ଗହଣା କିଣିବାକୁ ଯୋଜନା କରୁଛନ୍ତି କି? ତେବେ ପ୍ରଥମେ ଆଜିର ସୁନା ଦର ସମ୍ବନ୍ଧରେ ଜାଣି ନିଅନ୍ତୁ । ଭାରତୀୟ ବଜାରରେ ସୁନା ମୂଲ୍ୟରେ ହାଲୁକା ଚଢ଼ାଉ ଦେଖାଯାଇଛି । ବିଭିନ୍ନ ସହରରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ଦର ଅଳ୍ପ ବ୍ୟତିକ୍ରମ ସହ ଘୋଷଣା ହୋଇଛି ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୫୪,୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୨,୦୦୦ ଟଙ୍କାକୁ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୪,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୦୦୦ ଟଙ୍କା ରହିଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୪,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୦୦୦ ଟଙ୍କା ରହିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୫୫,୦୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୧୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୫୬,୨୨୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୩,୨୦୦ ଟଙ୍କାକୁ ପହଞ୍ଚିଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ୍ ସୁନା ୧,୫୪,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୨,୦୦୦ ଟଙ୍କା ରହିଛି।
ଅନ୍ୟପଟେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ଆଜି ରୁପା ଦର କିଲୋ ପିଛା ୨,୬୦,୦୦୦ ଟଙ୍କା ରହିଛି। ବଜାର ତତ୍ତ୍ୱାବଧାନକାରୀମାନଙ୍କ ମତାନୁସାରେ ଆନ୍ତର୍ଜାତୀୟ ବଜାରର ପରିବର୍ତ୍ତନ, ଡଲାର ମୂଲ୍ୟ ଓ ଚାହିଦା-ଯୋଗାଣ ସମୀକରଣ ସୁନା-ରୁପା ଦରକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତିରେ ଗହଣା କିଣିବା ପୂର୍ବରୁ ଗ୍ରାହକମାନେ ସହରଭିତ୍ତିକ ଦର ଯାଞ୍ଚ କରିବା ଉଚିତ। ସୁନା ମୂଲ୍ୟ ପ୍ରତିଦିନ ପରିବର୍ତ୍ତନଶୀଳ ଥିବାରୁ ନିବେଶ କିମ୍ବା ଗହଣା କ୍ରୟ ସମୟରେ ତଥ୍ୟାଧାରିତ ନିଷ୍ପତ୍ତି ନେବା ଜରୁରୀ।

ସୁନାର ଶୁଦ୍ଧତା କେମିତି ଯାଞ୍ଚ କରିବେ?
ଗ୍ରାହକମାନଙ୍କ ପାଇଁ ସରକାର ପକ୍ଷରୁ ‘BIS Care’ ଆପ୍ ଉପଲବ୍ଧ କରାଯାଇଛି। ଏହି ଆପ୍ ମାଧ୍ୟମରେ ସୁନାର ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ। ଯଦି କୌଣସି ଅସଙ୍ଗତି ଦେଖାଯାଏ, ତେବେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିବାର ସୁବିଧା ମଧ୍ୟ ଏହି ଆପ୍ରେ ରହିଛି। ଅଭିଯୋଗ ପରେ ଗ୍ରାହକ ତାହାର ଅବସ୍ଥା ଓ ପଦକ୍ଷେପ ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇପାରିବେ। ସର୍ବସାଧାରଣଙ୍କୁ ପରାମର୍ଶ ଦିଆଯାଉଛି ଯେ କେବଳ ଦର ଦେଖି ନୁହେଁ, ହଲମାର୍କ ସୁନା କ୍ରୟ କରି ନିଜ ନିବେଶକୁ ସୁରକ୍ଷିତ କରନ୍ତୁ। ସଚେତନତା ଓ ସଠିକ୍ ତଥ୍ୟ ଆଧାରିତ ନିଷ୍ପତ୍ତି ନେଲେ ହିଁ ଗ୍ରାହକମାନେ ଲାଭାନ୍ୱିତ ହେବେ।


