ଓଡ଼ିଆ ଅଭିଧାନ ଓଲଟାଇଲେ ପ୍ରବଞ୍ଚକର ଅର୍ଥ ଯାହା ଆସିବ ତାହା ହେଲା ମିଥ୍ୟାର ଆଶ୍ରୟନେବା , ଯାହା ନୁହେଁ ତାହା ଦେଖାଇହେବା ଅର୍ଥାତ୍ ଛଳନା କରିବା । ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ଏହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଗତ କିଛି ଦିନ ହେଲା ରାଜ୍ୟରେ ଯେପରି ଛାତ୍ରୀ ପୋଡ଼ି ମାମଲା ସାମ୍ନାକୁ ଆସୁଛି ତାହାକୁ ନେଇ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ନିଜର ଉଦବେଗ ପ୍ରକାଶ କରିବା ସହିତ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରୁଛନ୍ତି । ବିରୋଧି ଦଳ ନେତା ହିସାବରେ ଏହା କରିବା କଥା ମଧ୍ୟ । କିନ୍ତୁ ପ୍ରଶ୍ନ ଉଠୁଛି ସେ ଯେତେବେଳେ ୨୪ ବର୍ଷ ଧରି ରାଜ୍ୟ ଶାସନ ଗାଦିରେ ଥିଲେ ; ସେତେବେଳେ ତାହା କରୁଥିଲେକି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।
ନବୀନଙ୍କ ଶାସନ ସମୟରେ ଇତିଶ୍ରୀ ,ବେବିନା ,ମାଧବୀ ଲତା ,ପରୀ ,ସ୍ମିତାରାଣୀ ,ମମିତାଙ୍କ ଭଳି ଅନେକ ମହିଳାମାନେ ଶାସକ ଦଳର ପ୍ରୋତ୍ସାହନ ମୃତ୍ୟୁ ମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି । ନବୀନଙ୍କ ଶାସନ କାଳରେ ଏମାନଙ୍କ ହତ୍ୟାକରୀଙ୍କୁ ଅଦ୍ୟାବଧି ଗିରଫ କରାଯାଇପାରିନାହିଁ । ସବୁଠାରୁ ଦୁଃଖର କଥା ହେଲା ତାଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ମଧ୍ୟ ପୁଲିସ କର୍ମଚାରୀ ଗୁଳିମାରି ହତ୍ୟାକରିଛି ।ଏହା ସର୍ବଜନ ବିଧିତ ଏଥିରୁ ଅନୁମାନ କରାଯାଇପାରେ ନବୀନଙ୍କ ଶାସନ କାଳରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କିପରି ଥିଲା । ଏସବୁ ଘଟଣାରେ ନବିନ ଗୋଟିଏ କଥା କହୁଥିଲେ ଆଇନ ତା ବାଟରେ ଯିବ । ସତରେ କଣ ଆଇନ ତା ବାଟରେ ଯାଇଛିକି ବୋଲି ଏବେ ରାଜନୀତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଠିକରିଛି ।
କ୍ଷମତାରୁ ଯିବା ପରେ ନବୀନଙ୍କ ଚୈତନ୍ୟ ଉଦୟ ହେଲାଭଳି ଲାଗୁଛି । କାରଣ ଏବେ ସେ ସରକାରଙ୍କୁ ପ୍ରତିଟି କଥାରେ ତାଙ୍କର ଭୁଲବାଛିବା ସହ କଡ଼ା ସମାଲୋଚନା କରୁଛନ୍ତି । ଯାହାକି ଗଣତନ୍ତ୍ର ପାଇଁ ଶୁଭଖବର । କିନ୍ତୁ ନବୀନଙ୍କ ଏଭଳି ଉଦ୍ୟମକୁ ତାଙ୍କ ବିରୋଧୀମାନେ ସଇତାନର ବେଦପାଠବୋଲି ବିଚାରକରୁଛନ୍ତି ।
ନବୀନ ପଟ୍ଟନାୟକ ଯେତେବେଳେ ଶାସନ କ୍ଷମତାରେ ଥିଲେ ଓ ଶାରୀରିକ ପିଟ୍ ଥିଲେ ସେତେବେଳେ ସୋସିଆଲ ମିଡିଆ ବ୍ୟବହାର କରୁନଥିଲେ । କିନ୍ତୁ କ୍ଷମତାରୁ ଯିବା ପରେ ଅସୁସ୍ଥ ହୋଇପଡ଼ିବା ସହିତ ସୋସିଆଲ ମିଡିଆରେ ଏବେ ଆକ୍ଟିଭ ଅଛନ୍ତି । ତାଙ୍କର ଏହି ଆକ୍ଟିଭ ରହିବାକୁ ରାଜନୀତିକ ମହଲରେ ଦେଖୁଛନ୍ତି ।
କ୍ଷମତାରୁ ଯିବା ପରେ ଓ ମୁମ୍ବାଇରୁ ଚିକିତ୍ସା ହୋଇ ଫେରିବା ପରେ ସେ ନିଜ ଦଳର କୈାଣସି କର୍ମୀ ବା ବିଧାୟକମାନଙ୍କୁ ଭେଟୁନାହାଁନ୍ତି । ଓଡ଼ିଶାରେ ଦୀର୍ଘ ୨୮ ବର୍ଷ ରହିବା ପରେ ବି ଏପର୍ଯ୍ୟନ୍ତ ଓଡ଼ିଆ କଡି ଶିଖିନାହାଁନ୍ତି ଏପରି ସ୍ଥଳେ ସେ ସୋସିଆଲ ମିଡିଆରେ ଯେଭଳି ର୍ନଭୁଲ ଓଡ଼ିଆରେ ବିଜେପି ସରକାରଙ୍କୁ ସମାଲୋଚନା କରୁଛନ୍ତି ତାହା ସନ୍ଦେହ ଘେରରେ ରହିଛି । କେହି ଜଣେ ତାଙ୍କ ସୋସିଆଲ ମିଡିଆକୁ ଚଳାଉଛନ୍ତି । ଏଥିରୁ ଜଣାପଡ଼ୁଛି ଯେ ଓଡ଼ିଶା ରାଜନୀତିରେ ବିରୋଧୀ ଦଳ ନେତା ଏବେ ଛଳନାରେ ବୁଡ଼ି ରହିଛନ୍ତି ।
ALSO READ https://purvapaksa.com/trump-imposes-50-tariff-on-india-whats-at-stake-and-whats-next/
