Benifits Of Spinach: ଶୀତ ଋତୁ ଆସିଲେ ବଜାରରେ ଯେଉଁ ଶାଗ ଅଧିକ ପରିମାଣରେ ଦେଖାଯାଏ, ସେ ହେଉଛି ପାଳଙ୍ଗ ଶାଗ । ଶୀତଦିନେ ଏହା ଏକ ସୁପର ଖାଦ୍ୟଠାରୁ କମ୍ ନୁହେଁ ।
ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ପନିପରିବା ମଧ୍ୟରେ ଶାଗର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଶାଗ ଖାଇବାରେ ଯେତେ ସ୍ୱାଦିଷ୍ଟ ସେତେ ହିଁ ଲାଭଦାୟକ । ଶୀତଦିନେ ପାଳଙ୍ଗ ଶାଗ ଶୀତରୁ ରକ୍ଷା କରିବାରେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ, ଭିଟାମିନ୍ ଏ, ସି, ଏବଂ କେ ଭରପୂର ମାତ୍ରାରେ ରହିଛି । ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।

ପାଳଙ୍ଗ ଶାଗରେ ଅନେକ ଭିଟାମିନ୍ ରହିଛି । ଏହାସହିତ ଏହି ଶାଗରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ପାଇଁ ଖୁବ୍ ଉପକାରୀ । ଯାହା ଆମର ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ଚକ୍ଷୁକୁ ସୁସ୍ଥ ରଖିଥାଏ।

- ପାଳଙ୍ଗ ଶାଗ କେଶ ସହିତ ଚର୍ମ ପାଇଁ ମଧ୍ୟ ଲାଭଦାୟକ । ଏହା କେଶକୁ ମଜବୁତ କରିବା ସହ ଚକଚକ୍ କରିଥାଏ । ଏଥିରେ ଥିବା ଭିଟାମିନ୍ ଏ ଏବଂ ସି ଚର୍ମ ଓ ସ୍ୱାସ୍ଥ୍ୟ ପାଇଁ ଭଲ । ଏହା ଚର୍ମକୁ ହାଇଡ୍ରେଟ୍ ରଖେ ଏବଂ ବୟସର ପ୍ରଭାବ ହ୍ରାସ କରିବାରେ ସାହାଯ୍ୟ କରେ ।
- ଗର୍ଭବତୀଙ୍କ ଭିତରେ ଫଲିକ୍ ଏସିଡ୍ର ମାତ୍ରା କମ୍ ଥିଲେ ପାଳଙ୍ଗ ଖାଇବା ଜରୁରୀ । ଏହା ଦ୍ୱାରା ହେମୋଗ୍ଲୋବିନ୍ ବଢ଼ିବା ସହ କ୍ୟାଲସିୟମ ବୃଦ୍ଧି ପାଇଥାଏ।
- ପାଳଙ୍ଗ ଶାଗରେ ଫାଇବର ଓ ପାଣି ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗି ନଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
- ପାଳଙ୍ଗ ଶାଗରେ ଫାଇବର, ଆଣ୍ଟି ଅକ୍ସିଡ଼ାଣ୍ଟ, ଭିଟାମିନ ସି , ଆଇରନ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ନୂତନ କୋଷିକା ବା ସେଲ ତିଆରି କରିଥାଏ।

- ପାଳଙ୍ଗରେ ଥିବା ଫ୍ଲେବୋନାଇଡ୍ସ ଆଣ୍ଟିଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଭାବେ କାମ କରିଥାଏ । ଏଥିରେ ଥିବା ଭିଟା କେରୋଟିନ୍ ଏବଂ ଭିଟାମିନ୍ ‘ସି’ଯକ୍ଷ୍ମାରୋଗରୁ ରକ୍ଷା କରିଥାଏ।
- ପାଳଙ୍ଗ ଶାଗରେ ମାଗ୍ନେସିୟମ, ଆଇରନ ଓ ପୋଟାସିୟମ ରହିଛି । ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ପାଳଙ୍ଗରେ କ୍ୟାଲସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ।
- ତ୍ୱଚାରୁ ରୁକ୍ଷତାକୁ ଦୂର କରିବା ସହିତ କେଶ ଝଡ଼ିିବାରୁ ଏହା ମୁକ୍ତି ଦେଇଥାଏ। ଏକ ବିଡ଼ା ପାଳଙ୍ଗ ଶାଗରେ ୭ ଗ୍ରାମ କ୍ୟାଲୋରୀ ଥାଏ।

- ଡାଏବେଟିସ ରୋଗୀଙ୍କ ପାଇଁ ଏହା ବେଶ୍ ଲାଭଦାୟକ। ଏଥିରେ ମହଜୁଦ୍ ଥିବା ଭିଟାମିନ୍, ମିନେରାଲ ଏବଂ ଆଲ୍ଫା ଲିପାଇକ୍ ଏସିଡ୍ ଡାଏବେଟିସ ରୋଗୀଙ୍କଠାରେ ଥିବା ସୁଗାରର ମାତ୍ରାକୁ କମ୍ କରିଥାଏ।
- ଆଇରନରେ ଭରପୂର ପାଳଙ୍ଗ ରକ୍ତହୀନତାକୁ ରୋକିଥାଏ ଏବଂ ଶରୀରରେ ହେମୋଗ୍ଲୋବିନର ସ୍ତରକୁ ବଢ଼ାଇଥାଏ ।
ALSO READ: https://purvapaksa.com/does-eating-fish-reduce-heart-disease-lets-find-out/

