Rahul Gandhi Vietnam Visit: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକପ୍ରକାଶ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି। ତାଙ୍କ ସ୍ମାରକୀକୁ ନେଇ ରାଜନୈତିକ ହଙ୍ଗାମା ଜାରି ରହିଛି। ସେପଟେ ରାହୁଲ ଗାନ୍ଧି ବିଦେଶ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି କହିଛି ଯେ ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଯାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକପ୍ରକାଶ କରୁଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି।
କଂଗ୍ରେସ ଦଳ ଉପରେ ବିଜେପିର ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗୋଟିଏ ଦିନ ପୂର୍ବରୁ ବିଜେପି କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ଉପରେ ମନମୋହନ ସିଂହଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲା। ମନମୋହନ ସିଂହଙ୍କ ଅସ୍ଥି ବିସର୍ଜନରେ ଗାନ୍ଧି ପରିବାରର କୌଣସି ସଦସ୍ୟ ଯୋଗ ଦେଇନଥିଲେ। ମନମୋହନ ସିଂହଙ୍କ ଅସ୍ଥି ଶନିବାର ଦିନ ଦିଲ୍ଲୀର ଯମୁନା ନଦୀରେ ବିସର୍ଜନ କରାଯାଇଥିଲା। ତେବେ ମନମୋହନ ସିଂହଙ୍କ ପରିବାରର ଗୋପନୀୟତାକୁ କଂଗ୍ରେସ ଦର୍ଶାଇଛି।
କ’ଣ କହିଲେ ଅମିତ ମାଲବ୍ୟ ?
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ଗୋଟିଏ ପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ସମଗ୍ର ଦେଶ ଶୋକାକୁଳ ଥିବାବେଳେ ଅନ୍ୟପଟେ ରାହୁଲ ଗାନ୍ଧୀ ନୂଆବର୍ଷ ପାଳନ ପାଇଁ ଭିଏତନାମ ଯାଇଛନ୍ତି। ଗାନ୍ଧି ଓ କଂଗ୍ରେସ ଶିଖମାନଙ୍କୁ ଘୃଣା କରନ୍ତି। ଏହା କେବେବି ଭୁଲିବା ଉଚିତ ନୁହେଁ ଯେ ଇନ୍ଦିରା ଗାନ୍ଧୀ ଦରବାର ସାହିବକୁ ଅପମାନିତ କରିଥିଲେ।
କ’ଣ ସ୍ପଷ୍ଟୀକରଣ ଦେଲା କଂଗ୍ରେସ?
ସେପଟେ ବିଜେପିର ଅଭିଯୋଗକୁ ସ୍ପଷ୍ଟ କରିଛି କଂଗ୍ରେସ। କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧି ବିଦେଶ ଗସ୍ତରେ ଯାଇଛନ୍ତି ଏବଂ ଗୋପନୀୟତା ସହ ଜଡ଼ିତ ମାମଲାରେ କାହାର କୌଣସି ଅସୁବିଧା ହେବା ଉଚିତ ନୁହେଁ। କଂଗ୍ରେସ ସାଂସଦ ମାଣିକକମ ଟାଗୋର କହିଛନ୍ତି, ସଂଘବାଦ କେବେ ଏହି ବିଭ୍ରାନ୍ତି ରାଜନୀତିକୁ ରୋକିବ? ଯମୁନା କୂଳରେ ଡକ୍ଟର ସାହେବଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଜୀ ଯେପରି ଜାଗା ଦେବାକୁ ମନାକଲେ ଏବଂ ତାଙ୍କ ମନ୍ତ୍ରୀମାନେ ଡାକ୍ତର ସାହେବଙ୍କ ପରିବାରକୁ ଯେଉଁଭଳି ଭାବେ ଘେରିଲେ ତାହା ଲଜ୍ଜାଜନକ। ଯଦି ରାହୁଲ ଗାନ୍ଧି ଏକ ଘରୋଇ ଗସ୍ତରେ ଯାଆନ୍ତି, ତେବେ ଆପଣଙ୍କର କ’ଣ ଅସୁବିଧା ଅଛି? ନୂଆ ବର୍ଷରେ ଆପଣଙ୍କ ମନ ଠିକ୍ ହେଉ।
ଆଫଗାନିସ୍ତାନ ଉପରେ ଭାରତ ଭଳି ସର୍ଜିକାଲ ଷ୍ଟ୍ରାଇକ୍ କରିବାକୁ ବାହାରିଥିଲା ପାକିସ୍ତାନ, ଓଲଟା ପଡ଼ିଗଲା ବାଜି
