ବିଗତ ଦିନରେ ଜି.ଏସ୍.ଟି ଉପରେ ହୋଇଥିବା ପରିବର୍ତ୍ତନର ପ୍ରଭାବ ସକାରାତ୍ମକ ଦିଗରେ ଗତି କରୁଥିବା ସ୍ପଷ୍ଟ ଦେଖାଯାଉଛି। କାରଣ ଅକ୍ଟୋବର ମାସରେ ଓଡିଶା ପକ୍ଷରୁ ଦ୍ୱିତୀୟ ସର୍ବାଧିକ ଜି.ଏସ୍.ଟି ସଂଗ୍ରହ ହୋଇଥିବା ରେକର୍ଡ ହୋଇଛି। ଜି.ଏସ୍.ଟି ପରିଷଦ ଦ୍ୱାରା ପୂର୍ବରୁ ଘୋଷଣା କରାଯାଇଥିବା ଅନେକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ ସତ୍ତ୍ୱେ ଏହା ଦ୍ୱିତୀୟ ସର୍ବାଧିକ ଜି.ଏସ୍.ଟି ସଂଗ୍ରହର ରେକର୍ଡ ହାସଲ କରିଛି।
ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟର ସଂପୂର୍ଣ୍ଣ ଜି.ଏସ୍.ଟି ସଂଗ୍ରରେ, ଏସ୍.ଜି.ଏସ୍.ଟି ଏବଂ ଆଇ.ଜି.ଏସ୍.ଟି ଅନ୍ତର୍ଭୁକ୍ତ ରହିଛି। ଅକ୍ଟୋବରରେ ୨,୨୫୨.୭୮ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ, ଏହା ବର୍ଷ ସାରାର ୧୦.୩୪ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ରେକର୍ଡ କରିଛି। ଯାହା ଗତ ବର୍ଷ ସମାନ ମାସରେ ସଂଗୃହିତ ହୋଇଥିବା ୨,୦୪୧.୬୯ କୋଟି ଟଙ୍କାରୁ ଅଧିକ ରହିଛି।
ଓଡ଼ିଶାରେ ବାର୍ଷିକ ମୋଟ ଜି.ଏସ୍.ଟି ସଂଗ୍ରହ ପ୍ରାୟ ପାଞ୍ଚ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଜାତୀୟ ସ୍ତରରେ ହାରାହାରି ୪.୬ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଅଧିକ ରହିଛି। ରାଜ୍ୟ ଜି.ଏସ୍.ଟି ଦ୍ୱାରା ଗତ ମାସରେ ମୋଟ ରାଜସ୍ୱରେ ୪,୮୨୪ କୋଟି ଟଙ୍କା ସଂଗ୍ରହ କରିଛି, ଯାହା ୨୦୨୪ ଅକ୍ଟୋବରରେ ୪.୫୯୨ କୋଟି ଟଙ୍କା ଥିଲା, ସାମ୍ପ୍ରତିକ ବର୍ଷଗୁଡ଼ିକରେ ସର୍ବାଧିକ ମାସିକ ସଂଗ୍ରହ ମଧ୍ୟରୁ ଗୋଟିଏ।
ପ୍ରମୁଖ ଜି.ଏସ୍.ଟି ସଂଗ୍ରହକାରୀ ରାଜ୍ୟଗୁଡ଼ିକ ମଧ୍ୟରେ, ଅକ୍ଟୋବରରେ ମୋଟ ଜି.ଏସ୍.ଟି ସଂଗ୍ରହରେ ଓଡ଼ିଶା ଦ୍ୱିତୀୟ ସର୍ବାଧିକ ଅଭିବୃଦ୍ଧି ରେକର୍ଡ କରିଛି, କେବଳ ଗୁଜରାଟ ୬ପ୍ରତିଶତ ପଛରେ ରହିଛି । ଏହା ପରେ ତାମିଲନାଡୁ ଏବଂ ପଞ୍ଜାବ ୪ପ୍ରତିଶତ ଏବଂ ମହାରାଷ୍ଟ୍ର ୩ପ୍ରତିଶତ ରହିଛି।

