Shankha Bhawan : ଶଙ୍ଖ ଭବନର ପ୍ରତିଷ୍ଠା ପରେ ଥରେ ହେଲେ ବି ସରକାର ଗଢି ପାରିଲାନି ବିଜେଡି । ଯାହା ଫଳରେ ଷଷ୍ଠ ଥର ପାଇଁ ନବୀନଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଏ ଜାବତ ସ୍ୱପ୍ନରେ ରହିଗଲା ।
ଆମ ଓଡ଼ିଆରେ ଗୋଟେ ଲୋକ କଥା ଅଛି ‘ଲକ୍ଷେ ଶିବ ପୂଜି ପାଇଥିଲି ପୁଅ, ପୁଅ ଚାହିଁଲା ନାହିଁ ମୋ ମୁହଁ’ ଠିକ୍ ସେହିଭଳି ଅନେକ ଗ୍ରହ, ନକ୍ଷତ୍ର, ବାସ୍ତୁଶାସ୍ତ୍ରର ତନତନ ଯାଞ୍ଚ କରି ବହୁ ବଡ଼ ବଡ଼ିଆ ଜ୍ୟୋତିଷଙ୍କ ପରାମର୍ଶ ପରେ ବିଜେଡି ପାଇଥିଲା ତା’ର ନୂଆ କାର୍ଯ୍ୟାଳୟ ଶଙ୍ଖଭବନ।
ବାହାରୁ ନାମୀଦାମୀ ଡିଜାଇନରଙ୍କଠାରୁ ଡିଜାଇନ ଆଣି କୁଶଳୀ କାରିଗରଙ୍କୁ ନେଇ ବହୁ ଆଡ଼ମ୍ବରରେ ଗଢ଼ା ହୋଇଥିଲା ଶଙ୍ଖ ଭବନ। ଶଙ୍ଖ ଭବନର ଭୂମି ପୂଜନଠାରୁ ନେଇ ଗୃହ ପ୍ରବେଶ ଯାଏଁ ସବୁ କିଛି ଶାସ୍ତ୍ର ଅନୁଯାୟୀ ବିଧିମୁତାବକ କରାଯାଇଥିଲା। ଏମିତି କି କେଉଁ କୋଣରେ କେଉଁ ଅଫିସ ରହିବ, କେଉଁ ନେତା କେଉଁ କୋଣରେ ବସିବ ତାକୁ ନେଇ ମଧ୍ୟ ଅନେକ ବିଚାର ବିମର୍ଶ କରାଯାଇଥିଲା। ହେଲେ ଫଳ ଶୁନ। ଶଙ୍ଖ ଭବନର ପ୍ରତିଷ୍ଠା ପରେ ଥରେ ହେଲେ ବି ସରକାର ଗଢ଼ି ପାରିଲାନି ବିଜେଡି। ଯାହାଫଳରେ ଷଷ୍ଠଥର ପାଇଁ ନବୀନଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ସ୍ୱପ୍ନରେ ରହିଗଲା।

ସବୁଠାରୁ ବଡ଼ କଥା ହେଲା ଏ ସେହି ଶଙ୍ଖ ଭବନ ଯେଉଁ ଶଙ୍ଖ ଭବନକୁ ବିଜେଡିର ଅନେକ ବଡ଼ ବଡ଼ ନେତାଙ୍କ ମର ଶରୀର ଯାଇପାରିନଥିଲା। ଆଉ ସେତେବେଳେ ଚର୍ଚ୍ଚା ହେଲା କି କୌଣସି ମରଶରୀର ଶଙ୍ଖ ଭବନକୁ ପ୍ରବେଶ କରିପାରିବ ନାହିଁ। କାରଣ କିଛି ନେତାଙ୍କ ଧାରଣା ଥିଲା ମରଶରୀର କାର୍ଯ୍ୟାଳୟ ଭିତରକୁ ଗଲେ ଶଙ୍ଖ ଭବନ ଅପବିତ୍ର ହୋଇଯିବ। ସେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସ ହୁଅନ୍ତୁ କି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ହୁଅନ୍ତୁ, ଏପରିିକି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ସୂର୍ଯ୍ୟ ପାତ୍ରଙ୍କ ମର ଶରୀରକୁ ଶଙ୍ଖ ଭବନକୁ ପଶିବାକୁ ଅନୁମତି ଦିଆଯାଇନଥିଲା । ସେତେବେଳେ ଏହାକୁ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଆଉ ଏବେ ଏହି ଶଙ୍ଖ ଭବନ ପୂରା ଶୁନ୍ଶାନ୍। ସତେ ଯେମିତି ଶଙ୍ଖ ଭବନ କଥା ବିଜେଡି ଏବେ ଭୁଲି ଯାଇଛି। ସରକାରରୁ ଯିବା ପରେ ମାଳ ମାଳ ମୁଖପାତ୍ରଙ୍କର ଶଙ୍ଖ ଭବନରେ ଆଦୌ ଦେଖା ନାହିଁ । ଖାଲି ମୁଖପାତ୍ର କାହିିଁକି ନେତା କି କର୍ମୀ ଆଉ କାହାର ଦେଖା ମିଳୁନାହିଁ। ଦାୟିତ୍ୱରେ ଥିବା କେତେଜଣ କର୍ମଚାରୀଙ୍କୁ ଛାଡ଼ି ଦେଲେ ଆଉ କାହାରି ଦେଖା ମିଳୁ ନାହିଁ।
ଆମ ଓଡିଆ ସଂସ୍କୃତିରେ ଶଙ୍ଖକୁ ଅତି ଶୁଭ ବୋଲି ବିବେଚନା କରାଯାଉଥିବାବେଳେ ବିଜେଡି ପାଇଁ ସେହି ଶଙ୍ଖ ଏବେ ଅଶୁଭ ପାଲଟିଛି। ଯାହା ଶଙ୍ଖ ଭବନକୁ ଦେଖିଲେ ସହଜରେ ବାରି ହୋଇପଡୁଛି। ସତେ ଯେମିତି ଶଙ୍ଖ ଭବନ ଉପରେ କାହାର ଅଭିଶାପ ପଡ଼ିଯାଇଛି।
Also read : – https://purvapaksa.com/air-pollution-anugul-on-the-top/

STAND WITH TRUTH

