Dhoni: କ୍ରିକେଟ ଦୁନିଆର ରହସ୍ୟମୟ ଖେଳାଳି ମହେନ୍ଦ୍ର ସିଂହ ଧୋନି। ସେ ଆଇପିଏୱଲ ବେଳେ ଆସନ୍ତି, ତାପରେ ଗାୟବ ହୋଇଯାଆନ୍ତି। ତାଙ୍କୁ କାଳେ ଫୋନକଲରେ ପାଇବା ସହଜ ନୁହେଁ। ସେ ଫୋନ୍ କାହିଁକି ରଖନ୍ତି ନାହିଁ ତାକୁ ନେଇ ବି ଅନେକ ଥିଓରୀ ଅଛି।
ରହସ୍ୟମୟ ଧୋନୀ ଓ ତାଙ୍କ କାହାଣୀ ତାଙ୍କ ଭଳି ରହସ୍ୟମୟ। ତାଙ୍କ ମନରେ କ’ଣ ଚାଲିଛି ତାହା କେବଳ ଧୋନି ହିଁ ଜାଣନ୍ତି। ଆଇପିଏଲ୍ ଶେଷ ହେବା ପରେ ନିଖୋଜ ହୋଇଯାଇଥିବା ଧୋନି ଏବେ ପୁଣି ଥରେ ଫେରିଛନ୍ତି । ଆଉ ତାଙ୍କ ଫେରିବା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଠିକରେ କହିଲେ ଧୋନିଙ୍କ ବ୍ଲାକ୍ ଟି ସର୍ଟ୍ ସୋସିଆଲ ମିଡିଆ ଏବଂ ଧୋନୀଙ୍କ ଫ୍ୟାନଙ୍କୁ ବ୍ୟସ୍ତ କରିଦେଇଛି। ଟି ସର୍ଟରେ କୋର୍ଡ୍ ୱାର୍ଡରେ ଲେଖାଥିବା କିଛି କଥାକୁ ନେଇ ପୁରା ସୋସିଆଲ ମିଡିଆ ସେରଲକ ହୋମ୍ସ ପାଲଟି ଯାଇଛି।
ସେଇ କଳା ଟି ସର୍ଟ୍ ….
ଧୋନିଙ୍କ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଥାଲା ଧୋନି ଗୋଟିଏ ବ୍ଲାକ୍ ଟି ସର୍ଟ ପିନ୍ଧିଛନ୍ତି। ତେବେ ଚର୍ଚ୍ଚା ହେଉଛି ଟି ସର୍ଟରେ କୋଡ୍ ୱାର୍ଡରେ ଲେଖାଥିବା ଶବ୍ଦକୁ ନେଇ। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଏହି କୋର୍ଡ୍ ୱାର୍ଡକୁ ଡିକୋର୍ଡ କରିବାକୁ ଆରମ୍ଭ ହୋଇଥିଲା ପ୍ରତିଯୋଗୀତା। ଆଉ 90 ଦଶକ ପୂର୍ବରୁ ଜନ୍ମ ହୋଇଥିବା ଫ୍ୟାନଙ୍କୁ ଏହା ଟେଲିଗ୍ରାମ୍ କଥା ମନେ ପକାଇଦେଲା। କାରଣ ଧୋନିଙ୍କ ଟି ସର୍ଟରେ ମୋର୍ସ କୋଡରେ ଲେଖାଥିଲା ଗୋଟିଏ ବାକ୍ୟ। ସେହି ବାକ୍ୟ କଣ ଥିଲା ଜାଣିବା ଆଗରୁ ଆସନ୍ତୁ ଜାଣିବା ମୋର୍ସ କୋଡ୍ କଣ..
ମୋର୍ସ କୋଡ୍ କଣ?
