BSNL ୟୁଜର୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ୭୭ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ସଂଚାର ନିଗମ ଲିମିଟେଡ୍ (BSNL) ତାଙ୍କ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି। ଏହି ନୂଆ ପ୍ଲାନର ନାମ Bharat Connect 2626 Mobile Prepaid Plan ରଖାଯାଇଛି, ଯାହା ଗଣତନ୍ତ୍ର ଦିବସ ଅଫର ଭାବରେ ଆଣାଯାଇଛି।
ଏହି ପ୍ଲାନର ମୂଲ୍ୟ ୨,୬୨୬ ଟଙ୍କା ଏବଂ ଏହାର ଭାଲିଡିଟି ୩୬୫ ଦିନ, ଅର୍ଥାତ୍ ପୂରା ଗୋଟିଏ ବର୍ଷ। BSNL କହିଛି ଯେ, ଏହି ପ୍ଲାନ୍ ଖାସ୍ କରି ସେହି ୟୁଜର୍ସମାନଙ୍କ ପାଇଁ ଯେଉଁମାନେ ଦୀର୍ଘମିଆଦି ପ୍ଲାନ୍ ଚାହୁଁଛନ୍ତି ଓ କମ୍ ଖର୍ଚ୍ଚରେ ଅଧିକ ଲାଭ ଉଠାଇବାକୁ ଚାହୁଁଛନ୍ତି ।
ଦୈନିକ ୭.୧୯ ଟଙ୍କା ଖର୍ଚ୍ଚରେ ପୂରା ବର୍ଷର ସୁବିଧା

୨୬୨୬ ଟଙ୍କାର ଏହି ଆନୁଆଲ୍ ପ୍ଲାନ୍ରେ ପ୍ରତିଦିନ ଖର୍ଚ୍ଚ ହିସାବ କଲେ ମାତ୍ର ୭.୧୯ ଟଙ୍କା ପଡ଼ୁଛି, ଯାହା ଅନ୍ୟ ଟେଲିକମ୍ କମ୍ପାନୀଙ୍କ ପ୍ଲାନ୍ ତୁଳନାରେ ବହୁତ କମ୍। ଏହି ପ୍ଲାନ୍ରେ ୟୁଜର୍ସମାନେ ପାଇବେ ଦୈନିକ ୨.୬GB ହାଇସ୍ପିଡ୍ ଡାଟା । ଅର୍ଥାତ୍ ଗୋଟିଏ ବର୍ଷରେ ମୋଟ ୯୪୯GB ଡାଟା ବ୍ୟବହାର କରିପାରିବେ ।
ଦୈନିକ ଡାଟା ଲିମିଟ୍ ସରିଯିବା ପରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ହେବ ନାହିଁ । ୟୁଜର୍ସମାନେ 40 Kbps ସ୍ପିଡ୍ରେ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ।
ଅନଲିମିଟେଡ୍ କଲିଂ ଓ SMS ସୁବିଧା

Bharat Connect 2626 ପ୍ଲାନ୍ରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ ଭଏସ୍ କଲିଂ ସୁବିଧା ମିଳିବ। ଦେଶର କୌଣସି ନେଟୱର୍କକୁ କଲ୍ କରିବା ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏଥିସହିତ, ପ୍ରତିଦିନ ୧୦୦ଟି SMS ମାଗଣାରେ ମିଳିବ।
କେବେ ଯାଏଁ ମିଳିବ ଏହି ଅଫର?
BSNL ର ଏହି ଗଣତନ୍ତ୍ର ଦିବସ ଅଫର ୨୪ ଜାନୁଆରୀ ୨୦୨୬ ରୁ ଆରମ୍ଭ ହୋଇଛି ଏବଂ ୨୪ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍ ୟୁଜର୍ସମାନଙ୍କ ପାଖରେ ଏହି ପ୍ଲାନ୍ ନେବା ପାଇଁ ପ୍ରାୟ ଗୋଟିଏ ମାସର ସମୟ ରହିଛି।
BSNL ର ଅନ୍ୟ ୩୬୫ ଦିନିଆ ପ୍ଲାନ୍
ଏହି ନୂଆ ୨୬୨୬ ଟଙ୍କା ପ୍ଲାନ୍ ସହିତ BSNL ଏବେ ମୋଟ ୩ଟି ଆନୁଆଲ୍ ପ୍ଲାନ୍ ପ୍ରଦାନ କରୁଛି—
୨୩୯୯ ଟଙ୍କା ପ୍ଲାନ୍:
୩୬୫ ଦିନ ଭାଲିଡିଟି, ଦୈନିକ ୨.୫GB ଡାଟା, ଅନଲିମିଟେଡ୍ କଲିଂ ଏବଂ ୧୦୦ SMS।
୨୭୯୯ ଟଙ୍କା ପ୍ଲାନ୍:
୩୬୫ ଦିନ ଭାଲିଡିଟି, ଦୈନିକ ୩GB ଡାଟା, ଅନଲିମିଟେଡ୍ କଲିଂ ଓ ୧୦୦ SMS।
BSNL ୟୁଜର୍ସମାନଙ୍କ ପାଇଁ ଏହି ନୂଆ ପ୍ଲାନ୍ ଏକ ବଡ଼ ସୁଯୋଗ ବୋଲି କୁହାଯାଉଛି।
also read https://purvapaksa.com/2026-padma-awards/


