ପାର୍ବଣ ମୁଖର ହେଲାଣି ପରିବେଶ ଆଡ଼ମ୍ବର ନେଇ ଆସୁଛନ୍ତି ଅଗ୍ରପୂଜ୍ୟ । ସଜେଇ ହେଲାଣି ପୂଜା ମଣ୍ଡପ ପୂଜା ମଣ୍ଡପରେ ସିନା ଗଣେଶ ଚତୁର୍ଥୀରେ ପୂଜା ପାଆନ୍ତି, କିନ୍ତୁ ଶ୍ରୀମନ୍ଦିରରେ ଦୈନନ୍ଦିନ ପୂଜା ପାଆନ୍ତି ଶ୍ରୀଗଣେଶ । ଅଗ୍ରପୂଜ୍ୟ ଭିନ୍ନଭିନ୍ନ ନାମରେ ନାମିତ ହୋଇଛନ୍ତି। ଏହି ନାଁ ପଛରେ ଥିବା ରହସ୍ୟ ଭକ୍ତଙ୍କୁ ଆବେଗମୟ କରିଛି । ବଟ ଗଣେଶ, ଦନ୍ତ ବା ନର୍ତ୍ତକ ଗଣେଶ, କାଞ୍ଚି ଗଣେଶ ବା ଆସନ୍ତାକାଲି ଗଣେଶ ପୂଜା ଶ୍ରୀମନ୍ଦିର ବେଢ଼ାରେ ବିଘ୍ନ ବିନାଶନ ପାଇଁ ବିରାଜିତ ହୋଇଛନ୍ତି ବିଘ୍ନରାଜ ଗଣେଶ । ଗଜପତିମାନେ ଭିନ୍ନଭିନ୍ନ ସମୟରେ ଶ୍ରୀଗଣେଶଙ୍କ ବିଗ୍ରହ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ସ୍ଥାନ କାଳ ମୁତାବକ ଭଣ୍ଡ ଗଣେଶ, ରୋଷ ଗଣେଶ, ଚର୍ଚ୍ଚା ଗଣେଶ, ସରଘରଗଣେଶ,ଗୋଦାମ ଗଣେଶ ଭଳି ୨୯ ଶ୍ରୀଗଣେଶ ବିଗ୍ରହ ଓ ପ୍ରାୟ ୧୦ରୁ ଅଧିକ ବିଘ୍ନରାଜଙ୍କ ଚିତ୍ର ବିରାଜିତ। ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କ କେତେକ ବିଗ୍ରହଙ୍କର ଏକାଧିକ ନାମ ରହିଛି ।
ଶ୍ରୀମନ୍ଦିର ବେଢ଼ାରେ…
ବଟ ଗଣେଶ, ମୂଷିକଙ୍କ ପୃଷ୍ଠଭାଗ ଲାଗେ କଣ୍ଟକିତ ଶ୍ରୀମନ୍ଦିର ବେଢ଼ାରେ କଳ୍ପ ବଟ ମୂଳରେ ବଟ ଗଣେଶ ବିରାଜିତ । ଗଜପତି କପିଳେନ୍ଦ୍ର ଦେବ ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ଏହି ଦକ୍ଷିଣାଭିମୁଖୀ ମନ୍ଦିର ନିର୍ମିତ ହୋଇଥିବା ଗବେଷକମାନେ ମତ ଦିଅନ୍ତି। ଏହି ଗଣେଶ ବିଗ୍ରହ ଶ୍ଵେତବର୍ଷର ହୋଇଥିବାରୁ ଭକ୍ତମାନେ ଶ୍ଵେତ ଗଣେଶ ବୋଲି ମଧ୍ୟ ଉଚ୍ଚାରଣ କରନ୍ତି । କାମନା ସିଦ୍ଧି ପାଇଁ କାମନା ସିଦ୍ଧକାରୀ ଚିନ୍ତାମଣି ଗଣେଶ ନାମରେ ବି ଅଭିହିତ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶଙ୍କ କହିବା ମୁତାବକ, ଏହି ମନ୍ଦିର ମଧ୍ୟରେ ଶ୍ରୀଗଣେଶଙ୍କ ୪ ଫୁଟ ମୂର୍ତ୍ତି ନିକଟରେ ଥିବା ମୂଷିକଙ୍କ ପୃଷ୍ଠଭାଗ ଆଉଁସିଲେ କଣ୍ଟକିତ ଲାଗେ। ମୁଗୁନି ପଥରରେ କମନୀୟ ମୂର୍ତ୍ତି ନିର୍ମିତ ହୋଇଥିଲେ ହେଁ ଲୋମ ଭଳି ରୁବୁରୁବିଆ ଲାଗେ ବୋଲି ସେ କହିଛନ୍ତି। ଅନ୍ୟ ଗବେଷକଙ୍କ ମତାନୁଯାୟୀ ଅତିବଡ଼ୀ ଜଗନ୍ନାଥ ଦାସ ଏଠାରେ ଭାଗବତ ପାଠ କରୁଥିଲେ। ଏହି ଗଣେଶଙ୍କ ବ୍ୟତୀତ ଅନ୍ୟ ଗଣେଶ ବିଗ୍ରହଙ୍କ ପାଖରେ ଭକ୍ତମାନେ ଦୀପଦାନ କରିନଥାଆନ୍ତି। ଗଣେଶ ଚତୁର୍ଥୀ ଅବସରରେ ଏଠାରେ ବିନାୟକ ଚତୁର୍ଥୀ ମହାବ୍ରତ ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ଖୁଣ୍ଟିଆ ସେବକମାନେ ସେବା ନୀତି ନିର୍ବାହ କରନ୍ତି।