ମୋର୍ସ କୋଡ୍ ହେଉଛି ଏକ ପ୍ରକାର ସାଙ୍କେତିକ ଭାଷା, ଯେଉଁଥିରେ ବାର୍ତ୍ତା ଲେଖିବା ପାଇଁ ଡଟ୍ ବା ବିନ୍ଦୁ ଏବଂ ଡାସ୍ ବ୍ୟବହାର କରାଯାଏ । ମୋର୍ସ କୋଡ୍ କୁ ସାମୁଏଲ୍ ମୋର୍ସ ଆବିଷ୍କାର କରିଥିଲେ। ୧୮୪୪ ମସିହାରେ, ସେ ମୋର୍ସ କୋଡ୍ ରେ ପ୍ରଥମ ଟେଲିଗ୍ରାଫ୍ ବାର୍ତ୍ତା ପଠାଇଥିଲେ, ଯାହା ୱାଶିଂଟନ୍ ଡିସିରୁ ବାଲ୍ଟିମୋରକୁ ପଠାଯାଇଥିଲା, ଏହା ବିଶ୍ୱର ପ୍ରଥମ ଟେଲିଗ୍ରାଫ୍ ଲାଇନ୍ ଥିଲା ଏବଂ ଏଠାରୁ ଏହା ଯୋଗାଯୋଗ ଯୁଗ ମଧ୍ୟ ଆରମ୍ଭ କରିଥିଲା । ୧୮୫୧ ମସିହାରେ ଅନ୍ତର୍ଜାତୀୟ ମୋର୍ସ କୋଡ୍ ଆବିଷ୍କୃତ ହୋଇଥିଲା, ଯାହାଦ୍ଵିତୀୟ ବିଶ୍ୱଯୁଦ୍ଧ, କୋରିଆ ଯୁଦ୍ଧ, ଭିଏତନାମ ଯୁଦ୍ଧରେ ବ୍ୟବହୃତ ହୋଇଥିଲା।
ବୈଦୁତିକ ତରଙ୍ଗରେ ତାର ଦ୍ୱାରା ଏହି ସାଙ୍କେତିକ ଭାଷା ପ୍ରବାହିତ ହେଉଥିବାରୁ ତେଣୁ ଏହାକୁ ଭାରତୀୟ ଭାଷାରେ ତାର ବୋଲି ମଧ୍ୟ କୁହାଯାଏ। ଏହା ଥିଲା ଡଟ୍ ଓ ଡାସ୍ ର ଖେଳ। ଇଂଲିସ ଭାଷାର ପ୍ରତି ଅକ୍ଷରକୁ ଡଟ୍ ଓ ଡାସରେ ବିଭକ୍ତ କରାଯାଇଥିଲା। ଏହାକୁ ଯୋଡି ଶବ୍ଦ ତିଆରି ହେଉଥିଲା। ଗୋଟିଏ ସ୍ଥାନରେ ଡାସ୍ ଓ ଡଟ୍ କୁ ଚିପା ଯାଉଥିଲା,ବୈଦୁତିକ ତରଙ୍ଗ ଦ୍ୱାରା ଏହା ଆଉ ଗୋଟିଏ ସ୍ଥାନରେ ପହଂଚୁଥିଲା।ଯାହାକୁ ସେଠାରେ ଡିକୋଡ୍ କରାଯାଉଥିଲା। ବୋନସରେ ଆମେ ଆପଣଙ୍କୁ ଗୋଟିଏ ଟିପ୍ସ ଦେଉଛୁ,1857ର ସିପାହୀ ବିଦ୍ରୋହ ବିଫଳ ହେବାର ଗୋଟିଏ ବଡ଼ କାରଣ ଥିଲା ଏହି ଡଟ୍ ଓ ଡାସ୍ ବା ଟେଲିଗ୍ରାମ। ଏହା ଦ୍ୱାରା ଇଂରେଜ ମାନଙ୍କ ପାଖରେ କେଉଁଠି କଣ ହେଉଛି ତାହାର ଖବର ପହଂଚିଯାଇଥିଲା ଓ ସେମାନେ ପ୍ରସ୍ତୁତ ହେବାକୁ ସମୟ ପାଇଥିଲେ।
ଧୋନିଙ୍କ ଟି ସର୍ଟରେ କଣ ଲେଖା ହୋଇଛି ?
ଏବେ ତ ଜାଣିଲେ ମୋର୍ସ କୋଡ୍ କଣ। ଏବେ ଆସନ୍ତୁ ଧୋନିଙ୍କ ଟି ସର୍ଟରେ ଲେଖାଥିବା ଡଟ୍ ଓ ଡାସ୍ କୁ ଡିକୋର୍ଡ କରିବ। ଧୋନିଙ୍କ ଟି ସର୍ଟରେ ମୋର୍ସ କୋଡରେ ଲେଖା ହୋଇଛି….ୱାନ୍ ଲାଷ୍ଟ ଟାଇମ୍.. ମାହି… ଏହି ବାକ୍ୟକୁ ପଢ଼ି ଏବେ ଧୋନିଙ୍କ ପ୍ରଶଂସକ ଭାବୁକ। ସେମାନେ ଧରିନେଲେଣି ଯେ,ସେମାନଙ୍କ ପ୍ରିୟ ମାହି ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ।
ପାକିସ୍ତାନୀ ଖେଳାଳୀଙ୍କ ଧର୍ମ ପ୍ରଚାର,ବିଦେଶୀ ଖେଳାଳୀଙ୍କୁ କୋରାନ ଦେଉଥିଲେ ରିଜୱାନ