ସରକାରୀ ଜମିକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ବୋମାମାଡ଼ ମାମଲାରେ ଭରତପୁର ଥାନା ପୁଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଅଞ୍ଚଳର ଏଲ୍ ଜଗନ୍ନାଥ ରାଓ (୨୩) ଓ ସ୍ମୃତି ରଂଜନ ଦାସ (୩୯)। ଆଜିର ଗିରଫକୁ ମିଶାଇ ପୁଲିସ ଏ ଯାଏଁ ୫ଜଣଙ୍କୁ ଗିରଫ କରିଛି। ହେଲେ ଏବେ ବି ବହୁ ଅଭିଯୁକ୍ତ ଫେରାର୍ ଅଛନ୍ତି । ପୂର୍ବରୁ ପୁଲିସ ଗୋଟିଏ ଗୋଷ୍ଠୀର ପ୍ରଫୁଲ୍ଲ ଦାସ ଓରଫ କାବୁଲି ଓ ଅନ୍ୟ ଗୋଷ୍ଠୀର ଅମିୟ ପ୍ରସାଦ ଛୋଟରାୟ ଓରଫ ଶିବୁନା ଓ ବିଜୟ କୁମାର ବାରିକକୁ ଗିରଫ କରିଥିଲା। ସୂଚନା ମୁତାବକ, ଭରତପୁର ଥାନା ଶ୍ୟାମପୁର ପଣ୍ଡାକୁଦିଆ, ଭୂଦାନ ଓ ଚନ୍ଦକା ଥାନା ମଳିପଡ଼ା ମୌଜାରେ ଥିବା ଶହଶହ ଏକର ସରକାରୀ ଜମିକୁ ଜବରଦଖଲ ନେଇ ଭରତପୁର ଓ ଅନ୍ଧାରୁଆର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ରବିବାର ଅପରାହ୍ଣ ସାଢ଼େ ୪ଟା ସମୟରେ ଭୂଦାନ ଅଞ୍ଚଳରେ ସରକାରୀ ଜମି ଜବରଦଖଲକୁ ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଭରତପୁର ଗୋଷ୍ଠୀର ୩୦ରୁ ଅଧିକ ଯୁବକ ଓ ଅନ୍ଧାରୁଆ ଗୋଷ୍ଠୀର ୪୦ରୁ ଊର୍ଦ୍ଧ୍ଵ ଯୁବକ ପହଞ୍ଚି ନିଜର ପତିଆର ଜାହିର ପାଇଁ କଥା କଟାକଟି ହୋଇଥିଲେ। ହେଲେ ଏତିକିରେ କଥା ଅଟକି ନ ଥିଲା। ହାତାହାତିରୁ ବୋମାମାଡ଼, ଗାଡ଼ି ଜାଳିବା ପର୍ଯ୍ୟନ୍ତ କଥା ବଢ଼ିଥିଲା। ଉଭୟ ଗୋଷ୍ଠୀର ସମର୍ଥକ ପରସ୍ପରକୁ ଆକ୍ରମଣ କରିବା ସହ ୫ରୁ ଅଧିକ ବୋମାମାଡ଼ କରିଥିଲେ। ୪ଟି ବାଇକ୍ ଜାଳିଦେବା ସହ ୪ଟି ଭାଙ୍ଗି ଗୁଣ୍ଡ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।
ALSO RAED https://purvapaksa.com/odisha-govt-to-establish-21-new-nac/
Odisha govt to establish 21 New NAC ।। ରାଜ୍ୟରେ ଗଠନ ହେବ ଆଉ ୨୧ ଟି ନୂତନ ଏନଏସି
