ଡୋନାଲ୍ଡ ଟ୍ରମ୍ପ ଚୀନ୍ ପାଇଁ G2 ନୀତିକୁ ପୁନର୍ଜୀବିତ କରିଛନ୍ତି, ଆସନ୍ତୁ ଜାଣିବା କ’ଣ ରହିଛି ଏହାର ନିୟମ ଏବଂ ଭାରତ ପାଇଁ ଏହା କେତେ ବଡ଼ ଝଟକା ହୋଇପାରିବ।

ଚୀନ ସହ ଆମେରିକା ବନ୍ଧୁତାର ହାତ ବଢାଇବା ସହିତ ନିଜର ବିଦେଶୀ ନୀତି ଏବଂ ବିଶ୍ୱ ବ୍ୟବସ୍ଥାରେ ଏକ ବଡ ପରିବର୍ତନର ସଂକେତ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ଚୀନକୁ ଏକ ସମାନ କାର୍ଯ୍ୟକ୍ଷମ ରାଷ୍ଟ୍ର ବୋଲି ବିବେଚନା କରିଛନ୍ତି। ଏହା ଏକ ନୂତନ ଦ୍ୱିପାକ୍ଷିକ ଢାଞ୍ଚା (G-2 ଡ଼ୁଅପୋଲି) ର ଆରମ୍ଭ କରାଯାଇଛି। ଟ୍ରମ୍ପ ପ୍ରଶାସନର ଏହି ମତ ୱାଶିଂଟନର ଦଶ ବର୍ଷରୁ ଅଧିକ ପୁରୁଣା ଦୃଷ୍ଟିକୋଣକୁ ବେଜିଂକୁ ଏକ ଅସ୍ତିତ୍ୱଗତ ବିପଦ ଭାବରେ ପ୍ରତ୍ୟାଖ୍ୟାନ କରୁଥିବା ଜଣାପଡୁଛି। ଏହା ୟୁରୋପୀୟ ସଂଘ, ରୁଷ, ଭାରତ ଏବଂ ଜାପାନ ଭଳି ଶକ୍ତିକୁ ପଛରେ ପକାଇ ଦେଇଛି।
ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ସାକ୍ଷାତ ପୂର୍ବରୁ G-2ରେ ଖୁବ୍ ଶୀଘ୍ର ସାକ୍ଷାତ କରିବେ। ଶନିବାର ଦିନ, ସେ ଜୋର ଦେଇ କହିଥିଲେ ଯେ ଏହା କେବଳ ରଣନୈତିକ ପଦକ୍ଷେପ ନୁହେଁ। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି “ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋର G2 ବୈଠକ ଉଭୟ ଦେଶ ପାଇଁ ବହୁତ ଭଲ ଥିଲା। ଏହି ବୈଠକ ସ୍ଥାୟୀ ଶାନ୍ତି ଏବଂ ସଫଳତା ଆଡ଼କୁ ନେଇଯିବ ବୋଲି ମୋର ଆଶା ଅଛି ,”।

ଚୀନ୍ ପ୍ରତି ବଢୁଥିବା ଆମେରିକାର ସହାନୁଭୂତି
ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସହ ସହମତ ଯେ ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କ କେବେ ଏତେ ଭଲ ନଥିଲା। ଟ୍ରମ୍ପଙ୍କ ସହ ଜିନପିଙ୍ଗଙ୍କ ସାକ୍ଷାତ ବ୍ୟତୀତ, ହେଗସେଥ୍ ମାଲେସିଆରେ ଚୀନର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ସେ କହିଥିଲେ, “ଚୀନ ଆଡମିରାଲ ଏବଂ ମୁଁ ଏକମତ ଯେ ଶାନ୍ତି ଏବଂ ଭଲ ସମ୍ପର୍କ ଆମ ଉଭୟ ଦେଶ ପାଇଁ ଠିକ୍।” ସେ ଚୀନ୍ ସହିତ ସାମରିକ ଚ୍ୟାନେଲ୍ ସ୍ଥାପନ କରିବା ବିଷୟରେ ମଧ୍ୟ ସୂଚନା ଦେଇଥିଲେ।
ଟ୍ରମ୍ପ ଏବଂ ହେଗସେଥଙ୍କ ବୟାନ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନକୁ ଚିହ୍ନଟ କରୁଥିବା ବେଳେ। ଟ୍ରମ୍ପ ପ୍ରଶାସନ ତାଙ୍କ ପ୍ରଥମ କାର୍ଯ୍ୟକାଳ ଠାରୁ, ଚୀନକୁ ଏକ ଶତ୍ରୁ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବର୍ଣ୍ଣନା କରିଆସିଛି, ତାଙ୍କ ମତରେ ଚୀନ ଯିଏ ସବୁବେଳେ ଆମେରିକାର ପ୍ରଯୁକ୍ତିବିଦ୍ୟାକୁ ଚୋରି କରିଆସିଛି। ଚଳିତ ବର୍ଷ ମେ ମାସରେ, ସି.ଆଇ.ଏ ଡେପୁଟି ଡାଇରେକ୍ଟର ମାଇକେଲ ଏଲିସ୍ କହିଥିଲେ ଯେ ଆମେ ପୂର୍ବରୁ ସମ୍ମୁଖୀନ ହୋଇଥିବା ବିପଦ ପରି ବିପଦରେ ଆମେ କେବେ ସମ୍ମୁଖୀନ ହୋଇନାହୁଁ, ସେହିପରି ଚୀନ୍ ଆମେରିକାର ସୁରକ୍ଷା ପାଇଁ ଏକ ଅସ୍ତିତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରୁଛି। ତଥାପି, ଚୀନ୍ ପ୍ରତି ଟ୍ରମ୍ପ ପ୍ରଶାସନର ମନୋଭାବ ଏବେ ପରିବର୍ତ୍ତନ ହେବାରେ ଲାଗିଛି।

