ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା । ଏଣିକି ସେମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ପରେ ଏବେ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫ୍ରି ବସ ସର୍ଭିସ ଦେବାକୁ ସେ ଘୋଷଣା କରିଛନ୍ତି ।
କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବହନକୁ ସୁଗମ କରିବାକୁ ଚାହୁଁଛୁ । ଯଦି ଏଏପି ନିର୍ବାଚନ ଜିତେ, ତା’ ହେଲେ ଆମେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଯାତ୍ରା ନିଃଶୁକ୍ଳ କରିବୁ । ପୂର୍ବରୁ ଛାତ୍ରୀମାନେ ଏହାର ଲାଭ ପାଉଛନ୍ତି ।
କେଜ୍ରିୱାଲ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଛାତ୍ରମାନଙ୍କୁ ମେଟ୍ରୋରେ ୫୦ ପ୍ରତିଶତ ରିହାତି ଦେବାକୁ ଅନୁରୋଧ କରିଛି । ଦିଲ୍ଲୀ ମେଟ୍ରୋ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କର ମିଳିତ ଉଦ୍ୟମ । ଆମେ ଆଶା କରୁଛୁ, ସେ ଏହି ଜନ କଲ୍ୟାଣକାରୀ ଯୋଜନାରେ ସହମତ ହେବେ । ଛାତ୍ରମାନଙ୍କ ପାଇଁ ରିହାତିରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ୫୦:୫୦ର ଯୋଗଦାନ ଦେବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅରବିନ୍ଦ କେଜ୍ରିୱାଲ ଏକ ଚିଠି ଲେଖିଛନ୍ତି । ଏହା ମାଧ୍ୟମରେ କେଜ୍ରିୱାଲ ପିଏମ ମୋଦିଙ୍କୁ ସ୍କୁଲ ଏବଂ କଲେଜ ଛାତ୍ରଙ୍କ ପାଇଁ ଦିଲ୍ଲୀ ମେଟ୍ରୋ ଭଡ଼ା ଉପରେ ୫୦ ପ୍ରତିଶତ ସବସିଡି ଦାବି କରିଛନ୍ତି ।
ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା : ଉପମୁଖ୍ୟମନ୍ତ୍ରୀ