ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଗୁରୁବାର କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବଂ ସମାଜର ସ୍ଥିରତା ପାଇଁ ପରିବାରରେ ଅତି କମରେ ତିନି ସନ୍ତାନ ହେବା ଉଚିତ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଜନସଂଖ୍ୟା ନୀତି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଏବଂ ଦେଶର ଜନସଂଖ୍ୟା ସନ୍ତୁଳନ ରକ୍ଷା କରିବା ପାଇଁ ଏହା ଆବଶ୍ୟକ। ଭାଗବତ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଉଥିବା ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସମାଜରେ ଯୁବ ଜନସଂଖ୍ୟାର ଅଂଶ ବଜାୟ ରଖିବା ପାଇଁ ପ୍ରତ୍ୟେକ ଦମ୍ପତି ଅତି କମରେ ତିନି ସନ୍ତାନ ଜନ୍ମ ଦେବା ଉଚିତ । ଭାଗବତ କହିଛନ୍ତି, ଏକ ବା
ଦୁଇ ସନ୍ତାନ ନୀତି ଦୀର୍ଘକାଳୀନ ଭାବେ ଜନସଂଖ୍ୟା ସଙ୍କଟ ସୃଷ୍ଟି କରିପାରେ। ଏହା ଦେଶର ଅର୍ଥନୀତି ଓ ସାମାଜିକ ସନ୍ତୁଳନ ଉପରେ ପ୍ରଭାବ ପକାଇବ। ଭାଗବତ ଜୋର ଦେଇ କହିଛନ୍ତି ଯେ ଏହା କେବଳ ସଂଖ୍ୟାର ବିଷୟ ନୁହେଁ, ବରଂ ସମାଜର ଭବିଷ୍ୟତ ଓ ସଂସ୍କୃତିର ସୁରକ୍ଷା ସହ ଜଡ଼ିତ। ସରକାରୀ ନୀତି ଓ ସାମାଜିକ ସଚେତନତା ମାଧ୍ୟମରେ ଏହି ଦିଗକୁ ଉତ୍ସାହିତ କରାଯାଇ ପାରିବ।
ପରିବାର ଯୋଜନା ଏବଂ ଜନସଂଖ୍ୟା ନୀତିରେ ସନ୍ତୁଳନର ଆବଶ୍ୟକତା ଉପରେ ମଧ୍ୟ ଭାଗବତ ଗୁରୁତ୍ଵ ଦେଇଛନ୍ତି ।ଭାରତର ଜନସଂଖ୍ୟା ନୀତି ଏକ ସମ୍ବେଦନଶୀଳ ବିଷୟ ହୋଇ ରହିଥିବା ବେଳେ ଭାଗବତଙ୍କ ଏହି ମନ୍ତବ୍ୟ ସାମାଜିକ ଓ ରାଜନୈ ମହଲରେ ବିତର୍କର କାରଣ ହୋଇପାରେ ବୋଲି କୁହାଯାଉଛି। ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ଆର ଏସଏସ୍ ମଧ୍ୟରେ ବିବାଦ ରହିଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ବେଳେ ଆଜି ଭାଗବତ କହି ଯେ ବିଜେପି ସହ କିଛି ମତଭେଦ ଥାଇପାରେ, କିନ୍ତୁ କୌଣସି ବିବାଦ ନହିଁ। ୭୫ ବର୍ଷରେ ନେତାମାନେ ଅବସର ନେବା ପ୍ରସଙ୍ଗରେ ଭାଗ କହିଛନ୍ତି, ମୁଁ କେବେ ବି ସେଭଳି କହିନାହିଁ। ମୁଁ ନିଜେ ୭୫ ବର୍ଷ ଅବସର ନେବି ନାହିଁ କି କାହାକୁ ବି ଅବସର ନେବାକୁ କହିବି ନାହିଁ।
ALSO READ https://purvapaksa.com/the-mystery-of-mountain-rain-how-do-small-clouds-cause-floods/
