- କଂଗ୍ରେସର ଘୋଷଣା-ପ୍ରଥମେ ମୁସଲମାନ, ପରେ ସମ୍ବିଧାନ
- ସମ୍ବିଧାନ ଉପରେ ରାହୁଲଙ୍କ ଦ୍ୱିତୀୟ ଆକ୍ରମଣ
ଦଶନ୍ଧି ଦଶନ୍ଧି ଚାଲିଥିବା କଂଗେସର ମୁସଲମାନ ପ୍ରୀତି ଶେଷରେ ଆଜି ସଂସଦରେ ଖୋଲାଖୋଲି ପ୍ରକାଶ ପାଇଛି। ଏହାକୁ ନେଇ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ହେବାରୁ ମୁଲତବୀ ରହିଛି।
ଆଜି ଲୋକସଭାର ପ୍ରଶ୍ନୋତ୍ତର କାଳରେ ବିରୋଧିଦଳ ନେତା ରାହୁଲ ଗାନ୍ଧୀ ମୁସଲମାନମାନଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଶାସକ ଦଳ ବିଜେପି ପକ୍ଷରୁ ଜୋରଦାର୍ ବିରୋଧ କରାଯାଇଥିଲା।
ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ଦେଶ ସ୍ୱାଧିନ ହେବା ଓ ଦେଶ ବିଭାଜନ ହେବା ପରେ ୨୮ ଅଗଷ୍ଟ ୧୯୪୭ରେ ସଭା ବସିଥିଲା। ଏଥିରେ ଧର୍ମଭିତ୍ତିକ ଆରକ୍ଷଣକୁ ବିରୋଧ କରାଯାଇଥିଲା। ଏପରିକି ଆମ୍ବେଦକରଙ୍କ ପ୍ରଣିତ ସମ୍ବିଧାନରେ ଧର୍ମଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ନାହିଁ। ରାହୁଲ ଗାନ୍ଧୀ ମୁସଲମାନମାନଙ୍କ ପାଇଁ ଆମ୍ବେଦକରଙ୍କ ସମ୍ପିଧାନକୁ ବଦଳାଇବାକୁ ଚାହୁଛନ୍ତି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧୀ ହାତରେ ସମ୍ବିଧାନ ଧରି ବୁଲୁଛନ୍ତି, କିନ୍ତୁ ସମ୍ବିଧାନ ବିଷୟରେ କିଛି ଜାଣିନାହାନ୍ତି। କଂଗ୍ରେସର ଘୋଷଣା ଅନୁସାରେ ପ୍ରଥମେ ମୁସଲମାନ, ପରେ ସମ୍ବିଧାନ। ଏହା ସମ୍ବିଧାନ ଉପରେ ରାହୁଲଙ୍କ ଏହା ଦ୍ୱିତୀୟ ଆକ୍ରମଣ ବୋଲି ବିଜେପି ଅଭିଯୋଗ କରିଛି।
ସେହିପରି କର୍ଣ୍ଣାଟକରେ ମୁସଲମାନ ଠିକାଦାରମାନଙ୍କ ପାଇଁ ସରକାରୀ କାମରେ ୪ ପ୍ରତିଶତ ସଂରକ୍ଷଣକୁ ନେଇ ରାଜ୍ୟସଭାରେ ମଧ୍ୟ ହଙ୍ଗାମା ହୋଇଛି। ବିଜେପି ପକ୍ଷରୁ କୁହାଯାଉଛି ଯେ କର୍ଣ୍ଣାଟକର କଂଗ୍ରେସ ସରକାର ଆରକ୍ଷଣର ଧଜ୍ଜିଆ ଉଡ଼ାଇଛି। ଜେପି ନଡ୍ଡା କହିଛନ୍ତି ଧର୍ମ ଆଧାରରେ ଆରକ୍ଷଣ ଦିଆଯିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ଏହାକୁ ହଟ୍ଟଗୋଳ ହେବାରୁ ସଂସଦର ଉଭୟ ଗୃହ ମୁଲତବୀ ରହିଛି।
Also readhttps://purvapaksa.com/law-cant-force-person-to-endure-marriage-of-suffering/
ଆଇନ ମଣିଷକୁ ବିବାହ ଦୁଃଖ ସହିବାକୁ ବାଧ୍ୟ କରିପାରିବ ନାହିଁ: ଓଡ଼ିଶା ହାଇକୋର୍ଟ
