ସରକାରଙ୍କ ମୋଟା ଅଙ୍କର ସହାୟତା ଏବେ ନେଉଛି ଛାତ୍ରୀଙ୍କ ଜୀବନ । ଏବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିଆଁ ଝାସରେ ଛାତ୍ରୀ ଜଳୁଥିବା ଖବର ସାମ୍ନାକୁ ଆସୁଛି । ବାଲେଶ୍ୱର , ବଳଙ୍ଗା ପରେ ଏବେ କେନ୍ଦ୍ରପଡା । ନିଆଁରେ ପୋଡି ଜଣେ ଛାତ୍ରୀଙ୍କ ମୃତ୍ୟୁ ସମସ୍ତଙ୍କ ମନରେ ଆନେ୍ଦାଳନ ସୃଷ୍ଟି କରିଛି । କିନ୍ତୁ ଗୋଟିଏ ପରେ ପରେ ଗୋଟିଏ ଘଟଣା ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି । ବାଲେଶ୍ୱର ଘଟଣା ପରେ ବଳଙ୍ଗା ଘଟଣା ଘଟିଥିଲା । ତଦନ୍ତ ବାବଦରେ ବାରମ୍ବାର ଧାରଣା ଦିଆଯାଉଥିଲା ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିଲା । ଘଟଣା ସ୍ଥଳରୁ କିଛି ସାମଗ୍ରୀ ପୁଲିସ ଜବତ କରିଥିଲା । ଦୁଇତିନି ଜଣଙ୍କୁ ସନେ୍ଦହରେ ଅଟକ ରଖାଯାଇଥିଲା ।

କିନ୍ତୁ ଝିଅଟିର ମୃତ୍ୟୁ ପରେ ତାଙ୍କ ପରିବାର ଏପରିକି ବାପା ମାନସିକ ଅବସାଦ କାରଣରୁ ଝିଅ ଆତ୍ମହତ୍ୟା କରିଛି ବୋଲି କହିଥିଲେ ।ପ୍ରଶ୍ନ ହେଉଛି ଯେ ଯଦି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ନୁହଁନ୍ତି , ତେବେ ଯେଉଁକଥା ପୀଡିତାଙ୍କ ପୀଡିତାଙ୍କ ମୃତୁ୍ୟ ଦିନ ପୁଲିସ କହିଲା । ସେହି କଥା ଯଥେଷ୍ଟ ଆଗରୁ କୁହାଯାଏ ପାରିଥାନ୍ତା । ଏଭଳି ସନେ୍ଦହ ଉଠିବା ସ୍ୱାଭାବିକ । ଏହା କିଛି ମାତ୍ରାରେ ଲୋକଙ୍କ ମନରେ ପୋଲିସର ତଦନ୍ତ ଏବଂ ସରକାରଙ୍କ ସହାୟତାକୁ ନେଇ ସନେ୍ଦହ ସୃଷ୍ଟି କରିଥିଲା । କି ପରିବାର ଲୋକ ଆଉ ମୋଟା ଅଙ୍କର ଟଙ୍କା ପାଇବା ପାଇଁ ଏପରି କରୁନାହାଁନ୍ତି ତ । ପୂର୍ବରୁ ମଧ୍ୟ ସମାନ ଘଟଣା ବାଲେଶ୍ୱର ସୈାମ୍ୟାଶ୍ରୀ ବିସିଙ୍କ ମାମଲରେ ଘଟିଥିଲା ତାରଙ୍କର ମୃତୁ୍ୟ ପରେ ସରକାର ତାଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଏହାକୁ ଦେଖିଲେ ଏମିତି ଲାଗିବା ସ୍ୱାଭାବିକ ଯେ ପ୍ରଥମେ ଝିଅଟିଏ ଯେତେବେଳେ କୈାଣସି କାରଣରୁ ମାନସିକ ବିସାଦ ଦେଇ ଗତି କରୁଛି ସେତେବେଳେ ତା ପରିବାର ଲୋକେ ତାକୁ ସେତେଟା ଧ୍ୟାନ ଦେଉନାହାଁନ୍ତି ପରେ ସରକାରଙ୍କ ସହାୟତା କୋଉଠିନା କୋଉଠି ତାଙ୍କ ମୁହଁବନ୍ଦ କରିଦେଉଛି ।

ଗତ କାଲି ପଟ୍ଟାମୁଣ୍ଡାଈରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଏଏସଆଇ ଶୈଳେନନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିଦେ୍ର୍ଦଶ ଦିଆଯାଉଛି । ଏଏସଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାକୁ ବଦଳି କଲେ କେନ୍ଦ୍ରାପଡ଼ା ବଦଳି କରିଛନ୍ତି କେନ୍ଦ୍ରାପଡା ଏସପି । ଗତକାଲି ଘର ଭିତରେ ଜଣେ ଯୁବତୀ ଜୀବନ୍ତ ଜଳିଗଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା କାଠିଆପଡା ଗାଁରେ । କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି । ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ଏଏସଆଇ ରଖି ନଥିବା ଅଭିଯୋଗ କରିଛନ୍ତି ।
ALSO READ https://purvapaksa.com/tmc-mp-mahua-moitra-bjd-pinaki-misra-wedding-reception/


