Top 10 Air Force In The World: ଗ୍ଲୋବାଲ ଫାୟାରପାୱାର ଇଣ୍ଡେକ୍ସ ୨୦୨୫ ରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନାର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତୀୟ ବାୟୁସେନା ଶୀର୍ଷ ଦେଶଗୁଡ଼ିକ ସହ ଦୃଢ଼ତାର ସହ ଛିଡ଼ା ହୋଇଛି। ଏହି ତାଲିକାରେ ଆମେରିକା ବାୟୁସେନା ସବୁଠାରୁ ଶକ୍ତିଶାଳୀ ବାୟୁସେନା ସ୍ଥାନରେ ନିଜର ସ୍ଥାନ ବଜାୟ ରଖିଛି।
- ବିଶ୍ୱର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ବାୟୁସେନାର ତାଲିକା ପ୍ରକାଶ ପାଇଛି
- ସର୍ବବୃହତ୍ ବାୟୁସେନା ସହ ଆମେରିକା ଶୀର୍ଷରେ
- ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନାରେ ମଧ୍ୟ ସ୍ଥାନ ପାଇଛି ଭାରତ
ବିଶ୍ୱର ୧୦ ଶକ୍ତିଶାଳୀ ବାୟୁସେନାର ତାଲିକା ପ୍ରକାଶ ପାଇଛି। globalfirepower.com ନାମକ ୱେବସାଇଟ୍ ଏହାକୁ ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ସେହି ୱେବସାଇଟ୍ ଯାହା ବିଶ୍ୱର ସାମରିକ ଘଟଣାକ୍ରମ ଉପରେ ନଜର ରଖିଥାଏ। ନିକଟରେ ୱେବସାଇଟ୍ର ପ୍ରକାଶିତ ଏହି ରିପୋର୍ଟରେ ରାକିଂରେ ସାମିଲ ଥିବା ଦେଶଙ୍କ ପାଖରେ ଥିବା ଲଢ଼ୁଆ ବିମାନ, ହେଲିକପ୍ଟର ଓ ସପୋର୍ଟ ଏୟାରକ୍ରାଫ୍ଟକୁ ନେଇ ଶକ୍ତିଶାଳୀ ୧୦ ବାୟୁସେନା ତାଲିକା ତିଆରି ହୋଇଛି। ଖାସ୍ କଥା ହେଉଛି ଭାରତୀୟ ବାୟୁସେନା ବିଶ୍ୱର ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ସ୍ଥାନ ପାଇଛି। ଏହା ସହ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ବାୟୁସେନାର ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି। ଆସନ୍ତୁ ଜାଣିବା କେଉଁ ଦେଶ ଟପ୍ ଟେନ୍ ତାଲିକାରେ କେଉଁ ସ୍ଥାନରେ ରହିଛନ୍ତି।
ଆମେରିକା ଆଗରେ ଥିବା ପଛକୁ ପଛ ରୁଷ ଓ ଚୀନ୍
ରିପୋର୍ଟ ଅନୁଯାୟୀ, ଆମେରିକା ବାୟୁସେନା ବିଶ୍ୱ ଟପ୍ ଟେନ୍ ତାଲିକାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନାର ଟାଇଟଲ ହାସଲ କରିଛି। ଏହା ପରେ ରୁଷିଆ ଓ ଚୀନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତର ବାୟୁସେନା ଚତୁର୍ଥ ଓ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛି। ରୁଷିଆ, ଚୀନ୍, ଭାରତ, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ବାୟୁ କ୍ଷମତାଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଆମେରିକୀୟ ବାୟୁ ସେନା ପାଖରେ ରହିଛି ବୋଲି ରିପୋର୍ଟରେ କୁହା ଯାଇଛି। ଜାପାନ ବାୟୁସେନା ଷଷ୍ଠ ସ୍ଥାନରେ ରହିଛି।
