Honda Car: ଏଲିଭେଟ୍ ସମ୍ପ୍ରତି ଏହା ଏଚସିଆଇଏଲ୍ ରାଜସ୍ଥାନର ତପୁକାରାସ୍ଥିତ କାରଖାନାରେ ତିଆରି କରାଯାଉଛି
ଭାରତରେ ଏକ ଅଗ୍ରଣୀ ପ୍ରିମିୟମ କାର୍ ଉତ୍ପାଦନକାରୀ ହୋଣ୍ଡା କାର୍ସ୍ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ୍) ଏହାର ବୈଶ୍ୱିକ ଏସ୍ୟୁଭି ମଡେଲ ହୋଣ୍ଡା ଏଲିଭେଟ୍ର ଉଭୟ ଘରୋଇ ଏବଂ ତାହାସହିତ ଆନ୍ତର୍ଜାତିକ ବଜାରରେ ସଫଳତାକୁ ନେଇ ଏହାର ମୋଟ ବିକ୍ରି ୧ ଲକ୍ଷ ମାଇଲଖୁଣ୍ଟକୁ ଅତିକ୍ରମ କରିବା ସଫଳତା ହାସଲ କରିଛି । ଏଲିଭେଟ୍ ସ୍ୱତନ୍ତ୍ର ଭାବରେ ଭାରତରେ ନିର୍ମାଣ କରାଯାଉଛି ଏବଂ ସମ୍ପ୍ରତି ଏହା ଏଚସିଆଇଏଲ୍ର ରାଜସ୍ଥାନର ତପୁକାରାସ୍ଥିତ ଉତ୍ପାଦନ କାରଖାନାରେ ତିଆରି କରାଯାଉଛି । କମ୍ପାନୀ ଭାରତରେ ମୋଟ ୫୩,୩୨୬ ୟୁନିଟ ଏଲିଭେଟ ବିକ୍ରି କରିଛି ଏବଂ ଜାପାନ, ଦକ୍ଷିଣ ଆଫ୍ରିକା, ନେପାଳ ଓ ଭୁଟାନ ଆଦି ରାଷ୍ଟ୍ରକୁ ୨୦୨୫ ଜାନୁଆରି ସୁଦ୍ଧା ୪୭,୬୫୩ ୟୁନିଟ ରପ୍ତାନୀ କରିଛି ।
ଏଲିଭେଟ୍ ପ୍ରଥମେ ଭାରତରେ ୨୦୨୩ ସେପ୍ଟେମ୍ବରରେ ବଜାର ପ୍ରବେଶ କରିଥିଲା ଏବଂ ଖୁବଶୀଘ୍ର ଏଚସିଆଇଏଲ ପାଇଁ ମଜଭୁତ ବ୍ୟବସାୟିକ ଖମ୍ବରେ ପରିଣିତ ହୋଇଥିଲା । ଏହି ନୂଆ ଉତ୍ପାଦ ସଫଳତାର ସହିତ ପ୍ରତଦ୍ୱନ୍ଦ୍ୱିତାମୂଳକ ଘରୋଇ ଏସ୍ୟୁଭି ବଜାରରେ ନିଜକୁ ସଫଳତାର ସହିତ ପ୍ରତିଷ୍ଠିତ କରାଇଛି ଏବଂ କାର୍ ଅଫ ଦି ଇୟର, ଭିୟୁର୍ସ ଚଏସ କାର୍ ଅଫ ଦି ଇୟର, ଏସ୍ୟୁଭି ଅଫ ଦି ଇୟର ଆଦି ବହୁ ପ୍ରଶଂସା ଓ ସମ୍ମାନ ମିଡିଆ ହାଉସ୍ଗୁଡିକରୁ ହାସଲ କରିବା ସହିତ ୨୦ରୁ ଅଧିକ ସମ୍ମାନଜନକ ଅଟୋମୋବାଇଲ ଶିଳ୍ପର ପୁରସ୍କାର ହାସଲ କରିସାରିଛି । ଏହି କାର୍ ତାହାର ମଜଭୁତ ଗ୍ରାହକ ଭିତ୍ତି ସହିତ ଉତ୍ତମ ଭାବରେ ସମ୍ପର୍କ ରଖିଛି ଏବଂ ସେମାନଙ୍କ ନିକଟରୁ ଉଚ୍ଚସ୍ତରର ସୁପାରିଶ ମଧ୍ୟ ଉପଭୋଗ କରୁଛି ।
ଏଲିଭେଟ କମ୍ପାନୀର ପ୍ରଥମ ଭାରତ ନିର୍ମିତ ମଡେଲ ଯାହା ଜାପାନକୁ ରପ୍ତାନି କରାଯାଇଥିଲା ଏବଂ ଏହା ନିଜର ବୈଶ୍ୱିକ ପହଞ୍ଚକୁ ସମ୍ପ୍ରସାରିତ କରିବା ସହିତ ଭାରତରେ ତାହାର ଉତ୍ପାଦନ କାରଖାନାଗୁଡିକରୁ ବୈଶ୍ୱିକ ଗୁଣମାନର କାର୍ ଉତ୍ପାଦନ କରିବା ନିମନ୍ତେ ଏଚସିଆଇଏଲ୍ର ପ୍ରତିବଦ୍ଧତାକୁ ପୁନଃସୁଦୃଢ କରିଥିଲା । ଏଚସିଆଇଏଲ ପାଇଁ ଏଲିଭେଟ ସର୍ବବୃହତ ରପ୍ତାନୀ କ୍ଷେତ୍ରକୁ ଅବଦାନକାରୀ ମଡେଲ ହୋଇଛି । ୨୦୨୩ରେ ହୋଣ୍ଡା ଏଲିଭେଟ୍ ରପ୍ତାନୀ ଆରମ୍ଭ ହେବା ଦିନଠାରୁ ଏହା କମ୍ପାନୀକୁ ତାହାର ରପ୍ତାନୀ ବ୍ୟବସାୟ ୨୦୨୩-୨୪ ଆର୍ଥିକ ବର୍ଷରେ ୬୫ ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୪-ଜାନୁଆରି ୨୦୨୫ ଅବଧି) ୯୨% ରୁ ଅଧିକ ବୃଦ୍ଧି କରିବାରେ ସହାୟକ ହୋଇଛି ।
ଏହି ସଫଳତା ସମ୍ପର୍କରେ ପ୍ରକାଶ କରି କୁନାଲ ବେହଲ, ଭାଇସ ପ୍ରେସିଡେଣ୍ଟ, ମାର୍କେଟିଂ ଆଣ୍ଡ ସେଲ୍ସ, ହୋଣ୍ଡା କାର୍ସ୍ ଇଣ୍ଡିଆ ଲିମିଟେଡ କହିଥିଲେ, “ଏଲିଭେଟ ନିମନ୍ତେ ମୋଟ ୧ ଲକ୍ଷ ୟୁନିଟ ବିକ୍ରି ମାଇଲଖୁଣ୍ଟ ହାସଲ କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଛି ଯାହା ଭାରତର ଘରୋଇ ଏସୟୁଭି ବଜାରରେ ହୋଣ୍ଡାର ଉପସ୍ଥିତିକୁ ସୁଦୃଢୀକରଣ କରିଛି ଏବଂ ଭାରତରୁ ଏହାର ମଜଭୁତ ରପ୍ତାନୀ ବ୍ୟବସାୟକୁ ପ୍ରତିଫଳିତ କରୁଛି । ଏହି ମଡେଲ ବିଶ୍ୱସ୍ତରରେ ପ୍ରବେଶ କରିବା ଦିନଠାରୁ ନିଜର ବୋଲ୍ଡ ଷ୍ଟାଇଲିଂ, ସ୍ୱାଚ୍ଛନ୍ଦ୍ୟମୂଳକ କ୍ୟାବିନ ଅଭ୍ୟନ୍ତର ଅନୁଭୂତି, ଅତୁଳନୀୟ ‘ଫନ୍ ଟୁ ଡ୍ରାଇଭ’ ବିଷୟ ଏବଂ ଉନ୍ନତ ନିରାପତ୍ତା ପ୍ୟାକେଜ ପାଇଁ ବୟସବର୍ଗ ନିର୍ବିଶେଷରେ ଗ୍ରାହକମାନଙ୍କ ମଧ୍ୟରେ ପ୍ରଶଂସିତ ଏବଂ ଗ୍ରହଣୀୟ ହୋଇଛି ।
ଜାପାନରୁ ଏଲିଭେଟ୍ର ରପ୍ତାନି ପରିମାଣ କେବଳ ଏହାର ବୈଶ୍ୱିକ ପହଞ୍ଚକୁ ସମ୍ପ୍ରସାରିତ କରିନାହିଁ, ତାହାସହିତ ଆମର ଭାରତୀୟ ବିନିର୍ମାଣ ଶକ୍ତି ଏବଂ ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟକୁ ପୁନଃମଜଭୁତ କରିଛି । ଆମେ ସମସ୍ତ ବଜାରରେ ଆମର ଗ୍ରାହକମାନେ ଏହି ବ୍ରାଣ୍ଡ୍ ପ୍ରତି ରଖିଆସିଥିବା ସେମାନଙ୍କର ସ୍ନେହ ଓ ବିଶ୍ୱାସ ଏବଂ ଏଲିଭେଟ୍କୁ ସେମାନଙ୍କର ବିଶ୍ୱସନୀୟ ସହଭାଗୀ ଭାବେର ପସନ୍ଦ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ ।”
