ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବାରକୋଡ ଓ ୱାଟରମାର୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏଥର ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ରରେ ୱାଟରମାର୍କ ଓ ବାର କୋଡ୍ ବ୍ୟବହାର ପାଇଁ ଅନୁମତି ଦେଇସାରିଛି। ଦେଶରେ ପ୍ରଶ୍ନପତ୍ର ଛାପିଥିବା ବିଭିନ୍ନ ଏଜେନ୍ସିକୁ ଅଧ୍ୟୟନ କରି ମାଧ୍ୟମିକ ଶିକ୍ଷା ପରିଷଦ ୱାଟରମାର୍କ ବ୍ୟବସ୍ଥା ପ୍ରସ୍ତୁତ କରିଛି।
ଜାନୁଆରି ୧୭ତାରିଖରେ ପରୀକ୍ଷାମୂଳକ ଭାବେ ହେବାକୁ ଥିବା ଓଏସ୍ ଏସ୍ ଟିଇଟି ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ଏହି ୱାଟରମାର୍କ ବ୍ୟବହାର ହୋଇସାରିଛି।
ବୋର୍ଡ ର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ କୁ ରୋକିବା ୱାଟରମାର୍କ ବ୍ୟବହାର କରିବା ସେମାନଙ୍କର ଲକ୍ଷ୍ୟ ।
Also read https://purvapaksa.com/puri-jagannath-temple-will-be-closed-for-5-hours-tomorrow/