ଅଷ୍ଟଭୁଜରେ ନର୍ଷକ ଗଣେଶ ବିମଳାଙ୍କ ମନ୍ଦିର ସମ୍ମୁଖ କୂଅ ପାଖରେ ଜଳକ୍ରୀଡ଼ା ମଣ୍ଡପ ପଛ ପାଖରେ ରହିଛି ନର୍ଷକ ଗଣେଶ ମନ୍ଦିର। ମନ୍ଦିରରେ କଳା ମୁଗୁନି ପଥର ନିର୍ମିତ ଗଣେଶ ମୃତ୍ତ ନୃତ୍ୟ କରୁଥିବା ଭଙ୍ଗୀରେ ଶକ୍ତିଙ୍କ ଉପରେ ଦଣ୍ଡାୟମାନ । କିଛି ଭକ୍ତଙ୍କ କହିବା ମୁତାବକ ତାଙ୍କୁ ନାଟୁଆ ଗଣେଶ ଭାବେ ମଧ୍ୟ ଅଭିହିତ କରାଯାଏ । ପ୍ରାୟ ୬ ଫୁଟ ଉଚ୍ଚ ବିଶିଷ୍ଟ ଏହି ଗଣେଶ ଅଷ୍ଟଭୂଜ ବିଶିଷ୍ଟ। ଦୁଇ ହାତରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ହାତରେ ଜପମାଳା, ଦନ୍ତ, ମୁଦ୍ରା, ଅଙ୍କୁଶ ଓ ଲଡୁ ଧାରଣ କରିଥାଆନ୍ତି। ଗଜପତି ମହାରାଜ ପୁରୁଷୋତ୍ତମ ଦେବ ଏହି ନର୍ତ୍ତକ ଗଣେଶ ବିଗ୍ରହଙ୍କୁ କାଞ୍ଚିରୁ ଆଣି । ଏଠାରେ ସ୍ଥାପନ କରିଥିବା କଥିତ ଅଛି। ଗଣେଶ ଚତୁର୍ଥୀ ଦିନ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ପରେ ନର୍ଭକ ଗଣେଶଙ୍କ ଭୋଗଲାଗି ଓ ବନ୍ଦାପନା ଆଦି ନୀତି ପୂଜାପଣ୍ଡା ସେବକଙ୍କ ଦ୍ଵାରା ସମ୍ପାଦିତ ହୁଏ।
ଏହି ବିଗ୍ରହଙ୍କ ଅନୁସରଣରେ ମୋତିଚାନ୍ଦ ବଜାରରେ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି। କାଞ୍ଚି ରାଜାଙ୍କୁ ଯୁଦ୍ଧରେ ହରାଇ ରାଜା ଆଣିଥିଲେ ଗଣେଶ ଶ୍ରୀମନ୍ଦିର ବେଢ଼ାରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ କାଞ୍ଚି ଗଣେଶ ବିରାଜିତ। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଗଣେଶ ବିଗ୍ରହ ଏହି ମନ୍ଦିରରେ ବିଦ୍ୟମାନ ଗଜପତି ପୁରୁଷୋତ୍ତମ ଦେବ ୧୪୭୪ ଖ୍ରୀଷ୍ଟାବ୍ଦରେ କାଞ୍ଚି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି କାଞ୍ଚିଙ୍ଗ୍ ଏହି ଗଣେଶ ବିଗ୍ରହଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ। ତେଣୁ ଉକ୍ତ ଦେବ ବିଗ୍ରହ କାଞ୍ଚି ଗଣେଶ ତଥା କାଞ୍ଚି ବିଜୟ ଗଣେଶ ନାମରେ ବିଦିତ। ଭିନ୍ନ ମତେ ଏହି ବିଗ୍ରହଙ୍କୁ ଭଣ୍ଡ ଗଣେଶ ନାମରେ ମଧ୍ୟ ଅଭିହିତ କରାଯାଇଛି। କେତେକଙ୍କ ମତରେ କାଞ୍ଚିରୁ ଆସିଥିବା ଗଣେଶ ମୂର୍ତ୍ତି କୂର୍ମ ପ୍ରାଚୀର ପଶ୍ଚିମ ଦକ୍ଷିଣ ଦିଗରେ ସମାଧି ଅବସ୍ଥାରେ ଅଛନ୍ତି। ରତି ଦେବୀଙ୍କ ଜନ୍ମଦ୍ଵାରରେ ଶ୍ରୀଗଣେଶଙ୍କ ଶୁଣ୍ଢ ରହିଥିବାରୁ ଭଣ୍ଡ ଗଣେଶ ବୋଲି କୁହାଯାଏ। ଅନ୍ୟ ଗବେଷକଙ୍କ ମତରେ କାଞ୍ଚିରାଜାଙ୍କୁ ଭଣ୍ଡେଇ ଗଣେଶ ବିଗ୍ରହ କାଞ୍ଚିରୁ ଶ୍ରୀକ୍ଷେତ୍ର ଚାଲି ଆସିଥିବାରୁ ମଧ୍ୟ ବିଗ୍ରହଙ୍କୁ ଭଣ୍ଡ ଗଣେଶ ନାମରେ ଅଭିହିତ କରାଯାଏ ।
ALSO READ https://purvapaksa.com/seaplane-service-may-be-expanded-to-odisha-soon/
