ନୋରା ଫତେହି ଜଣେ କାନାଡିଆନ, ମଡେଲ,ଅଭିନେତ୍ରୀ ଏବଂ ଗାୟିକା ଯିଏ କି ଭାରତୀୟ ଚଳଚ୍ଚିତ୍ର ଜଗତରେ ତାଙ୍କର କାମ ପାଇଁ ଜଣାଶୁଣା । ନୋରା ଫତେହି ମୋରୋକ୍କୋ କାନାଡିଆନ ପରିବାରରୁ ଆସିଥିଲେ ଏବଂ କାନାଡାରେ ଜନ୍ମ ଗ୍ରହଣ କରିଥିଲେ ।
ନୋର ଫତେହୀ ଟେମ୍ପର ଏବଂ କିକ୍-୨ ଭଳି ଚଳଚ୍ଚିତ୍ରରେ ନିଜର ସ୍ୱତନ୍ତ୍ର ଅଭିନୟ ଗୀତ ପାଇଁ ତେଲୁଗୁ ଚଳଚ୍ଚିତ୍ରରେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ଦୁଇଟି ମାଲାୟାଲମ ଚଳଚ୍ଚିତ୍ର ଡବଲ ବ୍ୟାରେଲ ଏବଂ କାୟାମ୍କୁଲମ କୋଚୁନ୍ନିରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୫ରେ ଫତେହି ରିଆଲିଟି ଟେଲିଭିଜନ ଶୋ’ ବିଗ୍ ବସ୍ ରେ ପ୍ରତିଯୋଗୀଭାବେ ଭାଗ ନେଇଥିଲେ। ୨୦୧୬ରେ ସେ ରିଆଲିଟି ଟେଲିଭିଜନ ଡ୍ୟାନ୍ସ ସୋ’ ଝଲକ ଦିଖଲା ଜା ରେ ଭାଗ ନେଇଥିଲେ । ସେ ବଲିଉଡ ଚଳଚ୍ଚିତ୍ର ସତ୍ୟମେବ ଜୟତେ ରେ ନଜର ଆସିଥିଲେ ଯେଉଁଠାରେ ସେ “ଦିଲବର” ଗୀତର ପୁନଃନିର୍ମିତ ସଂସ୍କରଣରେ ଅଭିନୟ କରିଥିଲେ ଏବଂ ଗୀତଟି ରିଲିଜ୍ ହେବାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୨୦ ନିୟୁତ ଭ୍ୟୁଜ୍ ଅତିକ୍ରମ କରିଥିଲା, ଯାହା ଭାରତରେ ଏତେ ସଂଖ୍ୟା ହାସଲ କରିବାରେ ପ୍ରଥମ ହିନ୍ଦୀ ଗୀତ ଥିଲା । ସେ ମରୋକ୍କୋହି-ହପ୍ ଗ୍ରୁପ୍ ଫନେର ସହିତ ମିଶି ଦିଲବରର ଆରବୀ ସଂସ୍କରଣ ମୁକ୍ତିଲାଭ କରିଥିଲେ।
ଜାଣନ୍ତୁ ନୋରା ଫତେହିଙ୍କ ସମ୍ପୂର୍ଣ୍ଣ ଫିଟନେସ୍ ରହସ୍ୟ କ’ଣ ରହିଛି
ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ନିଜ ଦମରେ ଡାନ୍ସ ସହିତ ଫିଟନେସ ପାଇଁ ମଧ୍ୟ ଖୁବ ପରିଚିତ ଅଟନ୍ତି । ତାଙ୍କର କର୍ଭି ଫିଗର ବଲିଉଡ୍ ଅଭିନେତ୍ରୀଙ୍କ ଫିଟନେସକୁ ମାତ୍ ଦେଇଥାଏ । ଯଦି ଆପଣ ମଧ୍ୟ ନୋରା ଫତେହିଙ୍କ ଭଳି ଫିଟ୍ ଦେଖାଯିବାକୁ ଚାହୁଁଛନ୍ତି ଏବଂ ଏକ କର୍ଭି ଫିଗର ପାଇବାକୁ ଚାହୁଁଛନ୍ତି, ତେବେ ଏଠାରେ ତାଙ୍କ ଫିଟନେସ୍ ରହସ୍ୟ ରହିଛି।
ନୋରା ଫତେହି ନିଜର ଚମତ୍କାର ଡ୍ୟାନ୍ସ ମୁଭ୍ ସହ ଏବଂ ନୃତ୍ୟ ପ୍ରତିଭା ଦ୍ୱାରା ବଲିଉଡର ସମସ୍ତ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଉଛନ୍ତି । ନୋରା ଫତେହି ଫିଟନେସ୍ ଦୃଷ୍ଟିରୁ ସମସ୍ତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ।
ନୋରା ନିୟମିତ ପ୍ରାଣାୟାମ ଏବଂ ବ୍ୟାୟାମ ସହ ନିଜର କର୍ଭି ଏବଂ ଟୋଣ୍ଡ ଫିଗରକୁ ବଜାୟ ରଖନ୍ତି । ନୋରା ଫତେହି ବିଶ୍ୱାସ କରନ୍ତି ଯେ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ବ୍ୟାୟାମ କରିବା ସହିତ ସେ ଧ୍ୟାନ ଓ ଆଧ୍ୟାତ୍ମିକତାରେ ମଧ୍ୟ ବିଶ୍ୱାସ କରନ୍ତି।ନୋରା ଫତେହି ପିଲେଟ୍ସ, ଓଜନ ଉଠାଣ, ସ୍କ୍ୱାଟ୍ସ, ପୁଲୁପ୍ସ, ପୁଶୁପ୍ ଏବଂ ବୁର୍ପିସ୍ ଇତ୍ୟାଦି କରିବାକୁ ପସନ୍ଦ କରନ୍ତି । କ୍ୟାଲୋରୀ ପାଇଁ ସେ ଓଜନ ପ୍ରଶିକ୍ଷଣ ଏବଂ ଶକ୍ତି ପ୍ରଶିକ୍ଷଣ କରିବାକୁ ମଧ୍ୟ ପସନ୍ଦ କରନ୍ତି ।ନୋରା ଖାଦ୍ୟପେୟ କୁ ନେଇ ବିଶେଷ ଧ୍ୟାନ ଦିଅନ୍ତି ।
ବାହାରେ କିଛି ଖାଇବା ପରିବର୍ତ୍ତେ ଘରେ ରନ୍ଧା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଜଳଖିଆରେ ନୋରା ଫଳ, ସାଲାଡ୍, ବ୍ରାଉନ୍ ବ୍ରେଡ୍ ଓ ବାଦାମ କ୍ଷୀର ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି। ନୋରା ଫତେହି ନିଜର ଦାମଦାର ଫିଗର ସହିତ ବଲିଉଡରେ ବେଶ ପରିଚିତ। ନୋରା ମଧ୍ୟାହ୍ନ ଭୋଜନରେ ଚିକେନ୍, ତାଜା ପନିପରିବା ଏବଂ ଭାତ ଖାଆନ୍ତି। ଏଥିସହିତ ରାତ୍ରି ଭୋଜନରେ ସେ ମସଲା ଆଳୁ, ବ୍ରୋକୋଲି, ଚିକେନ୍ ଓ ଡାଲି ଆଦି ଖାଇବାକୁ ପସନ୍ଦ କରନ୍ତି।
Also readhttps://purvapaksa.com/almond-helps-control-daibetes/