ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବାର ଅଧିକ ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ଆତ ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହୃତ୍ ପିଣ୍ଡର ଯତ୍ନ ନେବା ସହିତ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ସହଜରେ ଉପଲବ୍ଧ ଏହି ଫଳକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍ ।
ଜଙ୍ଗଲରେ ମିଳୁଥିବା ଆତ ଏକ ଅତ୍ୟନ୍ତ ମଧୁର ଓ ସ୍ୱାଦିଷ୍ଟ ଫଳ । ଏହାର ସ୍ୱାଦ ଭାରି ରହିଥାଏ । ଏହାର ବାହ୍ୟ ଚର୍ମ ସବୁଜ ଓ ରୁକ୍ଷ ହୋଇଥାଏ । ଭିତରେ ଏକ ଧଳା ମାଂସଯୁକ୍ତ ଅଂଶ ଥାଏ ଯେଉଁଥିରେ କଳା ମଞ୍ଜି ଥାଏ । ଏହି ଫଳ ସାଧାରଣତଃ ଶୀତ ଦିନେ ମିଳିଥାଏ ।
ଆତ ରେ ଭିଟାମିନ୍ ବି୬, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହା ପାଚନ କ୍ରିୟାରେ ଉନ୍ନତି ଆଣିଥାଏ। ଏହା ବ୍ୟତୀତ ଏଥିରେ ପ୍ରାକୃତିକ ଚିନି ମିଳିଥାଏ, ଯାହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ। ଏଥିସହ ଭିଟାମିନ୍ ବି୬ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଏହା ତ୍ୱଚା ଓ କେଶକୁ ସୁସ୍ଥ କରିଥାଏ।
ସବୁବେଳେ ସତେଜ ଫଳ ଖାଇବା ଉଚିତ। ଏହା ସାଧାରଣତଃ ମିଠା, ଆଇସ୍କ୍ରିମ୍ ଏବଂ ଶେକ୍ ତିଆରି ରେ ମଧ୍ୟ ବ୍ୟବହୃତ ହୁଏ । ଶୀତଦିନେ ଏହି ଫଳର ଚାହିଦା ଅଧିକ ରହିଥାଏ । ଶୀତଦିନେ ଆତ ଫଳ ଖାଇବା ଦ୍ୱାରା ଅଧିକ ଫାଇଦା ମିଳିଥାଏ।
ଶୀତ ଦିନେ ଆତ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ
ଆତ ଏକ ପୁଷ୍ଟିକର ଫଳ, ଯାହା ଶୀତ ଋତୁରେ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ଶୀତଦିନେ କୋଷ୍ଠକାଠିନ୍ୟ ଓ ବଦହଜମ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ବ୍ୟତୀତ ଶୀତଦିନେ ତ୍ୱଚା ଶୁଷ୍କ ହୋଇଯାଏ । ଆତରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ଆର୍ଦ୍ରତା ଏବଂ ପୋଷଣ ପ୍ରଦାନ କରିଥାଏ, ଯାହା ତ୍ୱଚାକୁ କୋମଳ ଏବଂ ଚମକଦାର ରଖିଥାଏ ।
ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃଦ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ଶୀତଦିନେ ଶରୀର ଅନେକ ସମୟରେ ଅଳସୁଆ ଓ ଥକାପଣ ଅନୁଭବ ହୋଇଥାଏ । ଆତ ରେ ରେ ଥିବା ଭିଟାମିନ୍ ବି୬ ମୁଡ୍ ରେ ଉନ୍ନତି ଆଣିବା ସହ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ।
ଆତ ରେ ଅଧିକ ମାତ୍ରାରେ ଚିନି ଥିବାରୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ। ମଧୁମେହ ରୋଗୀମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ଏଥିସହ ଏହାର ମଞ୍ଜି ବିଷାକ୍ତ ହୋଇଥିବାରୁ ସେବନ କରନ୍ତୁ ନାହିଁ।
Also read https://purvapaksa.com/la-electric-light-was-laid-off-in-a-big-way-500-jobs-at-risk/