‘ଅର୍ବାନ ଫ୍ରିଷ୍ଟାଇଲର’ ଭଳି ଏକ ଚିନ୍ତାଧାରା ଉପରେ ବିକଶିତ ଏଲିଭେଟ୍ ସକ୍ରିୟ ଜୀବନଶୈଳୀ ଏବଂ ବୈଶ୍ୱିକ ମାନସିକତାକୁ ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲକ୍ଷ୍ୟ ରଖୁଛି, ଏବଂ ଏହା ସର୍ବାଧୁନିକ ସମୟର ସୌନ୍ଦର୍ଯ୍ୟବୋଧକୁ କାର୍ଯ୍ୟକାରିତା ସହିତ ସମ୍ମିଶ୍ରିତ କରି ଦୃଶ୍ୟଗତ ଭାବରେ ଆଖି ଝଲସାଇବା ଭଳି, ଅତୁଲ୍ୟ ଭାବରେ ବିବିଧକୃତ, ସ୍ୱାଚ୍ଛନ୍ଦ୍ୟମୂଳକ ଏବଂ ଫନ୍-ଟୁ-ଡ୍ରାଇଭ ଏସୟୁଭି ସୃଷ୍ଟି କରୁଛି ଯାହା ସହର ପରିସୀମା ମଧ୍ୟରେ ଓ ବାହାରେ ରୋମାଞ୍ଚକର ଅନୁଭୂତି ନେବାକୁ ପ୍ରସ୍ତୁତ ରହିଛି ।
ଅଲ୍ ନ୍ୟୁ ଏଲିଭେଟରେ ହୋଣ୍ଡାର ବୈଶ୍ୱିକ ମାନର ନିରାପତ୍ତା ରହିଛି ଯାହା ଏକାଧିକ ସକ୍ରିୟ ଏବଂ ପରୋକ୍ଷ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟ ଯୋଗାଇ ଦେଇଛି, ଯେଉଁଥିରେ ନବୋନ୍ମେଷୀ ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ-ହୋଣ୍ଡା ସେନ୍ସିଂ ସମେତ ଅନ୍ୟାନ୍ୟ ବୈଶିଷ୍ୟ ରହିଛି । ଗ୍ରାହକମାନଙ୍କୁ ବହୁବିଧ କିସମ ଓ ପସନ୍ଦ ଯୋଗାଇଦେବାକୁ ଏଚସିଆଇଏଲ ଏଲିଭେଟ୍ର ଆପେକ୍ସ ସଂସ୍କରଣ ଏବଂ ବ୍ଲାକ୍ ସଂସ୍କରଣ ପ୍ରଚଳନ କରିଛି ଯାହା ଗ୍ରାହକଙ୍କ ଦ୍ୱାରା ଅତି ଭଲ ଭାବରେ ଆଦୃତ ହୋଇଛି । ଏଲିଭେଟ୍ ଇ୨୦ (୨୦% ଇଥାନଲ ମିଶ୍ରିତ) ପେଟ୍ରୋଲ କମ୍ପ୍ଲାଏଣ୍ଟ ଯାହା ଦୀର୍ଘସ୍ଥ୍ରାୟୀ ଗମନାଗମନ ଏବଂ ସବୁଜ ଓ ସ୍ୱଚ୍ଛ ପରିବହନ ଆଡକୁ ଭାରତର ରୂପାନ୍ତରଣକୁ ସମର୍ଥନ କରିବା ନିମନ୍ତେ ହୋଣ୍ଡାର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରୁଛି ।
previous article:https://purvapaksa.com/marine-conservation-awareness-month/
ମାର୍ଚ୍ଚକୁ ପ୍ରଥମ ସାମୁଦ୍ରିକ ସଂରକ୍ଷଣ ସଚେତନତା ମାସ ଭାବେ ପାଳନ କରିବ ଓଡ଼ିଶା
