Grey Hair: ସମୟ ପୂର୍ବରୁ ଚୁଟି ବା କେଶ ପାଚିବା ଏକ ସାଧାରଣ ସମସ୍ୟା ପାଲଟିଛି ।
ତେବେ ଏହାର ଅନେକ କାରଣ ହୋଇପାରେ। ଲୌହ, କ୍ୟାଲସିୟମ୍, ତମ୍ବା, ଫୋଲିକ୍ ଏସିଡ୍, ଭିଟାମିନ୍ ବି୧୨ର ଅଭାବ ହେତୁ କେଶ ଅକାଳରେ ଧୂସର ହେବାକୁ ଲାଗେ। ଯଦି ଆପଣଙ୍କର କେଶ ବୟସ ପୂର୍ବରୁ ଧୂସର ରଙ୍ଗ ହେବାକୁ ଆରମ୍ଭ କରିଛି, ତେବେ ପ୍ରଥମେ ଆପଣଙ୍କ ଶରୀରରେ ଭିଟାମିନ୍ ର ଅଭାବ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଉପଯୁକ୍ତ ଖାଦ୍ୟ ଏବଂ ସପ୍ଲିମେଣ୍ଟ ଗ୍ରହଣ କରି ଭିଟାମିନ୍ ଅଭାବ ସହଜରେ କ୍ଷତିପୂରଣ ହୋଇପାରିବ।
ଚୁଟି ପାଚିବା ଏକ ପ୍ରାକୃତିକ ପ୍ରକ୍ରିୟା । ସାଧାରଣତଃ ବୟସ ବଢିବା ସହ ସବୁ ଲୋକଙ୍କ ଚୁଟି ପାଚିଥାଏ । କିନ୍ତୁ ଏବେ କମ୍ ବୟସରୁ ଯୁବକ/ଯୁବତୀଙ୍କ ଚୁଟି ପାଚି ଯାଉଥିବାର ଦେଖାଯାଉଛି । ଏମିତିକି କଲେଜ ପଢୁଆ ପିଲାମାନେ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି ।
ତେବେ ଏପରି ସମୟ ପୂର୍ବରୁ ଚୁଟି ପାଚିବା ପଛରେ ବିଭିନ୍ନ କାରଣ ହୋଇପାରେ, ଯଥା- ଜେନେଟିକ୍ସ ବା ଆନୁବଂଶିକ, ମାନସିକ ଚାପ, ଶରୀରରେ ପୋଷକ ତତ୍ତ୍ବର ଅଭାବ । ଆମ ଶରୀରରେ କିଛି ଭିଟାମିନ ଓ ମିନେରାଲର ଅଭାବ ହେଲେ ଚୁଟି ସହ ଜଡିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।
କମ୍ ବୟସରୁ ଚୁଟି ପାଚିବାର ଏକ ବଡ କାରଣ ହେଲା ଭିଟାମିନ ବି12 ଅଭାବ । ଶରୀରରେ ଏହି ଭିଟାମିନ ଅଭାବ ହେଲେ କେଶ ସମସ୍ୟା ଦେଖାଯାଏ । ବି12ର ମୁଖ୍ୟ କାମ ହେଲା ଲୋହିତ ରକ୍ତ କଣିକା (Red blood cells) ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଂଶକୁ ଅକ୍ସିଜେନ ପହଞ୍ଚାଇବା । ଭିଟାମିନ B12 ଅଭାବ ହେବା ଯୋଗୁଁ କେଶକୁ ଅକ୍ସିଜେନ ପହଞ୍ଚିପାରେ ନାହିଁ । ଏହାଦ୍ବାରା ହେୟାର ସେଲ୍ସ ଦୁର୍ବଳ ହେବାକୁ ଲାଗେ । ଦୁର୍ବଳ ସେଲ୍ସ କେଶକୁ କଳା ରଙ୍ଗ ଦେଉଥିବା ମେଲେନିନ ଉତ୍ପାଦନ କରିପାରେ ନାହିଁ । ଏହି କାରଣରୁ ଆପଣଙ୍କ କେଶ ଚୁଟି ଧୀରେ ଧୀରେ ଧଳା ହେବାକୁ ଲାଗେ ।
ଭିଟାମିନ ବି୧୨ ପାଇଁ କ’ଣ ଖାଇବେ:
ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ପଦାର୍ଥ
ଅଣ୍ଡା
ଚର୍ବିଯୁକ୍ତ ମାଛ
ରାଜମା, ଡାଲି, ମଟର
ଫର୍ଟିଫାଏଡ ଶସ୍ୟ
ସମୟ ପୂର୍ବରୁ ଚୁଟି ପାଚିବାକୁ ନେଇ ଏବେ ଅନେକ ଲୋକ ଚିନ୍ତିତ । ସାଧାରଣତଃ ଆନୁବଂଶିକ, ମାନସିକ ଚାପ ଓ ପୋଷକ ତତ୍ତ୍ବ ଅଭାବରୁ ଏହି ସମସ୍ୟା ହେଉଥିବା ଧରାଯାଏ । ଏକ ଅଧ୍ୟୟନରେ କୁହାଯାଇଛି, ଭିଟାମିନ ବି୧୨ ଯୋଗୁଁ ମଧ୍ୟ କେଶ ପାଚିଥାଏ । ଏଥିପାଇଁ ଆପଣ ନିଜ ଡାଏଟରେ ଭିଟାମିନ ବି୧୨ ଯୁକ୍ତ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ସାମିଲ କରିପାରିବେ । ଏହା କମ୍ ବୟସରୁ କେଶ ପାଚିବାକୁ ରୋକିଥାଏ ଓ କେଶର ପ୍ରାକୃତିକ ରଙ୍ଗ ବଜାୟ ରଖିଥାଏ ।
ଭିଟାମିନ ବି୧୨ ଅଭାବ ହେଲେ ଦେଖାଯାଏ ଏହି ଲକ୍ଷଣ:
କେଶ ଝଡିବା: ଭିଟାମିନ ବି୧୨ କମିଲେ କେଶ ଅଧିକ ଝଡିଥାଏ । ହେୟାର ଫଲିକଲ୍ସ ନୂଆ କେଶ ଉଠିବାରେ ସାହାଯ୍ୟ କରିପାରେ ନାହିଁ ।
ପତଳା କେଶ: କେଶ ଝଡିବା ଯୋଗୁଁ ଆପଣଙ୍କ କେଶ ପତଳା ଓ ଦୁର୍ବଳ ହେବାକୁ ଲାଗେ । ଫଳରେ କେଶର ଘନତ୍ବ କମ୍ ହୋଇଯାଏ ।
ଡ୍ରାଏ ହେୟାର: ଭିଟାମିନ ବି୧୨ ଅଭାବରୁ ଆପଣଙ୍କ କେଶ ଶୁଷ୍କ-ରୁକ୍ଷ ଓ ଦୁର୍ବଳ ହୋଇପାରେ । ଯାହାଫଳରେ ସହଜରେ କେଶ ଝଡି ଯାଇଥାଏ ।
ଶରୀରରେ ଆଇରନ ଓ ଜିଙ୍କ ଅଭାବ ମଧ୍ୟ ଶୀଘ୍ର କେଶ ପାଚିବାର ଅନ୍ୟତମ କାରଣ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ସବୁଜ ପନିପରିବା ଖାଇବା ଉଚିତ ।
ALSO READ: https://purvapaksa.com/types-of-diabetes/