Dessert: ମିଠା ଖାଇବାକୁ ଛୋଟ ଠୁ ବଡ଼ ସମସ୍ତେ ପସନ୍ଦ କରନ୍ତି । ବଜାରରେ ବିକ୍ରି ହେଉଥିବା ବିଭିନ୍ନ ମିଠା ମୁହଁ କୁ ତ ଭଲ ଲାଗେ ହେଲେ ଆମ ପକେଟକୁ ଖାଲି କରିଦିଏ । ଆଜି ଆମେ ଆପଣଙ୍କୁ ବିଭିନ୍ନ ପ୍ରକାରର ମିଠା ବିଷୟରେ କହିବୁ ଯାହାକୁ ଆପଣ ନିଜ ଘରେ ଅତି ସହଜରେ ତିଆରି କରି ପାରିବେ ବହୁତ ହିଁ କମ ପଇସାରେ ।
କୁହନ୍ତି, ”ଆଦମି କା ଦିଲ କା ରାସ୍ତା ଉସକେ ପେଟ ସେ ହୋ କର ଜାତା ହେ” । ହେଲେ କେବଳ ସ୍ୱାମୀ ପାଇଁ କାହିଁକି ଏହି ସବୁ ଟେଷ୍ଟି ଟେଷ୍ଟି ମିଠା ଆପଣ ଆପଣଙ୍କ ପତ୍ନୀ ବା ପ୍ରିୟଜନଙ୍କ ପାଇଁ ମଧ୍ୟ ତିଆରି କରି ପାରିବେ । ସାଥିରେ ବସି ଖାଇବା କେବଳ ଏକ ସୁଯୋଗ ନୁହେଁ ବରଂ ମଧୁର ମୁହୂର୍ତ୍ତକୁ ମନେ ରଖିବାର ମଧ୍ୟ ଏକ ସୁଯୋଗ ।
ଏହାକୁ ଆହୁରି ସ୍ପେସିଆଲ କରିବା ପାଇଁ ଘରେ ତିଆରି ମିଠାଠାରୁ ଭଲ ଆଉ କିଛି ଅଛି କି । ଯଦି ଆପଣ ମଧ୍ୟ ନିଜ ସମ୍ପର୍କରେ ଅଧିକ ମଧୁରତା ଏବଂ ଭଲପାଇବା ଯୋଡିବାକୁ ଚାହୁଁଛନ୍ତି, ତେବେ ନିଶ୍ଚୟ ନିଜ ହାତରେ ତାଙ୍କ ପାଇଁ କିଛି ବନାନ୍ତୁ। ହେଲେ ଆଜି କ’ଣ ବନେଇବେ ଏହା ସବୁଠାରୁ ବଡ଼ ପ୍ରଶ୍ନ । ଏହି ପ୍ରଶ୍ନର ଉତ୍ତର ନେଇ ଆମେ ଆସିଛୁ।
ଆସନ୍ତୁ ଜାଣିବା ବହୁତ ସହଜରେ କ’ଣ ତିଆରି କରି ପାରିବେ
ଚକୋଲେଟ୍ ଲାଭା କେକ୍
ଯଦି ଆପଣ ଚକୋଲେଟ୍ ପ୍ରେମୀ ତେବେ ଏହି ଚକୋଲେଟ୍ ଲାଭା କେକ୍ ଆପଣଙ୍କ ପାଇଁ ପରଫେକ୍ଟ । ଏହା ଭିତରୁ ବାହାରୁଥିବା ଚକୋଲେଟ୍ ଏହାକୁ ଆହୁରି ସ୍ୱତନ୍ତ୍ର କରିଥାଏ। ଏହାକୁ ଭେନିଲା ଆଇସକ୍ରିମ୍ କିମ୍ବା ଷ୍ଟ୍ରବେରୀ ସହିତ ପରିବେଷଣ କରନ୍ତୁ।
ରେଡ ଭେଲଭେଟ କପ୍ କେକ୍
