ସର୍ପକୂଳେ ଜାତ କଲୁ ମତେ,
ସ୍ୱଭାବ ଛାଡ଼ିବି କେମନ୍ତେ ।
ରାଜ୍ୟର ପୁର ପଲ୍ଲୀରେ କୁହାଯାଉଥିବା ଏହି ଲୋକ ଉକ୍ତିଟି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ଦମ ଫିଟ୍ । ଯେତେବେଳେ ସୁଯୋଜ ପାଆନ୍ତି ଧର୍ମେନ୍ଦ୍ର ନିଜର ବିରୋଧିମାନଙ୍କୁ ସମାଲୋଚନା କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ ।ଏପରି ଏକ ଘଟଣା ନିକଟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉସôବରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ଅବସ୍ଥାକୁ ନେଇ ପୂର୍ବତନ ସରକାରଖାସ କରି ପୂର୍ବତ୍ତନ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବିଫଳତାକୁ ଦାୟୀ କରିଥିଲେ । ଏପରିକି ବିଜେଡ଼ି ସରକାର ସହିତ ଭାଇନା (ପ୍ରଦୀପ ପାଣିଗ୍ରାହୀ)ଥିଲେ ବୋଲି ଧର୍ମେନ୍ଦ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ବିଜେଡି ସରକାରରେ ଉଚ୍ଚଶିକ୍ଷାମନ୍ତ୍ରୀଥିଲେ ।
ସାଂସଦ ପ୍ରଦୀପ ପାଣିଗ୍ରାହୀ ଛାଡିବା ଲୋକ ନୁହଁନ୍ତି । ସେ ବିଜେଡି ସରକାରସମୟରେ ମଧ୍ୟ ଦଳର ସର୍ବେ ସର୍ବା ବୋଲାଉଥିବା ଭୈରବ କାର୍ତ୍ତୀକେୟନ ପାଣ୍ଡିଆନଙ୍କୁ ମଧ୍ୟ ଛାଡୁନଥିଲେ । ସମାବର୍ତ୍ତନ ଉତ୍ସବ ପରେ ଛତ୍ରପୁରରେ ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସମାଲୋଚନାର ଉତ୍ତର ଦେଇଥିଲେ ପ୍ରଦୀପ ପାଣିଗ୍ରାହୀ । ସେ କହିଥିଲେ ଯେ ଏକଦା ଗଞ୍ଜାମ ଜିଲ୍ଲା ବିଜେଡି ଗଡ଼ ଥିଲା । ଏବେ ବିଜେପି ଗଡ଼ରେ ପରିଣତ ହୋଇଛି । ଜିଲ୍ଲାର ଦୁଇଟି ଲୋକସଭା ଆସନ ସମେତ ବାରଟି ବିଧାନସଭା ଆସନରୁ ୧୧ଟିରେ ବିଜେପି ଜିତିଛି ।ଏହି ସବୁ ସତ୍ୱେ ଜିଲ୍ଲାରେ କୈାଣସି ଉନ୍ନୟନ ମୂଳକ କାମ ହେଉନାହିଁ ତେଣୁ ଆମ ଗଞ୍ଜାମ ଜିଲ୍ଲା ଲୋକ କଣ ଦାଦନ ଶ୍ରମିକ ହୋଇ ରହିବେ କି ବୋଲି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ।ଏହାର ଅର୍ଥ ହେଉଛି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ଯେପରି ଗୁରୁତ୍ୱ ମିଳିବା କଥା ତାହା ମିଳୁନାହିଁ ।
ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀ ଧର୍ମେନ୍ଦ୍ରଙ୍କ ପସନ୍ଦର ନେତା ନୁହଁନ୍ତି । ଏପରିକି ପ୍ରଦୀପ ଯେପରି ବିଜେପିରେ ଯୋଗ ଦେଇ ନ ପାରିବେ ସେଥିପାଇଁ ଧର୍ମେନ୍ଦ୍ର ବହୁ ଚେଷ୍ଟା କରିଥିଲେ । ଯୋଗ ଦେବା ପରେ ଟିକଟ ନ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଟିକଟ ପାଇଁ ବିଜୟ ହେବା ପରେ ଏବେ ଉଭୟଙ୍କ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ALSO READ https://purvapaksa.com/the-breast-tax-and-the-upper-cloth-movement/
