରି ଶେଷରେ ୧-୩ରେ ପରାଜିତ ହୋଇଥିଲା ।
previous article: https://purvapaksa.com/virat-kohli-is-in-form-fired-up-and-ready-to-add-to-incredible-adelaide-oval-record/