Rashifala: ଆଜି ୨୭ ମାର୍ଚ୍ଚ । ଆଜିର ଦିନରେ ଏହି ରାଶିମାନଙ୍କର ପରିବାରରେ ସୁଖ-ପ୍ରୀତି ବୃଦ୍ଧି ପାଇବ । ଅଫିସରେ କାମ କରୁଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ । ଜାଣନ୍ତୁ ଆପଣଙ୍କ ରାଶିଫଳ ।
ମେଷ ରାଶି : ଆଜି ଆପଣଙ୍କ ଦିନ ଶୁଭ ହେବ। ଆପଣଙ୍କ କର୍ମକ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ପାରିବାରିକ ଜୀବନ ମଧ୍ୟ ସୁଖୀ ହେବ। ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ । ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ ।
ବୃଷ ରାଶି : ଆଜି ଆପଣଙ୍କ ଦିନ ଭଲ ହେବ। ଆପଣଙ୍କ ଆର୍ଥିକ ପରିସ୍ଥିତି ଉନ୍ନତି ହେବ। ଆପଣଙ୍କ ପ୍ରେମ ଜୀବନ ମଧ୍ୟ ସୁଖୀ ହେବ। ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବେ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ ।
ମିଥୁନ ରାଶି : ପରିଜନଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ । ଆତ୍ମୀୟସ୍ବଜନଙ୍କ ପାରିବାରିକ ସମସ୍ୟା ସମାଧାନ ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିପାରେ । ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି । ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।
କର୍କଟ ରାଶି : ଅର୍ଥ ସହ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ଆସିବ। ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ବୈବାହିକ ଜୀବନ ସୁଖମୟ ହେବ।
ସିଂହ ରାଶି : ସିଂହ ରାଶିର ଜାତକଙ୍କ ପାଇଁ ଆଜିର ଦିନରେ ଲାଭ ମିଳିବ । କିଛି ବିପରୀତ ପରିସ୍ଥିତିରେ ଆପଣଙ୍କୁ ଧୈର୍ୟ ବିକାଶ କରିବାକୁ ପଡିବ। ଆପଣଙ୍କ ଘରେ ଥିବା ସମସ୍ୟାର ସମାଧାନ ମିଳିବ। ସାମାଜିକ କାର୍ଯ୍ୟକ୍ରମଗୁଡିକ ପାଇଁ ଆପଣଙ୍କର ଭଲ ଛାପ ରହିବ।
କନ୍ୟା ରାଶି : ଗମନାଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦେଶରେ ଥିବା ସମ୍ପର୍କୀୟ ଠାରୁ ଶୁଭ ଖବର ପାଇବେ । ଚିତ୍ରା- ଧାର୍ମିକ କାର୍ୟ୍ୟରେ ରୁଚି ବୃଦ୍ଧି ହେବ । ବାହ୍ୟ ଶତୃମାନଙ୍କଠାରୁ ଦୂରେଇ ରହିବା ଭଲ । ରାଜନୀତି ବିରୋଧୀ ସମ୍ମୁଖୀନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରିପାରିବେ ନାହିଁ ।
ତୁଳା ରାଶି : ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ ।
ବିଛା ରାଶି : ଜୀବନସାଥୀ ସହିତ ଭଲ ତାଳମେଳ ରହିବ। କାମରେ ପଡ଼ୋଶୀର ସାହାଯ୍ୟ ପାଇବେ। ଲେଖକଙ୍କ କାବ୍ୟକୁ ଲୋକ ଖୁବ୍ ପସନ୍ଦ କରିବେ। ଆଜି କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।
ଧନୁ ରାଶି : ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।ଆପଣଙ୍କ ଆତ୍ମବିଶ୍ୱାସ ଉଚ୍ଚ ରହିବ ।
ମକର ରାଶି : ପରିବାର ସଦସ୍ୟମାନଙ୍କ ମଧ୍ୟରେ ଅବୁଝାମଣା ଏବଂ ଅସୁସ୍ଥତା ଆପଣଙ୍କୁ ଅଶାନ୍ତି ଏବଂ ଅସୁଖି କରି ରଖିବ ।ଅଦରକାରୀ ଖର୍ଚ୍ଚ ଆପଣଙ୍କ ସମସ୍ୟାକୁ ବଢାଇପାରେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ ।
କୁମ୍ଭ ରାଶି : ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି । ଆପଣଙ୍କ ସାହାଯ୍ୟ ଅନ୍ୟ ପାଇଁ ଲାଭପ୍ରଦ ହେବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ନିଜ ଅଧ୍ୟୟନରେ କିଛି ପରିବର୍ତ୍ତନ କରିବେ।
ମୀନ ରାଶି : ଜୀବନଚର୍ଯ୍ୟାର ପ୍ରତ୍ୟେକ ଦିଗ ଠିକ୍ ଥିଲେ ମଧ୍ୟ ବାକ୍ ସଂଯମର ଅଭାବ ସମସ୍ୟାକୁ ଆମନ୍ତ୍ରଣ କରିବ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ନିଜ ଟଙ୍କା ସହିତ ବିଶେଷ ସତର୍କ ରହିବା ଉଚିତ ହେବ କାରଣ ଆପଣ ଏହାକୁ ହରାଇବାର ଆଶଙ୍କା ଅଛି ।
ALSO READ: https://purvapaksa.com/am-navami-2025-date-special-significance/
ଚଳିତ ବର୍ଷ କେବେ ପାଳନ କରାଯିବ ରାମ ନବମୀ, ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