ବୁଲିବେ ସାଧାରଣ ଜନତା
ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନକୁ ମନେ ପକାଇଦେବା ପାଇଁ ଡେରାଡୁନର ରାଜପୁର ରୋଡରେ ଅବସ୍ଥିତ ଐତିହାସିକ ରାଷ୍ଟ୍ରପତି ଆଶିଆନା ଆାସନ୍ତା ବର୍ଷ ଏପ୍ରିଲ ମାସରେ ସର୍ବସାଧାରଣଙ୍କ ପାଇଁ ଏହାର ଦ୍ୱାର ଖୋଲିବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ରାଷ୍ଟ୍ରପତି ସଚିବାଳୟର ଅଧିକାରୀମାନେ ଡେରାଡୁନରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବୈଠକ ପାଇଁ ଡାକିଥିଲେ। ଏହି ଅଧିବେଶନରେ ସେମାନେ ଆଶିଆନାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ସୁବିଧାକୁ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ ଆମର ଲକ୍ଷ୍ୟ ହେଉଛି ରାଷ୍ଟ୍ରପତି ଆଶିଆନାକୁ ଏପରି ଏକ ସ୍ଥାନରେ ପରିଣତ କରିବା ଯେଉଁଠାରେ ନାଗରିକମାନେ ଇତିହାସ ଅନୁଭବ କରିପାରିବେ ଏବଂ ଏହାକୁ ସେମାନଙ୍କ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିପାରିବେ । ୨୧ ଏକର ପରିମିତ ଏହି କମ୍ପ୍ଲେକ୍ସକୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ବଡିଗାର୍ଡ (ପିବିଜି) ବ୍ୟବହାର କରୁଥିବା ବେଳେ ଆଶିଆନାର ସମୁଦାୟ କ୍ଷେତ୍ରଫଳ ପ୍ରାୟ ୨୩୭ ଏକର।
ଏହି ପଦକ୍ଷେପର ପ୍ରସ୍ତୁତି ପାଇଁ ଶନିବାର ଆଶିଆନା କମ୍ପ୍ଲେକ୍ସରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ସଚିବାଳୟର ଅତିରିକ୍ତ ସଚିବ ଡକ୍ଟର ରାକେଶ ଗୁପ୍ତା ଉତ୍ତରାଖଣ୍ଡ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପ୍ଲେକ୍ସର ମୁଖ୍ୟ କୋଠାରେ ଜନସାଧାରଣଙ୍କ ପ୍ରବେଶ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟଟକମାନେ କେବଳ ଆଶିଆନା ବୁଲିବାର ସୁଯୋଗ ପାଇବେ ନାହିଁ ବରଂ ଭାରତୀୟ ସେନାର ୨୫୧ ବର୍ଷ ପୁରୁଣା ପିବିଜି ରେଜିମେଣ୍ଟ ଏବଂ ଏହାର ୧୮୬ ବର୍ଷ ପୁରୁଣା ଷ୍ଟେବଲର ସମୃଦ୍ଧ ଇତିହାସ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ପାଇବେ । ଉତ୍ତରାଖଣ୍ଡ ସରକାରଙ୍କ ସଚିବ ସଚିନ କର୍ଭ କହିଛନ୍ତି, ଡେରାଡୁନରେ ରାଷ୍ଟ୍ରପତି ଆଶିଆନା ଖୋଲିବା ଦ୍ୱାରା ଲୋକମାନେ ଭାରତର ସମୃଦ୍ଧ ଐତିହ୍ୟ ସହ ଯୋଡ଼ି ହେବାର ସୁଯୋଗ ପାଇବେ।
ରାଷ୍ଟ୍ରପତି ଆଶିଆନା ପ୍ରଥମେ ୧୮୩୮ ମସିହାରେ ଗଭର୍ଣ୍ଣର ଜେନେରାଲଙ୍କ ବଡିଗାର୍ଡ ଘୋଡ଼ାମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ଭାବରେ ସ୍ଥାପିତ ହୋଇଥିଲା। ଯାହା ଦିଲ୍ଲୀ ଗରମରୁ ମୁକ୍ତି ପ୍ରଦାନ କରିଥିଲା । ସ୍ୱାଧୀନତା ପରେ ରାଷ୍ଟ୍ରପତିଙ୍କ ବଡିଗାର୍ଡ ଏହି ସୁବିଧାର ବ୍ୟବହାର ଜାରି ରଖିଥିଲେ।
previous article:https://purvapaksa.com/cyclone-in-odisha/
