ବିଶ୍ୱ ସହିତ ଭାରତରେ ମଧ୍ୟ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଏପରି ଏକ ରୋଗ ଯାହାକୁ ଠିକ୍ ସମୟରେ ଚିହ୍ନଟ କରା ନ ଗଲେ ଚିକିତ୍ସା କରିବା କଷ୍ଟକର ହୋଇଯାଏ । ୨୦୨୩ରେ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ବ୍ରାଜିଲ, ରୁଷିଆ, ଭାରତ, ଚାଇନା, ଦକ୍ଷିଣ ଆଫ୍ରିକାରେ କର୍କଟ ରୋଗ, ମୃତ୍ୟୁ ଏବଂ ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ କୁ ଦର୍ଶାଉଥିବା ଅଧ୍ୟୟନକ’ଣ କହୁଛି । କ୍ୟାନସର ଏପିଡେମିଓଲୋଜିରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ମୋଟ କର୍କଟ ମୃତ୍ୟୁର ୨୦ ପ୍ରତିଶତ ବ୍ରିକ୍ସ ଦେଶମାନଙ୍କ ଯୋଗୁଁ ହୋଇଥାଏ ।ଏହି ଗବେଷଣାରୁ ଜଣାପଡିଛି ଯେ କର୍କଟ କେତେ ସାଧାରଣ, ଏହା କେତେ ମୃତ୍ୟୁର କାରଣ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର କେତେ ପ୍ରଭାବ ପଡିଥାଏ । ଏହି ଗବେଷଣାରୁ ଜଣାପଡିଛି ଯେ କର୍କଟ କେତେ ସାଧାରଣ, ଏହା କେତେ ମୃତ୍ୟୁର କାରଣ ହୋଇଥାଏ ଏବଂ ସାଧାରଣ ଲୋକଙ୍କ ଜୀବନ ଉପରେ ଏହାର କେତେ ପ୍ରଭାବ ପଡିଥାଏ ।
ଆମ ଦେଶରେ ମହିଳାମାନେ ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଯଥା ସମ୍ଭବ ଯତ୍ନବାନ୍ ରୁହନ୍ତି। ସ୍ତ୍ରୀଟିଏ ଯେତେ ବ୍ୟସ୍ତବହୁଳ ସମୟ ଦେଇ ଯାଉ ପଛେ, ଘରେ କାହାର ଦେହ ଖରାପ ଥିଲେ ସଠିକ୍ ସମୟ ଓ ଅନୁପାତରେ ଔଷଧ ଦେବାକୁ ଭୁଲେ ନାହିଁ। ସମସ୍ତଙ୍କ ଦାୟିତ୍ୱ ଭିତରେ କେତେବେଳେ ସେ ନିଜେ ନିଜକୁ ଅଣଦେଖା କରି ଭିତରେ ଭିତରେ ଛୋଟ ରୋଗଟିକୁ ବଢ଼ିବାର ସୁଯୋଗ ଦିଏ, ସେ ଜାଣିପାରେ ନାହିଁ। ଅନେକ ଏମିତି ଲକ୍ଷଣ ଯାହା ବିଷୟରେ ସେ କାହା ଆଗରେ ଖୋଲି କହିପାରେ ନାହିଁ, ତାହା ପର ମୂହୂର୍ତ୍ତରେ ତାକୁ ମୃତ୍ୟୁ ପର୍ଯ୍ୟନ୍ତ ନେଇଯିବାର କ୍ଷମତା ରଖେ। ଆପଣ ଯଦି ଜଣେ ମହିଳା ତେବେ ଏହା ପଢ଼ି ଠିକ୍ ବୁଝି ପାରୁଥିବେ ମୁଁ କେଉଁ ଅସୁବିଧା ବିଷୟରେ କହୁଛି। ତେବେ ଆସନ୍ତୁ ଡାକ୍ତରଙ୍କ ଆଗରେ ମନଖୋଲି ମହିଳାମାନେ କଥାହେବାକୁ ସଂକୋଟକରୁଥିବା ଏକ ବ୍ୟାଧି ସ୍ତନ କର୍କଟ ବିଷୟରେ ଆଜି କଥା ହେବା।
ଅଳ୍ପ ଅଳ୍ପ କରି ବାରମ୍ବାର ଖାଇବା, ଭଲ ପରିବେଶରେ ରନ୍ଧନ କରିବା, ଦିନକୁ 8-12ଗ୍ଲାସ୍ ପାଣି ପିଇବା, ଆଦି ଅଭ୍ୟାସ ରଖିଲେ କ୍ୟାନସରରୁ ଦୂରେଇ ରହିବେ। ତେବେ ଯଦି ଉପରୋକ୍ତ କୌଣସି ଲକ୍ଷଣ ଦେଖାଯାଏ ଆପଣ ଡାକ୍ତରଙ୍କ ପରମର୍ଶ କରି ମାମୋ ଗ୍ରାଫ୍ କରେଇନିଅନ୍ତୁ। ଏହା ସ୍ତନର ଏକ ପ୍ରକାର ଏକ୍ସ ରେ ପରି। ଏହା ପରେ ଯଦି କୌଣସି କର୍କଟ କୋଷ ବଢ଼ିବା ପରି ଲାଗିଲା ତେବେ ଡାକ୍ତର ଆପଣଙ୍କୁ ବାୟୋପ୍ସି କରିବାକୁ କହିବେ ଏବଂ ରିପୋର୍ଟ ଆସିବା ପରେ କେମୋ କିମ୍ୱା ପରବର୍ତ୍ତୀ ଚିକିତ୍ସା କରିବାକୁ କହିବେ। ତେବେ ପ୍ରଥମ ଷ୍ଟେଜ୍ରେ ଜଣାପଡ଼ିଗଲେ ରେଗୀର ବଞ୍ଚିବା ଆଶା ବଢ଼ିଯାଏ।
ସ୍ତନ କର୍କଟ ଅନ୍ୟ କର୍କଟ ରୋଗ ପରି। ସ୍ତ୍ରୀଲୋକମାନେ ଏହାର ଲକ୍ଷଣ ଦେଖି ତୁରନ୍ତ ଡାକ୍ତର ଦେଖାନ୍ତୁ ଯାହା ଫଳରେ ଖୁବ୍ ଆରମ୍ଭ ପର୍ଯ୍ୟାୟରେ ଏହାକୁ ଏଡାଇ ଦିଆଯିବ। ଆପଣ ଯଦି ତିରିଶ ବର୍ଷରୁ ଉର୍ଦ୍ଧ୍ୱ ମହିଳା ତେବେ ନିୟମିତ ସ୍ତନର ଅନିୟମିତ ଆକାର ବୃଦ୍ଧି କିମ୍ୱା କୌଣସି ଗଣ୍ଠି ପରି ଲାଗିଲେ ସତର୍କ ରୁହନ୍ତୁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶରେ ମାମୋଗ୍ରାଫ୍ କରିବାକୁ ହୁଏ, ଯାହା ଦ୍ୱାରା ଆପଣଙ୍କ ସ୍ତନରେ କୌଣସି କ୍ଷତିକାରକ ଅନିୟମିତତା ଲକ୍ଷ କରାଯାଇପାରିବ।
