ଆଜିକାଲି ଦୈନନ୍ଦିନ ଜୀବନରେ ଖାଦ୍ୟ ଓ ପାନୀୟ ବିକଳ୍ପରେ ଅନେକ ଭୁଲ୍ ଅଭ୍ୟାସ ଆମର ହାଡକୁ ଦୁର୍ବଳ କରୁଛି । ପ୍ରତ୍ୟେକ ୫ ଜଣରେ ୧ ଜଣ ହାଡ ଦୁର୍ବଳତା ସମସ୍ୟାରେ ଶିକାର ହେଉଛନ୍ତି । ପୂର୍ବରୁ ଏହି ସମସ୍ୟା ମୁଖ୍ୟତଃ ବୟସ୍କ ଲୋକଙ୍କ ପାଇଁ ସୀମିତ ଥିଲା, କିନ୍ତୁ ଏବେ ଏହା ଯୁବ ପିଢ଼ିରେ ମଧ୍ୟ ଦେଖାଯାଉଛି । ଡାକ୍ତରମାନେ ହାଡକୁ ଶକ୍ତିଶାଳୀ ରଖିବା ପାଇଁ ପ୍ରମୁଖ ତତ୍ତ୍ୱ ହେଉଛି କ୍ୟାଲସିୟମ୍ ଓ ଭିଟାମିନ୍ ଡି। ଏହି ଦୁଇ ତତ୍ତ୍ୱ ଯଦି ଅପର୍ଯ୍ୟାପ୍ତ ରହେ, ତେବେ ଆଣ୍ଠୁ ଗଣ୍ଠି ଦରଜ, ହାଡ ଦୁର୍ବଳତା ଏବଂ ବିଭିନ୍ନ ହାଡ ସମସ୍ୟା ଘଟିପାରେ।
ଅଧିକ ଲୁଣ ଖାଇବାର ପ୍ରଭାବ:
ଲୁଣ ଖାଦ୍ୟର ସ୍ୱାଦ ବଢାଇଥାଏ, କିନ୍ତୁ ଅଧିକ ଲୁଣ ହାଡକୁ ଦୁର୍ବଳ କରେ । ଲୁଣରେ ସୋଡିୟମ ଅଧିକ ଥାଏ, ଯାହା ଦେହରୁ ୟୁରିନ୍ ମାଧ୍ୟମରେ କ୍ୟାଲସିୟମ ବାହାରକୁ କରିଦିଏ । ଫଳସ୍ୱରୂପ ହାଡର ଶକ୍ତି ହ୍ରାସ ପାଏ ।
ଚକଲେଟ୍:
ଛୋଟ କିମ୍ବା ବଡ ଚକଲେଟ୍ ସମସ୍ତଙ୍କ ପ୍ରିୟ । କିନ୍ତୁ ଅତ୍ୟଧିକ ଚକଲେଟ୍ ସୁଗାର ଓ ଓକ୍ସୋଲେଟ ମାତ୍ରା ବଢ଼ାଇଥାଏ, ଯାହା ଶରୀରରେ କ୍ୟାଲସିୟମ ପ୍ରବେଶକୁ ବାଧା ଦେଇ ହାଡକୁ ଦୁର୍ବଳ କରେ ।
ମଦ:
ଅଧିକ ଲୋକ ମଦ ପିଇବା ଅଭ୍ୟାସରେ ଲାଗିଥାନ୍ତି । ମଦ ପିଇଲେ ଶରୀରରେ କ୍ୟାଲସିୟମ ହ୍ରାସ ପାଏ, ଯାହା ହାଡକୁ ଦୁର୍ବଳ କରେ।
କୋଲ୍ଡ ଡ୍ରିଙ୍କ୍ସ:
କୋଲ୍ଡ ଡ୍ରିଙ୍କ୍ସରେ କାର୍ବନ ଡାଇଅକ୍ସାଇଡ୍ ଓ ଫସଫରସ୍ ଥାଏ, ଯାହା ହାଡକୁ ଦୁର୍ବଳ କରି ଆହୁରି ସମସ୍ୟା ଘଟାଏ।
ଚା ଓ କଫି:
ଅଧିକ ଚା କିମ୍ବା କଫି ମଧ୍ୟ ହାଡର ଶକ୍ତି କମାଇପାରେ। ଏହାର କ୍ୟାଫିନ୍ ଶରୀରରେ ଅଧିକ ଥିଲେ କ୍ୟାଲସିୟମ ଶୋଷଣ କମିଯାଏ।
ହାଡ ଦୁର୍ବଳତାକୁ ରୋକିବା ପାଇଁ ଆବଶ୍ୟକ ହେଉଛି ସମତୋଳିତ ଖାଦ୍ୟ, ଯାହାରେ କ୍ୟାଲସିୟମ୍ ଓ ଭିଟାମିନ୍ ଡି ପର୍ଯ୍ୟାପ୍ତ ଥାଏ। ଅତିରିକ୍ତ ଲୁଣ, ଚକଲେଟ୍, ମଦ, କୋଲ୍ଡ ଡ୍ରିଙ୍କ୍ସ, ଚା ଓ କଫିରେ ନିୟମ ରଖିବା ଆବଶ୍ୟକ। ଏହା ଦୈନନ୍ଦିନ ଜୀବନର ହାଡ ଶକ୍ତି ଏବଂ ସ୍ୱାସ୍ଥ୍ୟର ଲାଭକାରୀ।
also read https://purvapaksa.com/amishapatel/


