ଏବେ ଚର୍ଚ୍ଚାରେ ନୂଆପଡା ଉପନିର୍ବାଚନ । କିନ୍ତୁ ପ୍ରଶ୍ନ କିଏ ଜିତିବ ? ଦବଦବା କାହାର ଅଧିକ ? କେଉଁ ଦଳ କେଉଁଭଳି ରଣନୀତି କରୁଛି ? ଏଭଳି ଅନେକ ସାରା ପ୍ରଶ୍ନ ଭିତରେ ସାଧାରଣରେ ଯାହା ଚଚ୍ଚ୍ରା ହେଉଛି ତାହା ହେଲା ବିଜେପି ପାଇଁକାଳେ କାଳେ କାମ କରୁଛି ବିଜେଡି । ବିଜେପିକେମିତି ନୂଆପଡାରେ ବିଜୟ କରିବ ସେନେଇ ଏବେ ବିଜେଡି ଚିନ୍ତା କରୁଛି ।କୁହାଯାଉଛି କି କାଳେ ବିଜେପିର ଏଜେଣ୍ଟ ଭାବରେ କାମ କରୁଛି ବିଜୁ ଜନତା ଦଳ ।
ଆମ ପୂର୍ବପକ୍ଷର ଟିମ ମଧ୍ୟ ନୂଆପଡା ଉପନିର୍ବାଚନରେ ମଇଦାନ ବୁଲିଥିଲା । ଏଥର କିନ୍ତୁ ଚିରାଚରିତ ଢଙ୍ଗ ନୁହେଁ ଅସଲ କଥା ଜାଣିବାକୁ ଚେଷ୍ଟା କରାଯାଇଥିଲା । ନା ହାତରେ ଥିଲା ବୁମନା କ୍ୟାମେରା । ନୂଆପଡା ନିର୍ବାଚନ ମଣ୍ଡଳୀର ସାଧାରଣ ଲୋକଙ୍କ ସହ ବିନା ମିଡିଆ ନାଁ କହି ସାଧାରଣ ଲୋକଙ୍କ ଭଳି ବାସ୍ତବ ସ୍ଥିତି ପରୀକ୍ଷା କରିବାକୁ ଚେଷ୍ଟା କରିଥିଲୁ । ଆଉ ତାପରେ ଆମେ ଯାହା ବୁଝିଲୁ ଲୋକେ ଏବେ ସାଇଲେଣ୍ଟ । ଅର୍ଥାତ ଅଧିକାଂଶ ଲୋକଙ୍କ କହିବା କଥା ତିନି ଦଳରୁ ଯିଏ ଅଧିକ ଦେବ ତାଙ୍କୁ ଆମେ ଭୋଟ ଦେବୁ । ତା ସହ ସବୁଠୁ ବଡ କଥା ହେଉଛି ।
ନୂଆପଡା ନିର୍ବାଚନ ମଣ୍ଡଳୀରେଦୁଇଟି ବ୍ଲକ ଅଛି । ଦୁଇଟି ଏନଏସି ଅଛି । କିନ୍ତୁ ଲଢେଇ ହେଉଛି ବା ଆପଣ କହିପାରନ୍ତି ରାଜନୀତି ହେଉଛି କୋମନା ବ୍ଲକରେ । ଆଉ ବାକି ବ୍ଲକ କଥା ବି ଆମେ ଆଲୋଚନା କରିବା । କିନ୍ତୁ ପ୍ରଥମେ ଆଗ କୋମନାରୁ ଆରମ୍ଭ କରିବା ।

ସଭିଏଁ କହୁଛନ୍ତି କୋମନା ହେଉଛି ବିଜେଡିର ଗଡ । କିନ୍ତୁ ବାସ୍ତବ ସ୍ଥିତି ଅନୁଯାୟୀ ଅନେକ ଲୋକ କହୁଛନ୍ତି ଆମେ ବିଜେଡି ଥିଲୁ ଏବେ ଆମେ ବିଜେପି ହେଇ ଯାଇଛୁ । ଆମେ ବିଜେପିକୁ ଭୋଟ ଦେବୁ । ସବୁଠାରୁ ବଡକଥା ହେଲା , କୋମନାବ୍ଲକରେ ଅଧିକ ଆଦିବାସୀ ଭୋଟରହିଛି । ଯାହା ଘାସିରାମଙ୍କ ଆଡକୁ ଅଧିକଡଳିଛି । ଆଉ ଏବେ ଏହି ଆଦିବାସୀ ଭୋଟକୁ ନିଜ ଆଡକୁ ବିଜେପି ବିଜେଡି ମଧ୍ୟରେ କିଏ କେତେ ନିଜ ଆଡକୁ ଟାଣି ପାରିବ ବା ଭୋଟରଙ୍କୁ ଆକର୍ଷିତ କରିପାରିବ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଯୁଦ୍ଧ । ଅସଲରେ ଏବେ ପରିସ୍ଥିତି ଏମିତି ହୋଇଛି ଯେ ଆଦିବାସୀଭୋଟ ଯେତେ ଅଧିକ ବିଜେଡିକୁ ମିଳିବ ବିଜେପି ପାଇଁ ସେତିକି ଭଲ । ଖାଲି ସେତିକି ଆଦିବାସୀ ଭୋଟ ପାଇଁ ସ୍ୱାଧିନ ଭାବରେ ମଧ୍ୟ ପ୍ରାର୍ଥୀ ଦିଆଯାଇଛି ।ବିଜେପି ତାର ରଣନୀତି ହିସାବରେ ରାଜ୍ୟର ସବୁ ଆଦିବାସୀ ମନ୍ତ୍ରୀଙ୍କୁ ନୂଆପଡାରେ ଘାଟ ଜଗାଇଛି ବା ମଣ୍ଡଳ ଦାୟିତ୍ୱ ଦେଇଛି । ଠିକ ସେହିଭଳି ବିଜେଡିର ସବୁ ବଡନେତା କୋମନା ମୁହାଁ । ବିଜେଡି ନେତାଙ୍କ ମୁଖ୍ୟ ଆଡ୍ଡା ପାଲଟିଛି ଫାର୍ମ ହାଉସ । ବିଜେଡିର ବଡ ବଡ ନେତାମାନେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସେହି ଅଫିସରେ ଘେରାଏ ମାରିକି ଆସିବା ଟା ଥୟ । ଆଉ ସେହି ଅଫିସ ଟି ମଧ୍ୟ କୋମନା ବ୍ଲକରେ କରାଯାଇଛି । ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ କେମିତି ବିଜେଡି ବିଜେପିର ଏଜେଣ୍ଟସାଜିଲା । ଏହି ଟି ତ କଥାରହିଛି । ସବୁ କହିବୁ କିନ୍ତୁ ଆପଣ ଆମ ଚ୍ୟାନେଲକୁସବସ୍କ୍ରାଇବ କରିବାକୁ ଜମାରୁ ଡେରି କରନ୍ତୁ ନାହିଁ । ଏବେ ହିଁ ସବସ୍କ୍ରାଇବ କରିଦିଅନ୍ତୁ ।
ଆସିବା ପ୍ରସଙ୍ଗକୁ । ଆମେ ଯେମିତି ପୂର୍ବରୁ କହିଥିଲୁ ନୂଆପଡାରେ ଦୁଇ ବ୍ଲକ ଏବଂଦୁଇ ଏନଏସି ଅଛି । କିନ୍ତୁ ରାଜନୀତି ହେଉଛି କୋମନା ବ୍ଲକରେ ।ଯେଉଁ ବ୍ଲକରେ ବିଜେପି ଦୁର୍ବଳ ସେଠୀ କଂଗ୍ରେସକୁ ଟକ୍କର ଦେଉଛି ବିଜେପି । ବିଜେପି ବି କୋମନାକୁଫୋକସ କରିଛି । କିନ୍ତୁ ନୂଆପଡାର ଏନଏସିର ଦୁଇଟିରେ ବିଜେପିର ସ୍ଥିତି ଭଲଅଛି । ନୂଆପଡା ବ୍ଲକ କଥା ତ ନ କହିବା ଭଲ । ନୂଆପଡାରେ ଢୋଲକିଆଙ୍କ ନାଁରେ ଭୋଟ ଅଛି । ଏବଂ ତାସହ ଯୋଡି ହୋଇ ଯାଇଛି ବିଜେପିର ଭୋଟ । ତେଣୂ ଏପଟେ ବିଜେପିଏବେ ଭଲ ସ୍ଥିତି ଅଛି । କଂଗ୍ରେସ ବି କିଛି କମ ନାହିଁ । କିନ୍ତୁ ନୂଆପଡାରେ ସମୀକରଣ ଦେଖିଲେ ବିଜେଡି ଏବେ ବେଶୀ ଫୋକସ କରୁଛି କୋମନା ବ୍ଲକ କୁ ।ଯାହାର ଫାଇଦା ସିଧାସଳଖ ବିଜେପି ନେବ ବୋଲି ଲୋକେ କହୁଛନ୍ତି । ନବୀନବାବୁଙ୍କ ମିଟିଂ ବି କୋମନା ବ୍ଲକରେ ହେଉଛି । ଆଉ ଏ ସବୁ ଦେଖିଲେ ସ୍ପଷ୍ଟ ବାରି ହେଇ ପଡୁଛି ଘାସିରାମଙ୍କ ଭୋଟ କାଟି ବିଜେପିକୁ ସହଜ ବିଜୟ ଦେବା ରାସ୍ତାରେ ଏବେ ବିଜେଡି ।


