Hyderabadi Biryani Recipe: ବର୍ତ୍ତମାନ ଯଦି ଆପଣ ହାଇଦ୍ରାବାଦି ବିରିୟାନି ଖାଇବା ଭଳି ଅନୁଭବ କରୁଛନ୍ତି ତେବେ ବାହାରକୁ ଯିବାର ଆବଶ୍ୟକତା ନାହିଁ।
ଆଜି ଆମେ ଆପଣଙ୍କୁ ହାଇଦ୍ରାବାଦି ଦମ୍ ବିରିୟାନୀ ରେସିପି କହିବାକୁ ଯାଉଛୁ ଯାହା ତିଆରି କରିବା ଅତି ସହଜ । କିନ୍ତୁ ବିରିୟାନୀ ପ୍ରେମୀମାନେ କେବଳ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଯାଇ ନିଜ ପ୍ରିୟ ବିରିୟାନିର ସ୍ୱାଦ ପାଆନ୍ତି। ଏମିତି କେହି ନନ୍ଭେଜ ପ୍ରେମୀ ନଥିବେ, ଯାହାକୁ ବିରିୟାନୀ ପସନ୍ଦ ନୁହେଁ । ଚିକେନ ବିରିୟାନୀ କଥା ପଡିଲେ ପ୍ରାୟ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ ।
ଯଦିଓ ବିରିୟାନୀ ପାଇଁ ହାଇଦ୍ରାବାଦ ପ୍ରସିଦ୍ଧ, ମାତ୍ର ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ଆପଣ ସହଜରେ ପାଇଯିବେ । ତେଣୁ ଆଜି ରବିବାରରେ ଯଦି ଆପଣ ଘରେ କିଛି ନନଭେଜ ବନାଇବାକୁ ଚାହୁଁଛନ୍ତି, ତାହେଲେ ହାଇଦ୍ରାବାଦି ଷ୍ଟାଇଲ ଚିକେନ ଦମ୍ ବିରିୟାନୀ ବନାଇ ଛୁଟି ଦିନ ଉପଭୋଗ କରିପାରିବେ । ଚାଲନ୍ତୁ ଜାଣିବା କେମିତି ଏହାକୁ ପ୍ରସ୍ତୁତ କରିବେ।
ଆବଶ୍ୟକୀୟ ସାମଗ୍ରୀ:
କଟା ଚିକେନ
ବାସୁମତୀ ରାଇସ୍
କଟା ପିଆଜ
ଅଦା, ରସୁଣ ପେଷ୍ଟ
ପୋଦିନା ପତ୍ର
ଧନିଆ ପତ୍ର
ଘିଅ
ଦହି
ଲଙ୍କାଗୁଣ୍ଡ
ଧନିଆ, ଜିରା ପାଉଡର
ଗୋଟା ମସାଲା
ବିରିୟାନୀ ମସାଲା
ଅଟା
ପ୍ରସ୍ତୁତ ପ୍ରଣାଳୀ:
ଗୋଟିଏ ବଡ ପାତ୍ର ନେଇ ଚିକେନ ସହିତ ଦହି, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ଜିରା ପାଉଡର, ବିରିୟାନୀ ମସାଲା ପାଉଡର, ପୋଦିନା ପତ୍ର, ଧନିଆ ପତ୍ର, ଲୁଣ, ହଳଦୀ, ଭଜା ପିଆଜ ଓ ଫାଳେ ଲେମ୍ବୁ ରସ ମିଶାଇ ଗୋଳାଇ ଦିଅ । ଏହାକୁ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ମ୍ୟାରିନେଟ ହେବାକୁ ରଖିଦିଅ ।
ଆଉ ଏକ ହାଣ୍ଡିରେ ପାଣି ଗରମ କରି ବାସୁମତି ଚାଉଳ ପକାଅ । ଏଥିରେ ତେଜପତ୍ର, ଗୋଟା ମସାଲା ଓ ଅଳ୍ପ ଲୁଣ ପକାଅ । ଭାତକୁ ୭୦ ପ୍ରତିଶତ ସିଝିବାକୁ ଦିଅ ।
ଏବେ ବିରିୟାନୀ ବନାଇବା ପାଇଁ ହାଣ୍ଡିରେ ଅଳ୍ପ ଘିଅ ଓ ତେଲ ପକାଅ । ଏଥିରେ ଗୋଟା ମସାଲା ପକାଅ । ଏହାପରେ ମ୍ୟାରିନେଟେଡ ଚିକେନ ପକାଇ ୫ ରୁ ୭ ମିନିଟ୍ କଷ । ଚିକେନ ଟିକିଏ ସିଝିଗଲା ପରେ ଏଥିରେ ବାସୁମତି ଭାତକୁ ପକାଅ । ଏହା ଉପରେ ସାଫ୍ରନ ମିଲ୍କ, ଭଜା ପିଆଜ, ଘିଅ, ପୋଦିନା ପତ୍ର, ଧନିଆ ପତ୍ର ପକାଇ ଏକ ଢାଙ୍କୁଣିରେ ଘୋଡାଇ ଦିଅ ।
ଏହାପରେ ଅଟାକୁ ଚକଟି ହାଣ୍ଡି ଚାରିପଟେ ସିଲ୍ କର । ଏମିତି 20ରୁ 30 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅ । ପ୍ରସ୍ତୁତ ହୋଇଗଲା ଚିକେନ ଦମ ବିରିୟାନୀ । ରାଇତା ସହିତ ଗରମ ଗରମ ନିଜ ଘର ଲୋକଙ୍କୁ ପରଷି ଦିଅ ।
ALSO READ: https://purvapaksa.com/beetroot-paratha/