ଗହଣା କିଣିବାକୁ ଯଦି ଆପଣ ଆଜି ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ଜାଣିନେବା ଅତ୍ୟନ୍ତ ଆବଶ୍ୟକ । ଦେଶର ବିଭିନ୍ନ ସହରରେ ସୁନା ଓ ରୁପା ଦାମ ଲଗାତାର ବଢ଼ୁଥିବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି । ଗତ କିଛି ଦିନ ଧରି ଚାଲିଥିବା ଏହି ଉର୍ଦ୍ଧ୍ୱଗତି ଆଜି ଆଉ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୭୫ ହଜାର ଟଙ୍କାକୁ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୩ ହଜାର ଟଙ୍କା ରହିଛି । ବଜାର ନିରୀକ୍ଷକଙ୍କ କହିବା ଅନୁସାରେ, ସୁନା ଦର ଏବେ ଭରି ପିଛା ଦୁଇ ଲକ୍ଷ ଟଙ୍କା ଛୁଇଁବା ଦିଗରେ ଅଗ୍ରସର ହେଉଛି, ଯାହା ଗହଣା ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କୁ ଚିନ୍ତାରେ ପକାଇଛି । ସୁନା ସହିତ ସମାନ ଭାବେ ରୁପା ଦରରେ ମଧ୍ୟ ଭୟଙ୍କର ବୃଦ୍ଧି ଦେଖିବାକୁ ମିଳୁଛି । ଆଜି ରୁପା ଦର କେଜି ପ୍ରତି ୪ ଲକ୍ଷ ଟଙ୍କା ପାର କରିଛି । ଗତ କିଛି ସପ୍ତାହ ଧରି ରୁପା ଦରରେ ଏଭଳି ଲଗାତାର ବୃଦ୍ଧି ହେଉଥିବାରୁ ବଜାରରେ ଚର୍ଚ୍ଚା ତୀବ୍ର ହୋଇଛି।
ବଜାର ବିଶେଷଜ୍ଞମାନେ କହୁଛନ୍ତି ଯେ, ଆନ୍ତର୍ଜାତିକ ବଜାରର ଅସ୍ଥିରତା, ଡଲାର ମୂଲ୍ୟର ଚଢ଼ାଉ, ଭୂ-ରାଜନୈତିକ ଓ ନିବେଶକଙ୍କ ସୁରକ୍ଷିତ ନିବେଶ ଭାବରେ ସୁନା–ରୁପା ପ୍ରତି ଆଗ୍ରହ ବଢ଼ିବା ହେଉଛି ଦାମ ବୃଦ୍ଧିର ମୁଖ୍ୟ କାରଣ। ତେବେ ଏହି ପରିସ୍ଥିତି ଆସନ୍ତା କିଛି ଦିନ ଯାଏଁ ଜାରି ରହିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ଓଡ଼ିଶା ସହ ଦେଶର ପ୍ରମୁଖ ସହରଗୁଡ଼ିକରେ ଗହଣା ଦୋକାନଗୁଡ଼ିକରେ ଗ୍ରାହକ ସଂଖ୍ୟା କମିଥିବା ଦେଖାଯାଉଛି। ବିବାହ ଓ ପର୍ବପର୍ବାଣୀ ଆସୁଥିବା ସତ୍ତ୍ୱେ ଅଧିକ ଦାମ ଯୋଗୁଁ ଲୋକେ ଗହଣା କିଣିବାରେ ଦ୍ୱିଧାଗ୍ରସ୍ତ ହେଉଛନ୍ତି। କିଛି ଗ୍ରାହକ କହୁଛନ୍ତି, ଦାମ କମିବାକୁ ଅପେକ୍ଷା କରି କିଣିବେ। ସେହିପରି, ଯଦି ଆପଣ ଆଜି ସୁନା କିମ୍ବା ରୁପା କିଣିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ନିଜ ସହରର ଦର ଯାଞ୍ଚ କରିବା ସହ ଦୀର୍ଘମିଆଦି ଯୋଜନା ଭିତ୍ତିରେ ନିଷ୍ପତ୍ତି ନେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
also read https://purvapaksa.com/voice-of-the-middle-class-ahead-of-budget-2026/
Voice of the middle class ahead of Budget 2026 ।। ଗରିବଙ୍କ ପାଇଁ ଅସୁବିଧାରେ ମଧ୍ୟବିତ୍ତ !