ଅକ୍ଟୋବର ମାସରେ ରାଜ୍ୟ ଜି.ଏସ୍.ଟି ରେ ୧,୫୪୭ କୋଟି ଟଙ୍କାସଂଗ୍ରହ ହୋଇଛି, ଯାହା ଗତ ବର୍ଷ ଅକ୍ଟୋବର ମାସରେ ୧,୩୦୩ କୋଟି ଟଙ୍କା ଥିଲା, ଯାହା ଚଳିତ ବର୍ଷ ୧୮.୬୮ ପ୍ରତିଶତ ବୃଦ୍ଧି ପାଇଛି। ଅଧିକାରୀମାନେ ହାର ହ୍ରାସ ପରେ ବର୍ଦ୍ଧିତ ବ୍ୟବହାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଉନ୍ନତ ଅନୁପାଳନ ତନ୍ତ୍ରକୁ ଏହି ଅଭିବୃଦ୍ଧି ପାଇଁ ଦାୟୀ କରିଛନ୍ତି।
ମୋଟାମୋଟି ଭାବରେ, ଚଳିତ ଆର୍ଥିକ ବର୍ଷରେ ଅକ୍ଟୋବର ପର୍ଯ୍ୟନ୍ତ ମୋଟ ଜି.ଏସ୍.ଟି ରାଜସ୍ୱ ୩୬,୦୭୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଅନ୍ୟ ବର୍ଷ ମାନଙ୍କ ତୁଳନାରେ ୩.୩ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଅନୁମାନ କରାଯାଉଛି ଯେ ଗତମାସରେ ଅଧିକ ପର୍ବପର୍ବାଣୀ ଏବଂ ସେପ୍ଟେମ୍ବର ମାସରେ ଜି.ଏସ୍.ଟି ପରିଷଦ ଦ୍ୱାରା ଜି.ଏସ୍.ଟି ହାରର ହ୍ରାସ ଯୋଗୁଁ ଅକ୍ଟୋବର ମାସରେ ସଂଗୃହିତ କର ରେକର୍ଡ କରିଥିବା ବିଶ୍ୱାସ କରାଯାଉଛି।

ଜଣେ ବରିଷ୍ଠ ଟିକସ ଅଧିକାରୀ କହିଛନ୍ତି “ପର୍ବପର୍ବାଣିର କିଣାକିଣି ଏବଂ ଟିକସ ହ୍ରାସ ଦ୍ୱାରା ଘରୋଇ ଜି.ଏସ୍.ଟି ସଂଗ୍ରହରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଜି.ଏସ୍.ଟି ରିଫଣ୍ଡରେ ବୃଦ୍ଧି ମଧ୍ୟ ଟିକସ ପ୍ରଶାସନ ପ୍ରତି ବଢ଼ୁଥିବା ବିଶ୍ୱାସକୁ ଦର୍ଶାଇଛି। ଆଗାମୀ ଦୁଇ ମାସ ମଧ୍ୟ ଜି.ଏସ୍.ଟି ହାର ହ୍ରାସର ସମ୍ପୂର୍ଣ୍ଣ ପ୍ରଭାବର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ” ।
ତଥାପି, ଏହି ଆର୍ଥିକ ବର୍ଷ ଅକ୍ଟୋବର ସୁଦ୍ଧା ସମାଧାନ ପରବର୍ତ୍ତୀ ରାଜ୍ୟ ଜି.ଏସ୍.ଟି ରାଜସ୍ୱ ପାଞ୍ଚ ପ୍ରତିଶତ ହ୍ରାସ ପାଇଛି, ଯାହା ୨୦୨୪-୨୫ ର ସମାନ ସମୟ ମଧ୍ୟରେ ୧୫,୦୩୫ କୋଟି ଟଙ୍କା ତୁଳନାରେ ୧୪,୩୧୦ କୋଟି ଟଙ୍କା ହୋଇଛି।
Also Readhttps://purvapaksa.com/india-launches-satellite-cms-03-into-space/
India launches satellite CMS-03 into space ।। ଭାରତ ଉପଗ୍ରହ CMS-03 କୁ ମହାକାଶକୁ ଉତକ୍ଷେପଣ କରିଛି


