Amit Shah: ଓଡ଼ିଶାର ଅଭିବୃଦ୍ଧି ପାଇଁ ଆଗାମୀ ଦଶନ୍ଧିଟି କିଭଳିହେନା ଉଚିତ ତାହାରି ଉପରେ ଗୁରୁତ୍ୱ ଆରୋପ କରି ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ରାଜ୍ୟ ସରକାରଙ୍କୁ ଏକ ଅନୁକୂଳ ଆଇନ ଶୃଙ୍ଖଳା ପରିବେଶ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି।
ବିଶେଷ କରି ଶିଳ୍ପ ଓ ବୈଷୟିକ ପ୍ରଗତି କ୍ଷେତ୍ରରେ ଆସନ୍ତା ୬ ମାସ ମଧ୍ୟରେ ନୂତନ ଅପରାଧିକ ଆଇନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି।
ଓଡ଼ିଶାରେ ତିନୋଟି ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଶାହା ପୋଲିସ, ଜେଲ, ଅଦାଲତ, ପ୍ରସିକ୍ୟୁସନ ଏବଂ ଫରେନସିକ୍, ବିଶେଷକରି ବିଏନଏସ, ବିଏନଏସଏସ ଏବଂ ବିଏସଏ ଆଇନକୁ ନିୟନ୍ତ୍ରଣ କରୁଥିବା ନୂତନ ନିୟମାବଳୀ ସମ୍ବନ୍ଧୀୟ ଅଗ୍ରଗତିର ମୂଲ୍ୟାଙ୍କନ କରିଥିଲେ ।
ରାଜ୍ୟର ସମ୍ଭାବ୍ୟ ଶିଳ୍ପ ଓ ବୈଷୟିକ ଉନ୍ନତି ପାଇଁ ମୌଳିକ ଆବଶ୍ୟକତା ଉପରେ ଆଲୋଚନା କରଯାଇଥିଲା । ଆଇନ ଶୃଙ୍ଖଳାରେ ଉନ୍ନତି ଆଣିବା ପାଇଁ ଏହି ତିନୋଟି ନୂତନ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଅତ୍ୟନ୍ତ ଜରୁରୀ ବୋଲି ଶାହା ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟାନ୍ୱୟନ ସ୍ଥିତିକୁ ଯଥାକ୍ରମେ ସାପ୍ତାହିକ ଓ ଦ୍ବି-ସାପ୍ତାହିକ ଆକଳନ କରିବାକୁ ସେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟକାରିତା ପାଇଁ ନିର୍ଦ୍ଧାରିତ ସମୟସୀମା ପାଳନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏସବୁର ମାସିକ ସମୀକ୍ଷା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ବୁଧବାର ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶା ମୁଖ୍ୟ ଶାସନ ସଚିବ, ଡିଜିପିଙ୍କ ସମେତ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (ବିପିଆରଡି) ଏବଂ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ଅଧିକାରୀମାନେ ଉପସ୍ଥିତ ଥିଲେ।
ALSO READ: https://purvapaksa.com/naveen-in-the-role-of-dhritarashtra-bjd-will-be-destroyed-like-kuruvansh/