Singhara: ପାଣି ସିଙ୍ଗଡ଼ାକୁ ‘ପାଣିର ଫଳ’ ମଧ୍ୟ କୁହାଯାଏ।
ଶୀତଦିନରେ ଏହି ଫଳ ବଜାରରେ ଅଧିକ ଦେଖିବାକୁ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ଲୋକମାନେ ଉପବାସ ସମୟରେ ଏହି ଫଳକୁ ଅଧିକ ବ୍ୟବହାର କରନ୍ତି । ୱାଟର ଚେଷ୍ଟନାଟ୍ କୁ ଅନେକ ଉପାୟରେ ବ୍ୟବହାର କରାଯାଏ । ଅନେକ ଲୋକ ଏହାକୁ କଞ୍ଚା କିମ୍ବା ସିଝା ଖାଇବାକୁ ପସନ୍ଦ କରନ୍ତି । ଏହି ଫଳରେ ଭିଟାମିନ୍-ସି, ମାଙ୍ଗାନିଜ୍, ପ୍ରୋଟିନ୍, ଥାୟାମିନ୍ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା, ପାଣି ପିଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ।

ପାଣି ସିଙ୍ଗଡ଼ାରେ ଥିବା ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ଏବଂ ଭିଟାମିନ୍ ବି୬ ଭଳି ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହି ଫଳକୁ ପାଣି ଫଳ ବୋଲି ମଧ୍ୟ କୁହାଯାଏ । ଯାହା ନିୟମିତ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ତାହେଲେ ଆସନ୍ତୁ ଦେଖିବା ପାଣି ସିଙ୍ଗଡା ଖାଇବା ଦ୍ବାରା ଶରୀରକୁ କେଉଁ ପ୍ରକାରର ଫାଇଦା ମିଳେ ।
ଥାଇରଏଡ୍ :
ପାଣି ସିଙ୍ଗଡ଼ାରେ ଥିବା ଆୟୋଡିନ୍ ଥାଇରଏଡ୍ ସମସ୍ୟା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହି ଫଳରେ ଥିବା ଆୟୋଡ଼ିନ୍ ଗଳା ସମ୍ଭନ୍ଧୀୟ ରୋଗ ପାଇଁ ମଧ୍ୟ ଭଲ ହୋଇଥାଏ । ଆପଣ ଯଦି ଥାଇରଏଡ୍ ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ସିଙ୍ଗଡ଼ାକୁ ଖାଇପାରିବେ ।
ଡିହାଇଡ୍ରେସନ୍ :
ପାଣି ସିଙ୍ଗଡ଼ାରେ ପର୍ୟ୍ୟାପ୍ତ ପରିମାଣରେ ପାଣି ମହଜୁଦ୍ ହୋଇଥାଏ । ଏହାର ସେବନ ଦ୍ବାରା ଶରୀରରେ ଡିହାଇଡ୍ରେସନର ସମସ୍ୟା ଦୂର ହୋଇଥାଏ ।

ସୁସ୍ଥ କେଶ ପାଇଁ ଲାଭକାରୀ :
ନିୟମିତ ପାଣି ସିଙ୍ଗଡ଼ା ଖାଇବା ଦ୍ବାରା ଚୁଟି ଝଡ଼ିବା ସମସ୍ୟା କମ୍ ହୁଏ । ଏଥିରେ ଥିବା ଲରିକ୍ ଏସିଡ୍ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ।
ଓଜନ କମାଏ :
ଯଦି ଆପଣ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତାହେଲେ ନିୟମିତ ପାଣି ସିଙ୍ଗଡ଼ା ଖାଇବା ଆରମ୍ଭ କରନ୍ତୁ । ଏହି ଫଳରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ପେଟ କମାଇବାରେ ସହାୟକ ହୁଏ । ଏହି ଫଳକୁ ବ୍ରେକଫାଷ୍ଟରେ ସାମିଲ୍ କରିବା ନିହାତି ଆବଶ୍ୟକ ।
ALSO READ: https://purvapaksa.com/have-you-ever-eaten-black-carrots/