G-2 ର ଅର୍ଥ କ’ଣ?
ଚୀନ୍ ସମ୍ପର୍କରେ G-2 ଶବ୍ଦ ବ୍ୟବହାର ପ୍ରଥମଥର ପାଇଁ ବୁଶଙ୍କ ସମୟରେ ଅର୍ଥନୀତିଜ୍ଞ ଫ୍ରେଡ୍ ବର୍ଗଷ୍ଟେନ କରିଥିଲେ। ଐତିହାସିକ ନିଆଲ୍ ଫର୍ଗୁସନ୍ ଏହାକୁ “ଚିମେରିକା” ବୋଲି କହିଛନ୍ତି। ଏହା ବାଣିଜ୍ୟ ଅସନ୍ତୁଳନ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ସ୍ଥିରତା ଭଳି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେରିକା ଚୀନ୍ ର ସହଯୋଗ ପାଇଁ ତାକୁ ସମର୍ଥନ କରିଥିଲା। କିନ୍ତୁ, ଓବାମାଙ୍କ ସମୟରେ ଯେତେବେଳେ ଚୀନକୁ ଏକ ଆକ୍ରମଣାତ୍ମକ ଶକ୍ତି ଭାବରେ ଦେଖାଯାଉଥିଲା ଏହା ଫିକା ପଡ଼ିଗଲା। ଏପରି ପରିସ୍ଥିତିରେ, ୱାଶିଂଟନ୍ ଚୀନ୍ ବିରୁଦ୍ଧରେ ଭାରତକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲା।
୨୦୧୭ରେ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଚୀନ୍ ପ୍ରତି ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ହୋଇଯାଇଥିଲେ। ତଥାପି, ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଟ୍ରମ୍ପ୍ ଗତ କିଛି ମାସ ମଧ୍ୟରେ ଚୀନ୍ ପ୍ରତି ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ୱାଶିଂଟନ ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଟ୍ରମ୍ପ ଚୀନ୍ ବିରୁଦ୍ଧରେ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ଏବଂ ବେଜିଂକୁ ପ୍ରାଧାନ୍ୟ ଦେବା ପରେ ଏହି ପରିବର୍ତ୍ତନ ଦେଖାଦେଇଛି। ସମୀକ୍ଷକମାନେ ଏକମତ ହୋଇ କହିଛନ୍ତି ଯେ ଟ୍ରମ୍ପ ଶୁଳ୍କ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଚୀନ୍ ଅଧିକ ପ୍ରଭାବଶାଳୀ ହୋଇଛି।

ଏଥିରେ ଭାରତ ପ୍ରଭାବିତ ହେବ କି?
ବିଶେଷଜ୍ଞମାନଙ୍କ ଅନୁସାରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏହି ଦ୍ୱିପାକ୍ଷିକ ଗଠନ ବିଶ୍ୱର ଅଧିକାଂଶ ଦେଶ ପାଇଁ ତୁରନ୍ତ ପ୍ରଭାବ ପକାଇବ। ବିଶେଷକରି ୟୁରୋପୀୟ ସଂଘ, ରୁଷ ଏବଂ ଭାରତ ଭଳି ପ୍ରଭାବଶାଳୀ ଦେଶଗୁଡ଼ିକ ପାଇଁ, ଯେଉଁମାନେ ଆମେରିକା ଚୀନ୍ ଦ୍ୱୈତ ରାଷ୍ଟ୍ରରେ ନିଜକୁ ପାର୍ଶ୍ଵସ୍ଥ ଭାବୁଛନ୍ତି। ଭାରତ ଏବଂ ରୁଷ ଭଳି ଦେଶଗୁଡ଼ିକୁ ଚୀନ୍ ଏବଂ ଆମେରିକାର ବନ୍ଧୁତା ଉପରେ ପୁଣିଥରେ ନୂଆ କରି ଚିନ୍ତା କରିବାକୁ ପଡିବ।
Also Read https://purvapaksa.com/?p=39571
Odisha records highest GST growth in October II ଅକ୍ଟୋବରରେ ଓଡିଶାର ସର୍ବାଧିକ ଜି.ଏସ୍.ଟି ଅଭିବୃଦ୍ଧି ରେକର୍ଡ


