- କଳାକାରଙ୍କ ପ୍ରତିଭା ପ୍ରଦର୍ଶନର ଦେଇଛି ସୁଯୋଗ
- କେନ୍ଦୁଝରରେ ପର୍ଯ୍ୟଟନର ଅପାର ସମ୍ଭାବନା
କେନ୍ଦୁଝରର କଳା, ସଂସ୍କୃତି, ପରମ୍ପରା, ଲୋକନୃତ୍ୟ, ଗ୍ରାମୀଣ ଶିଳ୍ପକଳା, ଶିଳ୍ପୀ ଏବଂ କଳାକାରଙ୍କୁ ଉତ୍ସାହିତ କରିବା ପାଇଁ ‘ଗୋନାସିକା ମହୋତ୍ସବ’ ଏକ ଉତ୍କୃଷ୍ଟ ମଞ୍ଚ । ସମଗ୍ର ରାଜ୍ୟରେ ଗୋନାସିକା ମହୋତ୍ସବ ଏବେ ଆଲୋଡନ ସୃଷ୍ଟି କରିଛି ଏବଂ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । କେନ୍ଦୁଝର ପ୍ରସିଦ୍ଧ ଉତ୍ସବ ‘ଗୋନାସିକା ମହୋତ୍ସବ-2024’ର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଗୋନାସିକା ମହୋତ୍ସବରେ ମିଶନଶକ୍ତି ମାନଙ୍କୁ ନିଜ ହାତ ତିଆରି ଦ୍ରବ୍ୟ ବିକ୍ରି କରିବା ପାଇଁ ବଜାର ସୁବିଧା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଶନ ଶକ୍ତି ମା’ମାନେ ୭୫ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ୨୭ ତାରିଖ ମଧ୍ୟରେ 3କୋଟି ଟଙ୍କାର ବ୍ୟବସାୟ ହେବାର ଆକଳନ ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ।
ଆମ ସରକାର ଲୋକଙ୍କ ସରକାର ଏବଂ ଯାହା କହିଛୁ ତାହା କରିବୁ । ଶେଷ ହିତାଧିକାରୀ ପାଖରେ ପହଞ୍ଚିବା ଯାଏଁ ସୁଭଦ୍ରା ସହାୟତା ପ୍ରଦାନ କରାଯିବ । ତେଣୁ ବ୍ୟସ୍ତ ନହୋଇ ଧର୍ଯ୍ୟ ଧରିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ, ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆମର ପ୍ରତିବଦ୍ଧତା । କେନ୍ଦୁଝର ଜିଲ୍ଲାରେ ୪ ଲକ୍ଷ ୪୪ ହଜାର ୩୭୫ ସୁଭଦ୍ରା ଆବେଦନରୁ ୩ ଲକ୍ଷ ୩୬ ହଜାର ୨୮୬ ଜଣଙ୍କୁ ସୁଭଦ୍ରା ସହାୟତା ମିଳିସାରିଛି ଏବଂ ୬୫ ହଜାରଙ୍କର ଫିଲଡ ଭେରିଫିକେସନ ମଧ୍ୟ ସରିଛି । ଜାନୁଆରି ମାସରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଦିଆଯିବ ବେଳେ କେନ୍ଦୁଝରରେ ୭୮ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ସୁଭଦ୍ରା ମିଳିବ । ମହିଳାଙ୍କ ନେତୃତ୍ୱରେ ହିଁ ବିକଶିତ ଓଡିଶା ଗଠନର ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ମୋହନ ମାଝୀଙ୍କ ସରକାରରେ ୨୦୨୭ ସୁଦ୍ଧା ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆମେ ସଂକଳ୍ପବଦ୍ଧ। ବର୍ତ୍ତମାନ ୬୯ ହଜାର ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ଚିହ୍ନଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶର ସୂର୍ଯ୍ୟୋଦୟ ହୋଇଛି ।
ମା’ ତାରିଣୀଙ୍କ ପବିତ୍ର ମାଟି, ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ଭୂମି ଖଣି, ଖାଦାନ, ଜଙ୍ଗଲ, ନଦୀ, ଝରଣାରେ ପରିପୁର୍ଣ୍ଣ କେନ୍ଦୁଝରରେ ରହିଛି ପର୍ଯ୍ୟଟନର ଅପାର ସମ୍ଭାବନା । ଆଗାମୀ ଦିନରେ କେନ୍ଦୁଝରରେ ପର୍ଯ୍ୟଟନର ବିକାଶ ହେବା ସହ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ପରିଗଣିତ ହେବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
previous article:https://purvapaksa.com/dharmendras-request-for-journalists-pension/