ରେଡ ଭେଲଭେଟ କପ୍ କେକ୍ ର ନାମ ହିଁ ଏହାକୁ ସ୍ୱତନ୍ତ୍ର କରିଥାଏ। ଏହାର ଲାଲ ରଙ୍ଗ, ପ୍ରେମର ପ୍ରତୀକ ଏବଂ ଉପରେ ଥିବା ଧଳା କ୍ରିମ ଫ୍ରଷ୍ଟିଂ ଏହାକୁ ବେଶ ଆକର୍ଷଣୀୟ କରିଥାଏ । ଏହାକୁ ଅଧିକ ରୋମାଣ୍ଟିକ୍ କରିବା ପାଇଁ ଆପଣ ଏହାକୁ ହୃଦୟ ଆକୃତିରେ ତିଆରି କରି ଚକୋଲେଟ୍ କିମ୍ବା ଗୋଲାପ ପାଖୁଡ଼ାରେ ସଜାଇ ପାରିବେ।
ରୋଜ ରସଗୁଲ୍ଲା
ଗୋଲାପ ଫୁଲର ସୁଗନ୍ଧ ଏବଂ ରସଗୁଲ୍ଲାର ମଧୁରତାର ମିଶ୍ରଣ ଏହାକୁ ଆହୁରି ସ୍ୱତନ୍ତ୍ର କରିପାରେ । ଏହି ପାରମ୍ପରିକ ରସଗୁଲ୍ଲାକୁ ଗୋଲାପ ଫୁଲ ଓ କେଶର ସହିତ ସଜେଇ ସୁନ୍ଦର ଭାବରେ ପରିବେଷଣ କରାଯାଇ ପାରିବ।
ଷ୍ଟ୍ରବେରୀ ଫିର୍ନି
ପାରମ୍ପରିକ ଫିର୍ନିକୁ ଏକ ରୋମାଣ୍ଟିକ୍ ଟ୍ୱିଷ୍ଟ ଦେବା ପାଇଁ ଷ୍ଟ୍ରବେରୀ ପିୟୁରି ମିଶାନ୍ତୁ । ଗୋଲାପୀ ରଙ୍ଗ ଏବଂ ଷ୍ଟ୍ରବେରୀର ସାମାନ୍ୟ ଟାଙ୍ଗି-ମିଠା ସ୍ୱାଦ ଏହାକୁ ଏକ ଉପଯୁକ୍ତ ଭାଲେଣ୍ଟାଇନ୍ସ ସ୍ପେଶାଲ୍ ମିଠାରେ ପରିଣତ କରିବ। ଏହାକୁ ବାଦାମ ତଥା ଡ୍ରାଏ ଫ୍ରୁଟରେ ସଜାଇ ଦିଅନ୍ତୁ।
ଚକୋଲେଟ୍ ଟ୍ରଫଲ୍ସ
ଯଦି ଆପଣ ବିନା ବେକିଂରେ ମିଠା ତିଆରି କରିବାକୁ ଚାହୁଁଛନ୍ତି, ତେବେ ଚକୋଲେଟ୍ ଟ୍ରଫଲ୍ସ ସବୁଠାରୁ ଭଲ ବିକଳ୍ପ ଅଟେ । ଡାର୍କ ଚକୋଲେଟ୍, କ୍ରିମ୍ ଏବଂ କୋକୋ ପାଉଡରରେ ନିର୍ମିତ ଏହି ଛୋଟ ବଲ୍ ଗୁଡ଼ିକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ଆନନ୍ଦଦାୟକ ।
ଷ୍ଟ୍ରବେରୀ ଚିଜ୍ କେକ୍
ଷ୍ଟ୍ରବେରୀ ଚିଜ୍ କେକ୍ ର କ୍ରିମି ଟେକ୍ସଚର ଏବଂ ଟାଙ୍ଗି ଷ୍ଟ୍ରବେରୀ ସ୍ୱାଦ ଏହାକୁ ଏକ ସ୍ପେସିଆଲ ମିଠାରେ ପରିଣତ କରିଥାଏ । ଏହାକୁ ତିଆରି କରିବା ପାଇଁ ଏକ ବିସ୍କୁଟ କ୍ରଷ୍ଟ, କ୍ରିମି ଫିଲିଂ ଏବଂ ତାଜା ଷ୍ଟ୍ରବେରୀ ଟପିଂ ବ୍ୟବହାର କରନ୍ତୁ।
ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ, ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆପଣ