ଦୀପାବଳିକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି । ଆସନ୍ତା ୨୦ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ କରାଯିବ ନା ୨୧ ତାରିଖରେ କାଉଁରିଆ ଜାଳିବେ ଲୋକେ ଏହାକୁ ନେଇ ଅନେକ ଦ୍ୱନ୍ଦ ରହିଛି । ସେହିପରି କେଉଁ ରାଶିପାଇଁ ଭଲ କେଉଁ ରାଶି ପାଇଁ ଏଥର ଅମାବାଶ୍ୟ ଖରାପ ହେବ ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଆସନ୍ତୁ ଏହି ବିଷୟରେ ଜାଣିବା । ତେବେ ଶ୍ରୀମନ୍ଦିର ସ୍ୱକୃତୀ ପ୍ରାପ୍ତ ୫ଟି ପଞ୍ଜିକାରେ ୨୦ ତାରିଖରେ ଶ୍ୟାମା ପୂଜା, ପୟା ଶ୍ରାଦ୍ଧ ଓ ଦୀପଦାନ ରହିଥିବା ବେଳେ ଅନେକ ପଞ୍ଜିକାରେ ୨୧ତାରିଖରେ ପୟାଶ୍ରାଦ୍ଧ ଦୀପଦାନ ଲେଖାଯାଇଛି ।
ଗତ ବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପଞ୍ଜିକାରେ ଦୁଇଦିନ ଦୀପାବଳି, ଦୀପ ଦାନ ପୟାଶ୍ରାଦ୍ଧ ରହିଛି। ଶ୍ରୀମନ୍ଦିର ସ୍ୱକୃତୀ ପ୍ରାପ୍ତ ବିଭିନ୍ନ ପଞ୍ଜିକାରେ ୨୦ତାରିଖରେ ଶ୍ୟାମାପୂଜା, ଦୀପଦାନ ଓ ପୟାଶ୍ରାଦ୍ଧ ଲେଖାଯାଇଛି । ୨୦ ତାରିଖ ଦିନରୁ ରାତି ପର୍ଯ୍ୟନ୍ତ ଏବଂ ତା ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଅମାବାସ୍ୟା ତିଥି ରହୁଛି । ଆଉ ପ୍ରଦୋଷ ପକ୍ଷ ୪୮ମିନିଟ ରହୁଥିବାରୁ ଦୀପଦାନ, ପୟାଶ୍ରାଦ୍ଧ ସେହିଦିନ କରିପାରିବେ ବୋଲି କୁହାଯାଉଛି ।
ଶୁକ୍ର ଗତକାଲି ଅର୍ଥାତ ଅକ୍ଟୋବର ୯ ତାରିଖରୁ କନ୍ୟା ରାଶିରେ ପ୍ରବେଶ କରିଛନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ି।କୁ ଯାଉଛି। କନ୍ୟା ରାଶିରେ ଶୁକ୍ରଙ୍କ ଗୋଚର କିଛି ରାଶିରେ ଭଲ ପ୍ରଭାବ ପକାଇବାକୁ ଯାଉଥିବା ବେଳେ ଆଉ କିଛି ରାଶିରେ ଜଗିରଖି ଚଳିବାକୁ ପଡ଼ିବ । ଏ ସବୁ ରାଶି ଉପରେ ପଡ଼ିବ ପ୍ରଭାବ ।
ଶୁକ୍ର ଦେବ କନ୍ୟା ରାଶିରେ ପ୍ରବେଶ କରିସାରିଛନ୍ତି । ସେଠାରେ ଶୁକ୍ର ଦେବ ୨୮ ଦିନ ଧରି ରହିବେ । ଯାହା ଫଳରେ ୪ ରାଶିରେ ଖୁବ ଶୁଭ ସମୟ ଆସିବାକୁ ଯାଉଛି ।
ALSO READ https://purvapaksa.com/bihar-election-survey-2025-whose-government-will-be-in-power/
Bihar Election Survey 2025: ଏଥର ବିହାରରେ କିଏ ସରକାର ଗଢ଼ିବ? ସର୍ଭେରେ ଆଶ୍ଚର୍ଯ୍ୟଜନକ ରିପୋର୍ଟ
