ଚୀନ୍ର ଶିନଜିୟାଙ୍ଗ ପ୍ରାନ୍ତରେ ରହିଛି ସବୁଠୁ ବଡ଼ ନିର୍ଜନ ମରୁଭୂମି ଟକଲାମକାନ। ମରୁଭୂମି ବାଲିରେ କିଛି ଯୁଦ୍ଧ ଜାହାଜ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ସାଟେଲାଇଟ୍ ଛବିରେ ରେଳ ଲାଇନ ଓ ନୌସେନା ବେସ୍ ମଧ୍ୟ ଦେଖିବାକୁ ମିଳିଛି। ସମୁଦ୍ରଠୁ ଶତାଧିକ କିମି ଦୂର ଏହି ମରୁଭୂମିରେ ଯୁଦ୍ଧଜାହାଜର କାମ କ’ଣ ? ଏହା ଚୀନ୍ର କୌଣସି ନୂଆ ରଣନୀତି ନୁହେଁ ତ!
ଗ୍ରୀଷ୍ମଋତୁରେ ଟକଲାମକାନ ମରୁଭୂମିର ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲ୍ସିୟସ । ଶୀତରେ ଏ ହାର ରାତି ତାପମାତ୍ରା ବିଯୁକ୍ତ ୨୦ ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚିଯାଏ। ବର୍ଷରେ ଏଠାରେ ୧୦୦ ମିଲିମିଟରରୁ ମଧ୍ୟ କମ୍ ବର୍ଷା ହୁଏ। ଏଠାରେ ମାନବ ବସତି ନାହିଁ, କେବଳ ବାଲି । କିନ୍ତୁ ଏହାର ସାଟେଲାଇଟ୍ ଫଟୋଗୁଡ଼ିକୁ ଜୁମ କଲେ, କିଛି ଆକୃତି ଦେଖିବାକୁ ମିଳୁଛି। ସାଟେଲାଇଟ୍ ଫଟୋରୁ ଏଠାରେ ଜାହାଜ ଭଳି ଆକୃତି ଦିଶୁଛି, ଯାହା ଉପରେ ର ନିର୍ମିତ ହୋଇଛି। ଏହା ସମୁଦ୍ର ଯୁଦ୍ଧରେ ବ୍ୟବହୃତ ବିମାନ-ବାହକ ଭଳି, ଯେଉଁଠୁ ଜେଟ୍ ଉଡ଼ାଣ ଭରିପାରିବେ ।
ଆଉ ଏକ ବିମାନ-ବାହକ ତଥା ଆକ୍ରମଣରେ ପ୍ରୟୋଗ ହେଉଥିବା ବିଧ୍ୱଂସକ ଜାହାଜ ବି ଦେଖିବାକୁ ମିଳିଛି । ଅନ୍ୟ ଫଟୋରେ ରନ୍ ମଧ୍ୟ ଦିଶୁଛି, ଯାହା ପ୍ରାୟ ୨ କିମି ଲମ୍ବା। ଏ ହାର ଦକ୍ଷିଣ ପାର୍ଶ୍ଵରେ ୨୦ରୁ ଅଧିକ ବିମାନ ପାର୍କ କରାଯାଇଛି। ଆମେରିକାର ଏକ ଘରୋଇ ମହାକାଶ ଟେକ୍ନୋଲୋଜି କମ୍ପାନି ସାଟେଲାଇଟ୍ରେ ଏହି ଦୃଶ୍ୟକୁ କଏଦ କରିଛି। ସମୁଦ୍ରଠୁ ଶହ ଶହ କିମି ଦୂରରେ ଲଢୁଆ ଜାହାଜର ଓ ଜେଟ୍ଗୁଡ଼ିକର କାମ କ’ଣ ହୋଇପାରେ ବୋଲି ଏହାକୁ ନେଇ ପ୍ରଶ୍ନ ଉଠିଛି।
ଆଶଙ୍କା ଯେ ଆମେରିକାକୁ କୌଣସି ପ୍ରକାର ଚକ୍ରମା ଦେବା ପାଇଁ ତା’ରି ଭଳି ଯୁଦ୍ଧଜାହାଜ ନିର୍ମାଣ କରୁଛି ଚୀନ୍ । ଏହାକୁ ଡିସେପ୍ସନ୍ ଓ୍ୱାର ଟେକ୍ନୋଲୋଜି କୁହାଯାଏ, ଯେଉଁଥିରେ ଶତ୍ରୁକୁ ନିଜ ଶକ୍ତିର ଭୁଲ ତଥ୍ୟ ଦିଆଯାଏ। ଶତ୍ରୁ ଫସିବା ପରେ ଅସଲି ଶକ୍ତି ପ୍ରଦର୍ଶନ କରି ତାକୁ ହରାଇ ଦିଅଯାଏ। ଆମେରିକା ନାଭାଲ ଇନ୍ଷ୍ଟିଚ୍ୟୁଟ୍ ଏହି ଫଟୋ ଜାରି କରିଛି । ଏହା ଅନୁସାରେ, ଚୀନ୍ର ମରୁଭୂମିରେ ଥିବା ଜେଟ୍ ଓ ଅସଲି ନୁହେଁ ବରଂ ଡମି ବା ନକଲ । ଆମେରିକୀୟ ଆର୍ମି ମଧ୍ୟ ଏହା ସ୍ଵୀକାର କରେ ଯେ ଶତ୍ରୁର ଧ୍ୟାନ ହଟାଇବା ପାଇଁ ଏ ପ୍ରକାର ଡମି ଅସ୍ତ୍ର ଚୀନ୍ ପ୍ରସ୍ତୁତ କରୁଛି, ଯାହା ଦୂରରୁ ଅସଲି ଭଳି ଦିଶୁଛି।
ଚୀନ୍ ୨ୟ ବିଶ୍ୱଯୁଦ୍ଧ, ୧୯୫୦ର କୋରିଆ ଯୁଦ୍ଧ, ସୈନ୍ୟ ଅଭ୍ୟାସରେ ମଧ୍ୟ ଏହି ଟେକ୍ନୋଲୋଜି ପ୍ରୟୋଗ କରି ଶତ୍ରୁକୁ ଚକ୍ରମା ଦେଇଛି। ଏଥିରେ ନକଲି ଅସ୍ତ୍ର ଦେଖାଇବା, ନକଲି ଢାଞ୍ଚା ଓ ନକଲି ସେନାର ଗତିବିଧି ପ୍ରଦର୍ଶନ ଆଦି ସାମିଲ।
ALSO READ https://purvapaksa.com/employees-to-work-48-hours-a-week/