ଆମେରିକା ଏକ ନମ୍ବର
ଆମେରିକା ବାୟୁସେନା ପାଖରେ ୫୭୩୭ ହେଲିକପ୍ଟର, ୧୮୫୪ ଲଢ଼ୁଆ ବିମାନ ଓ ୩୭୨୨ ସପୋର୍ଟ ଏୟାରକ୍ରାଫ୍ଟ ରହିଛି। ଏହାର ବାର୍ଷିକ ବଜେଟ୍ ୮୦୦ ବିଲିୟନ (ଅର୍ବୁଦ) ଡଲାର, ଯାହାକି ବିଶ୍ୱ ସାମରିକ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ। ରୁଷିଆର ବାୟୁସେନା ହେଉଛି ଆମେରିକାର ବାୟୁଶକ୍ତିର ଏକ ତୃତୀୟାଂଶ। ରୁଷ୍ ପାଖରେ ୮୦୯ଟି ଲଢ଼ୁଆ ବିମାନ, ୧୫୫୪ଟି ହେଲିକପ୍ଟର ଓ ୬୧୦ଟି ସପୋର୍ଟ ଏୟାରକ୍ରାଫ୍ଟ ସମେତ ୪୨୯୨ଟି ବିମାନ ରହିଛି। ତୃତୀୟ ସ୍ଥାନରେ ଥିବା ଚୀନ୍ ଏହାର ବାୟୁସେନାର ଆଧୁନିକୀକରଣରେ ବ୍ୟାପକ ପୁଞ୍ଜିନିବେଶ କରୁଛି।
ଚତୁର୍ଥ ସ୍ଥାନରେ ଭାରତୀୟ ବାୟୁସେନା
ଭାରତୀୟ ବାୟୁସେନା ୨୨୨୯ଟି ବିମାନ ସହ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ଭାବରେ ପରିଚିତ। ଭାରତୀୟ ବାୟୁସେନା ପାଖରେ ୫୩ଟି ଲଢ଼ୁଆ ବିମାନ, ୮୯୯ଟି ହେଲିକପ୍ଟର ଓ ୮୩୧ଟି ସହାୟକ ବିମାନ ରହିଛି। ପଞ୍ଚମ ସ୍ଥାନରେ ଥିବା ଦକ୍ଷିଣ କୋରିଆ ବାୟୁସେନା ପାଖରେ ମୋଟ ୧୫୯୨ଟି ବିମାନ ରହିଛି। ସେହିପରି ତାଲିକାରେ ଷଷ୍ଠ ସ୍ଥାନରେ ଥିବା ଜାପାନ ପାଖରେ ମୋଟ ୧୪୪୩ଟି ବିମାନ ରହିଛି।
ତାଲିକାରେ ପାକିସ୍ତାନ ବାୟୁସେନାର ସ୍ଥାନ କେଉଁଠି?
ଭାରତର ବାୟୁଶକ୍ତି ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି। ବିଶ୍ୱ ବାୟୁଶକ୍ତି ମାନ୍ୟତାରେ ପାକିସ୍ତାନ ଭାରତଠାରୁ ସପ୍ତମ ସ୍ଥାନରେ ଥିଲେ ମଧ୍ୟ ବିମାନ ସଂଖ୍ୟାରେ ବହୁତ ପଛରେ ରହିଛି। ପାକିସ୍ତାନ ପାଖରେ ୩୨୮ଟି ଲଢ଼ୁଆ ବିମାନ, ୩୭୩ଟି ହେଲିକପ୍ଟର ଓ ୭୫୦ଟି ସପୋର୍ଟ ଏୟାରକ୍ରାଫ୍ଟ କୁ ମିଶାଇ ମୋଟ ୧୩୯୯ଟି ବିମାନ ରହିଛି। ଏହା ପରେ ଇଜିପ୍ଟ ୧୦୯୯ ବିମାନ, ତୁର୍କୀ ୧୦୮୩ ଏବଂ ଫ୍ରାନ୍ସ ୯୭୬ ବିମାନ ସହ ତାଲିକାରେ ରହିଛନ୍ତି।
Also readhttps://purvapaksa.com/indonesian-president-reveals-i-have-indian-dna/
ଭାରତୀୟ ଡିଏନଏ କ’ଣ, ଯାହା କହିଛନ୍ତି ଇଣ୍ଡୋନେସିଆ ରାଷ୍ଚ୍ରପତି ସୁବିଆନ୍ତୋ
