Bad habits: ବାପ-ଝିଅଙ୍କ ସମ୍ପର୍କକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ।
ବାପା ତାଙ୍କ ଝିଅକୁ ଲାଳନପାଳନ ଠାରୁ ଆରମ୍ଭ କରି ଶିକ୍ଷା ଦେବା ପର୍ଯ୍ୟନ୍ତ ସବୁ କାମରେ ସହଯୋଗ କରନ୍ତି । ଭାରତରେ ଝିଅକୁ ଘରର ଲକ୍ଷ୍ମୀ କୁହାଯାଏ । ଜଣେ ବାପା ଅନେକ ଶ୍ରଦ୍ଧା ଓ ଭଲପାଇବାର ସହ ସେହି ଲକ୍ଷ୍ମୀକୁ ବଡ଼ କରିଥାଏ। ଦୁନିଆଁର ସମସ୍ତ ସୁଖ ତା ଝିଅର ପାଦ ତଳେ ରଖିଦିଏ ତା ବାପା। ପୁଣି ସେଇ ଲକ୍ଷ୍ମୀକୁ ଅନେକ କଷ୍ଟର ସହ ବିବାହ କରିଥାଏ ଆଉ କାହା ସହ। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଝିଅମାନେ ନିଜ ବାପାଙ୍କୁ ବିବାହ କରିଥାନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଦୁନିଆରେ ଅନେକ ଅଜବ କୁପ୍ରଥା ରହିଛି, ଏହା ମଧ୍ୟ ସେଥିମଧ୍ୟରୁ ଗୋଟିଏ ।
ବାଂଲାଦେଶର ମଣ୍ଡି ଜନଜାତିମଧ୍ୟରେ ଏହି କୁପ୍ରଥା ପ୍ରଚଳିତ
ଇଂରାଜୀ ୱେବସାଇଟ୍ ଦି ଗାର୍ଡିଆନ୍ ଅନୁଯାୟୀ, ଏହି ଅଜବ ପରମ୍ପରା ବାଂଲାଦେଶର ମଣ୍ଡି ଜନଜାତିରେ ରହିଛି। ବାଂଲାଦେଶରେ ବସବାସ କରୁଥିବା ମଣ୍ଡି ଜନଜାତିରେ ଝିଅମାନଙ୍କୁ ସେମାନଙ୍କ ବାପାଙ୍କ ସହ ବିବାହ କରାଯାଏ । ଏହି ଜନଜାତିର ଜଣେ ୩୦ ବର୍ଷୀୟା ମହିଳା ଓରୋଲା କୁହନ୍ତି ଯେ ତାଙ୍କ ବାପା ବହୁତ ଛୋଟ ଥିବା ବେଳେ ମୃତ୍ୟୁବରଣ କରିଥିଲେ। ତା’ପରେ ତାଙ୍କ ମା’ ନଟେନ୍ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କ ଅନ୍ୟ ବାପାଙ୍କୁ ଦେଖି ସେ ସବୁବେଳେ ଭାବୁଥିଲେ ଯେ ସେ କେତେ ଭଲ। ଏକ ପ୍ରକାରେ ଝିଅଟି ତାଙ୍କ ଦ୍ୱିତୀୟ ପିତାଙ୍କୁ ପସନ୍ଦ କରିଥିଲେ ।
ଏହି ପରମ୍ପରା ଆଜି ବି ଜାରି ରହିଛି
ଓରୋଲା କୁହନ୍ତି ଯେ ଯେତେବେଳେ ସେ ଯୌବନ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଦ୍ୱିତୀୟ ପିତା ନଟ୍ଟେନ୍ ତାଙ୍କ ସ୍ୱାମୀ। ଏହି ଖବର ଶୁଣି ଓରୋଲାଙ୍କୁ ଲାଗୁଥିଲା ଯେମିତି ସେ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଏହା ସତ ଥିଲା। ବାସ୍ତବରେ ଓରୋଲା ମାତ୍ର ୩ ବର୍ଷ ବୟସରେ ତାଙ୍କ ବାପାଙ୍କୁ ବିବାହ କରିଥିଲେ। ଏହି ପରିପ୍ରେକ୍ଷୀରେ ଓରୋଲାଙ୍କ ବାପା ମଧ୍ୟ ତାଙ୍କ ସ୍ୱାମୀ ଥିଲେ।
ଏହା ଏପରି ଏକ ପ୍ରଥା ଯେଉଁଠାରେ କମ୍ ବୟସରେ ବିଧବା ହୋଇଥିବା ଝିଅମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ ସହ ବିବାହ କରାଯାଏ ଏବଂ ଯେତେବେଳେ ସେହି ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦିଅନ୍ତି, ସେତେବେଳେ ତାଙ୍କୁ ମଧ୍ୟ ସେହି ବ୍ୟକ୍ତିଙ୍କ ସହ ବିବାହ କରାଯାଏ । ବିଶ୍ୱାସ କରାଯାଏ ଯେ ଜଣେ ଯୁବ ସ୍ୱାମୀ ଉଭୟଙ୍କ ସ୍ୱାମୀ ହୋଇ ଉଭୟ ନୂଆ ପତ୍ନୀ ଓ ଝିଅକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଇପାରିବେ । ଏହା ଏକ ଅଜବ ଅଭ୍ୟାସ । ଆଶ୍ଚର୍ଯ୍ୟର କଥା ହେଉଛି, ଆଜି ବି ଏହି କୁପ୍ରଥାକୁ ବିଶ୍ୱାସ କରାଯାଏ ।
ପୃଥିବୀର ଏହି ସବୁ ଦେଶରେ ରହିଛି ଇସ୍କନ ମନ୍ଦିର, ଜାଣନ୍ତୁ ଭାରତରେ କେତେ ମନ୍ଦିର ରହିଛି