ଭାରତରେ ପ୍ରାୟତଃ ପ୍ରତ୍ୟେକ ଘରେ ମଧ୍ୟାହ୍ନ ଭୋଜନ ପରେ ସମସ୍ତେ ଶୋଇଥାନ୍ତି । ଅଳସୁଆ ଏବଂ ଥକାପଣ ଯୋଗୁଁ କେବଳ ଶୋଇବାକୁ ଇଛା ହୋଇଥାଏ ।
ଅଫିସରେ କାମ କରୁଥିବା ସହକର୍ମୀଙ୍କୁ ମଧ୍ୟ ମଧ୍ୟାହ୍ନଭୋଜନ ପରେ ଅଫିସରେ କିଛି ସମୟ ଶୋଇଥିବାର ଦେଖିଥିବେ। ଆପଣ ମଧ୍ୟ ନିଜେ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ଶୋଇଥିବେ । ଅନେକ ଥର ମଧ୍ୟାହ୍ନ ଭୋଜନ ପରେ ଲାଗେ ଯେପରି ଆମ ଶରୀର ଥକି ଯାଇଛି । ଏପରି ପରିସ୍ଥିତିରେ, ଆପଣ ହୁଏତ କିଛି ସମୟ ନିଦ କିମ୍ବା ପାୱାର୍ ନ୍ୟାପ ନେଇଥାନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କେବଳ ଅପରାହ୍ନରେ କାହିଁକି ଘଟେ?

ଏପରି ଲାଗିବାର ଅନେକ କାରଣ ଅଛି । ବୈଜ୍ଞାନିକଙ୍କ ଅନୁସାରେ, ଅଧିକ କାର୍ବ ଏବଂ ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ଅଳସୁଆ ଲାଗିଥାଏ । ଆଳୁ, ଭାତ,ଶସ୍ୟ ଏବଂ ରୁଟିରେ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ଶରୀରରେ ସୁଗାରର ଲେଭେଲକୁ ଅଧିକ ବଢ଼ାଇଥାଏ । ଯଦି ଜଣେ ବ୍ୟକ୍ତି ଦିନର ଅଧିକାଂଶ ସମୟ ଶୋଇଥାଏ, ଏହା ଦ୍ୱାରା ସେମାନଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ । ତେଣୁ, ଯଦି ଆପଣ ମଧ୍ୟ ବାରମ୍ବାର ଶୋଇପଡନ୍ତି, ବିଶେଷ କରି ଅପରାହ୍ନରେ, ତେବେ ଏହା ପଛରେ ଅନେକ କାରଣ ଥାଇପାରେ ।
- କିଛି ଲୋକ ଦିନରେ ଏବଂ ରାତିରେ ବହୁତ କଠିନ ପରିଶ୍ରମ କରନ୍ତି, ଯେଉଁଥିପାଇଁ କି ଦିନରେ ପ୍ରବଳ ନିଦ ଆସିଥାଏ । ଏହା ସହିତ, କିଛି ଲୋକ ରାତିସାରା କାମ କରିବା ପରେ ମଧ୍ୟ ଦିନରେ ଅଳ୍ପ ନିଦ୍ରା ଅନୁଭବ କରନ୍ତି ଖାଦ୍ୟ ନିଶ୍ଚିତ ଭାବରେ ଆମ ଶରୀରକୁ ଶକ୍ତି ଦେଇଥାଏ, କିନ୍ତୁ ବିଭିନ୍ନ ପ୍ରକାରର ଖାଦ୍ୟ ଆମ ଶରୀର ଉପରେ ଭିନ୍ନ ପ୍ରଭାବ ପକାଇଥାଏ ।
- ଖାଦ୍ୟ ଖାଇବା ପରେ ଥକ୍କା ଅନୁଭବ କରିବା କିଛି ଲୋକଙ୍କ ପାଇଁ ସାଧାରଣ ହୋଇପାରେ, କିନ୍ତୁ ଏହା ଆମ ଶରୀର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଖାଇବାକୁ ନେଇ ଯତ୍ନବାନ ହେବା ଜରୁରୀ ।
- ଯଦି ଜଣେ ବ୍ୟକ୍ତିଙ୍କ କୌଣସି ରୋଗରେ ପୀଡ଼ିତ ଥାଆନ୍ତି ତେବେ ଏହା ମଧ୍ୟ ଦିନରେ ଶୋଇବାର ଏକ କାରଣ ହୋଇପାରେ । ଯେପରିକି ମଧୁମେହ ଏବଂ ରକ୍ତହୀନତା ପାଇଁ ଦିନରେ ବହୁତ ନିଦ ଲାଗିଥାଏ ।

- ଜଳ ଅଭାବ ହେତୁ ଶରୀରରେ ଶକ୍ତି ସ୍ତର ହ୍ରାସ ହୋଇଥାଏ । ଯେଉଁଥିପାଇଁ ଆମକୁ କ୍ଲାନ୍ତ ଅନୁଭବ ହୋଇଥାଏ ଏବଂ ନିଦ ଆସିଥାଏ ।
- ଖାଦ୍ୟ ଖାଇବା ପରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି କାମ କରିଲେ ଅଳସୁଆ ଅନୁଭବ ହୋଇଥାଏ । ଯାହାଦ୍ୱାରା ନିଦ ଆସିଥାଏ ।
- ଯଦି ରାତିରେ ଆପଣ ଭଲ ଭାବରେ ନ ଶୋଇ ଥାନ୍ତି, ତେବେ ଅପରାହ୍ନରେ ଆପଣଙ୍କୁ ନିଦ ଆସିଥାଏ । ରାତିରେ ୭ରୁ ୮ଘଣ୍ଟା ଶୁଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଅପରାହ୍ନରେ ନିଦ ଆସିବ ନାହିଁ ।
PREVIOUS STORY:https://purvapaksa.com/health-benefits-of-drinking-amla-juice/

