ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ମାମଲାର ମୁଖ୍ୟ ସାକ୍ଷୀ କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ପୁଅ ଓ କାର ଡ୍ରାଇଭର ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ଆଜି ସନ୍ଦେଶଖାଲି ମାମଲାର ଶୁଣାଣି ପାଇଁ କୋର୍ଟ ଯାଉଥିଲେ। କିନ୍ତୁ ସେମାନଙ୍କ କାରକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଏତେ ବଡ଼ ଘଟଣା ଘଟିଛି। କିଛି ଲୋକ ଏହାକୁ ଦୁର୍ଘଟଣା କହୁଥିବା ବେଳେ ଆଉ କିଛି ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ୨୦୧୯ରେ ସନ୍ଦେଶଖାଲି ହିଂସାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଟିଏମସିର ପୂର୍ବତନ ନେତା ଶାହଜାହାନ ଶେଖଙ୍କ ବିରୋଧରେ ସାକ୍ଷୀ ଦେବାକୁ ଭୋଳାନାଥ ଘୋଷ ଆଜି କୋର୍ଟକୁ ଯାଉଥିଲେ।

ସେ ଗୋଟିଏ କାର ଯୋଗେ ନିଜର ଡ୍ରାଇଭର ଓ ପୁଅଙ୍କ ସହ କୋର୍ଟକୁ ଯାଉଥିଲେ। କିନ୍ତୁ ବୋୟାମାରି ନିକଟସ୍ଥ ବାସନ୍ତୀ ଜାତୀୟ ରାଜପଥରେ ହଠାତ୍ ବିପରୀତ ଦିଗରୁ ଗୋଟିଏ ଟ୍ରକ୍ ଆସି ସେମାନଙ୍କ କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ଏଥିରେ ମୁଖ୍ୟସାକ୍ଷୀ ଭୋଳାନାଥ ଆହତ ହୋଇଥିବା ବେଳେ ତାଙ୍କ ପୁଅ ସତ୍ୟଜିତ ଘୋଷ ଓ ଡ୍ରାଇଭର ଶାହନୁର ମୋଲ୍ଲା ଘଟଣା ସ୍ଥଳରେ ଆଖିବୁଜିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଟ୍ରକଟି କାରର ବିପରୀତ ଦିଗରୁ ଆସିଥିଲା । ହଠାତ୍ ଏହା ଦ୍ରୁତଗତିରେ ଆସି କାରକୁ ଧକ୍କା ଦେଇଥିଲା।
କିଛି ବାଟ ଏହାକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା। କାରଟି ପୂରା ଚୂରମାର ହୋଇଯିବା ପରେ ଟ୍ରକ ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇ ଯାଇଛନ୍ତି । ଦୁର୍ଘଟଣାରେ ଘୋଷଙ୍କ ସାନ ପୁଅ ସତ୍ୟଜିତ ପ୍ରାଣ ହରାଇଥିବା ବେଳେ ବଡ଼ ପୁଅ ବିଶ୍ୱଜିତ ସାଂଘାତିକ ଅଭିଯୋଗ କରିଛନ୍ତି। ଜେଲରେ ରହି ଶାହଜାହାନ ଏପରି ଷଡ଼ଯନ୍ତ୍ର କରିଥିବା ସେ କହିଛନ୍ତି । ବସିରହାଟ ଏସ୍ପି ହୁସେନ ମେହେଦି ରହମଣ କହିଛନ୍ତି ଯେ ଘଟଣା ପରେ ଘୋଷଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ କୋଲକାତାର ଗୋଟିଏ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଟିଏମସିର ତତ୍କାଳୀନ ନେତା ଶାହଜାହାନ ଶେଖଙ୍କ ଠିକଣାରେ ରେଡ କରିବାକୁ ଆସିଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହେବା ପରେ ସନ୍ଦେଶଖାଲିରେ ଉତ୍ତେଜନା ଦେଖାଯାଇଥିଲା।
![]()
ରାସନ ସ୍କାମରେ ସେ ୱାଣ୍ଟେଡ ଥିବା ବେଳେ ଏପରି ଘଟଣା ଘଟଣା ଘଟିଥିଲା। ଏହାପରେ ବିକ୍ଷୋଭ ସହ ବିଭିନ୍ନ ପ୍ରକାରର ଅଭିଯୋଗ ସାମ୍ନାକୁ ଆସିଥିଲା। ରାସନ ହଡ଼ପ ମାମଲାରେ ଶେଖଙ୍କ ଗିରଫଦାରୀ ପାଇଁ ଶତାଧିକ ମହିଳା ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ।
also read https://purvapaksa.com/these-leaders-opposed-the-bande-mataram/