ଏହି ସ୍ଥିତି ଅନୁଯାୟୀ ଡାକ୍ତର ବାୟୋପ୍ସି ପାଇଁ ପରାମର୍ଶ ଦିଅନ୍ତି।ଏହାର ଚିକିତ୍ସା ପାଇଁ କୌଣସି ସ୍ଥାୟୀ ଚିକିତ୍ସା ପଦ୍ଧତି ବାହାରିନଥିଲେ ମଧ୍ୟ କେତେକ ଉପାୟରେ ଏହି କ୍ୟାନସର ପ୍ରସାର କରୁଥିବା କୋଷଗୁଡ଼ିକୁ ମାରିବାର ବାଟ ରହିଛି। ଯେପରିକି ପ୍ରଭାବିତ ଅଂଶକୁ ସମ୍ପୂର୍ଣ୍ଣ କାଟି କାଢ଼ିନେବା, କେମୋ ଥେରାପି, ବିକିରଣ ଥେରାପି ଇତ୍ୟାଦି। ତେବେ ଏଗୁଡ଼ିକ 100 ପ୍ରତିଶତ ଭଲ ହେବାର ଗ୍ୟାାରେଣ୍ଟି ଦେଇନଥାଏ। ଏଣୁ ସମୟ ରହିବାବେଳୁ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।
ତେବେ ସ୍ତନ କର୍କଟ ବିଷୟରେ ଏତେ ଆଲୋଚନା କଣ ପାଇଁ। କାରଣ ଅନ୍ୟ କ୍ୟାନସର ପରି ଏହା ଆରମ୍ଭରୁ ବେଳେବେଳେ ଜଣାପଡ଼େ ନାହିଁ, ଏବଂ ଏପରି ଛୋଟ ଛୋଟ ଲକ୍ଷଣକୁ ସ୍ତ୍ରୀମାନେ ଅଣଦେଖା କରିବା ଦ୍ୱାରା ରୋଗ ଅଧିକ ବଢ଼ିବା ପରେ ହିଁ ଜଣାପଡ଼େ। ଏଣୁ ଏହା ପରିଶେଷରେ ମୃତ୍ୟୁକୁ ଡାକିଆଣେ। ଏଣୁ ଆପଣମାନଙ୍କ ମଧ୍ୟରେ ଯଦି କାହାର ସ୍ତନରେ କୌଣସି ସାମାନ୍ୟ ପରିବର୍ତ୍ତନ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ସାଧାରଣ ଭାବେ ଆଜିକାଲିର ଅତ୍ୟଧିକ ଛଣା ଖାଦ୍ୟ, ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ଜଙ୍କ୍ ଫୁଡ୍ ଆଦି ଖାଦ୍ୟ ତଥା ଆମମାନଙ୍କ ଶୋଇବାର ଓ ଅନ୍ୟାନ୍ୟ କାର୍ଯ୍ୟକଳାପର ଅନିୟମିତତା ଯୋଗୁଁ କ୍ୟାନସର ସୃଷ୍ଟି କରୁଥିବା ସେଲ ବା କାର୍ସିନୋଜେନିକ ସେଲ୍ସ ତିଆରି ହେବା ସହଜ ହେଉଛି।
ବିଶେଷ କରି ଆଜିର କର୍ମଜୀବି ମହିଳାମାନେ ଛୁଆଟିଏ ଜନ୍ମ ହେବା ପରେ ସ୍ତନ୍ୟପାନ କରାଇବାକୁ କୁଣ୍ଠାବୋଧ କରୁଛନ୍ତି। କେତେକ କର୍ମଜୀବି ମହିଳା ସମୟ ଅଭାବରୁ ବାହାରର ଫର୍ମୁଲା ମିଲ୍କ ଦେବାକୁ ଉଚିତ୍ ଭାବୁଛନ୍ତି। ତେବେ ଏସବୁ ଦ୍ୱାରା ଛୁଆର ତ ଭୋକ ମେଣ୍ଟିଯାଏ, ହେଲେ ଆମର ଶାରୀରିକ ହରମୋନ୍ ତଥା ସ୍ତନ୍ୟ ଉତ୍ପାଦନ ପ୍ରକ୍ରିୟା ବ୍ୟାଘାତ ହୁଏ। ଏହା ପରବର୍ତ୍ତୀ ସମୟରେ କ୍ୟାନସରକୁ ଆମନ୍ତ୍ରଣ କରେ।