- ଆଇବିଡି-୪ ରନର୍ସ ଅପ୍
ଓଡ଼ିଶାର ଜଣେ ଫ୍ରି-ଷ୍ଟାଇଲ ଡ୍ୟାନ୍ସର ସମ୍ପ୍ରତି ସାରା ଭାରତରେ ଚହଳ ସୃଷ୍ଟି କରିଛନ୍ତି। ଜାତୀୟ ଟେଲିଭିଜନ ସୋନି ଟିଭିରେ ସଦ୍ୟ ପ୍ରକାଶିତ ରିୟଲିଟି ଶୋ’ ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର(ଆଇବିଡି)ର ଚତୁର୍ଥ ସଂସ୍କରଣରେ ରନର୍ସ ଅପ ହୋଇଛନ୍ତି। ତାଙ୍କ ପ୍ରକୃତ ନାମ ସ୍ମୃତି ସ୍ୱରୂପ ପାତ୍ର। ଅବଶ୍ୟ ଉକ୍ତ କାର୍ଯ୍ୟକ୍ରମରେ ସେ ନେକ୍ସନ ନାମରେ ପରିଚିତ।
ଆଇବିଡି-୪ରେ ସେ ଅନେକ ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଶୋ’ର ବିଚାରପତି ଥିବା କରିସ୍ମା କାପୁର ମଧ୍ୟ ତାଙ୍କ ଫ୍ୟାନ ହୋଇଯାଇଛନ୍ତି। ଅନ୍ୟ ଦୁଇ ବିଚାରପତି ତଥା ବଲିଉଡ୍ କୋରିଓଗ୍ରାଫର ଗୀତା କପୁର ଓ ଟେରେନ୍ସ ଲୁଇସ ମଧ୍ୟ ନେକ୍ସନଙ୍କ ଡ୍ୟାନ୍ସ କୌଶଳକୁ ପ୍ରଶଂସା କରୁଛନ୍ତି।
ନେକ୍ସନ ମାତ୍ର ୪ବଷୋ ତଳେ ପେସାଦାର ଡ୍ୟାନ୍ସରେ ପାଦ ରଖିଥିଲେ। ଏହା ପୂର୍ବରୁ ସେ ପାଠପଢ଼ା ସହ ଟ୍ରିକିଙ୍ଗ୍ (ଏକ ପ୍ରକାର ମାର୍ଶାଲ ଆର୍ଟ କୌଶଳ)ରେ ପ୍ରଶିକ୍ଷଣ ନେଇଥିଲେ। କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଅବସରରେ ଜଣେ ଡ୍ୟାନ୍ସର(ଫ୍ରି-ଷ୍ଟାଇଲ) ଆଡିକ୍ସନଙ୍କ ସହ ନେକ୍ସନଙ୍କର ସାକ୍ଷାତ ହୋଇଥିଲା। ଆଡିକ୍ସନଙ୍କ ଡ୍ୟାନ୍ସ କୌଶଳ ନେକ୍ସନଙ୍କୁ ବେଶ ପ୍ରଭାବିତ କରିଥିଲା। ଆଡିକ୍ସନ ମଧ୍ୟ ନେକ୍ସନଙ୍କ ଟ୍ରିକିଙ୍ଗ କୌଶଳର ଫ୍ୟାନ୍ ହୋଇଯାଇଥିଲେ।
ଏହାପରେ ନେକ୍ସନ ହେଳା ନକରି ଆଡିକ୍ସନଙ୍କ ଠାରୁ ଡ୍ୟାନ୍ସ ପ୍ରଶିକ୍ଷଣ ନେଇଥିଲେ। ଗୁରୁଙ୍କ ସହ ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଟିରେ ପରିଚୟ ହାସଲ କରିଥିଲେ ଓ ସମୟ ସମୟରେ ଡ୍ୟାନ୍ସ କରିଥିଲେ। ସେଠାରେ ନେକ୍ସନଙ୍କ ଡ୍ୟାନ୍ସ ଶୈଳୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଟିରେ ସେ ଉତ୍ତରାଖଣ୍ଡର ଜଣେ ଡ୍ୟାନ୍ସରଙ୍କ ସହ ପରିଚିତ ହେଲେ। ସେ ସେଠାରେ ନେପୋ ନାମରେ ପରିଚିତ ଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁ ଭାବେ ଗ୍ରହଣ କରିଥିଲେ ନେକ୍ସନ।
ଅଣ୍ଡରଗ୍ରାଉଣ୍ଡ କମ୍ୟୁନିଟିରେ ଡ୍ୟାନ୍ସ ନକରିବା ପର୍ଯ୍ୟନ୍ତ ସେ ସ୍ମୃତି ନାମରେ ପରିଚିତ ଥିଲେ। ଦୁଇ ଗୁରୁ ଆଡିକ୍ସନ ଓ ନେପୋଙ୍କ ନାମକୁ ମିଶାଇ ସେ ନିଜର ନୂଆ ନାମକରଣ କରିଥିଲେ ଓ ନେକ୍ସନ ନାମରେ ମଞ୍ଚକୁ ଓହ୍ଲାଇଥିଲେ।
ନେକ୍ସନଙ୍କ ବାପାଙ୍କ ଦେହାନ୍ତ ହୋଇ ସାରିଛି। ବଡ ଭାଇ ଏକଦା କ୍ରିକେଟ ଖେଳୁଥିଲେ ଓ ରଣଜୀ ଟ୍ରଫି ପାଇଁ ଓଡ଼ିଶା ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ। ବାପାଙ୍କ ଦେହାନ୍ତ ହେବାରୁ ଘରର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା ଓ ସେ ଖଳ ଛାଡ଼ି ଚାକିରୀ କରିଥିଲେ। ସାନ ଭାଇର ଇଛା ପୂରଣ କରିବା ତାଙ୍କର ପ୍ରଥମ ଦାୟିତ୍ୱ ଥିଲା।
Previous article : https://purvapaksa.com/morning-walk-for-healty-life/

