ସଙ୍କଟରେ ଗଜରାଜ । ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ । ଅଭୟାରଣ୍ୟ ଭିତରେ ଜେନାବିଲ ଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା । ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । ତେବେ ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି ।
ସେହିପରି ଗତ ୨ ଦିନ ତଳେ ସୁନ୍ଦରଗଡ଼ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ କରୁଆ ବାହାଲ ଜଙ୍ଗଲରେ ହାତୀକୁ ବୋମାମାଡ଼ ହୋଇଥିଲା । ହାତୀ ଶୁଣ୍ଢରେ ବାଜିଥିଲା ବୋମା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା ।
ଖଣ୍ଡାଧାର ନିକଟରେ ଓଡ଼ିଶା ଖଣି ନିଗମର ଖନନ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲା ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ

