ବିବାହର ସମୟ ଚାଲିଛି । ବଜାରରେ ନୂଆ ରଙ୍ଗର ଏବଂ ବେଶ ୟୁନିକ ଷ୍ଟାଇଲର ଡ୍ରେସ ଏବଂ ଲେହେଙ୍ଗା ମିଳୁଥିବ ।
ମ୍ୟାଚିଙ୍ଗ ଡ୍ରେସ ସହ ଚପଲ, ମେକଅପ୍, ଜୁଏଲାରୀ ସହ ଭେନ୍ୟୁ ମଧ୍ୟ ମ୍ୟାଚିଙ୍ଗ କରାଯାଉଛି । ବ୍ରାଇଡାଲ୍ ଲୁକ୍ର ସୌନ୍ଦର୍ଯ୍ୟ ବୃଦ୍ଧିରେ ଅଳଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ବଧୂ ପାଇଁ ଲେହେଙ୍ଗାଠାରୁ ଆରମ୍ଭ କରି ମ୍ୟାଚିଙ୍ଗ ମାଙ୍ଗଟିକା ଏବଂ କଲିରେ କିଣିବା ପାଇଁ ଅନେକ ଚିନ୍ତା କରାଯାଇଥାଏ ।
ତେବେ ବଧୂର ପୁରା ଲୁକରେ ଚାର ଚାନ୍ଦ ଲଗେଇଥାଏ ବଧୂ ହାତରେ ଥିବା କଲିରେ । ତେବେ ବିବାହରେ କଲିରେର ଖାସ ମହତ୍ୱ ରହିଛି । ଏହା କେବଳ ବଧୂର ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଏହାକୁ ନେଇ ଏକ ନିୟମ ମଧ୍ୟ ଖେଳା ଯାଇଥାଏ । ଅନେକ ଝିଅ ଅଛନ୍ତି ଯେଉଁମାନେ ଏଥିରେ ସ୍ୱତନ୍ତ୍ର ଡିଜାଇନ୍ କରାଇଥାନ୍ତି । ଆପଣ ଚାହିଁଲେ ଏହା କରିପାରିବେ । ଅନ୍ୟଥା, ଆପଣ ବଜାରରେ ବିକ୍ରି ହେଉଥିବା କଲିରେ ମଧ୍ୟ ପିନ୍ଧିପାରିବେ । ଏଥିରେ ଆପଣ ବିଭିନ୍ନ ପ୍ରକାରର ଡିଜାଇନ୍ ପାଇବେ ।
ଯଦି ଆପଣ ଚାହାଁନ୍ତି, ଆପଣ ଏଥିରେ ଥିବା ଫୁଲର ରଙ୍ଗ ପରିବର୍ତ୍ତନ କରିପାରିବେ । ବଜାରରେ ୨୦୦୦ରୁ ୫୦୦୦ ଭିତରେ ଆପଣ ଏହାକୁ କିଣି ପାରିବେ । ଯଦି ଆପଣ ମଧ୍ୟ ନିଜ ବିବାହରେ କଲିରେ ପିନ୍ଧିବାକୁ ଚାହୁଁଛନ୍ତି, କିନ୍ତୁ କେଉଁ ପ୍ରକାରର ପିନ୍ଧିବେ ଏବଂ କେଉଁ ପ୍ରକାରର କଲିରେ ଆପଣଙ୍କ ଉପରେ ଭଲ ଦେଖାଯିବ ସେ ବିଷୟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି? ତେବେ ଆସନ୍ତୁ ଦେଖିବା ଆପଣଙ୍କୁ ପସନ୍ଦ ଆସୁଥିବା ଭଳି କିଛି କଲିରେ ।
ବଜାରରେ ଏତେଗୁଡ଼ିଏ ବିକଳ୍ପ ଥିବା ସତ୍ୱେ ଆପଣଙ୍କ ବିବାହ ପୋଷାକ ସହିତ କେଉଁ ରଙ୍ଗ ସମ୍ପୂର୍ଣ୍ଣ ରୂପେ ମେଳ ଖାଇବ ତାହାକୁ ନେଇ ଗୁରୁତ୍ୱ ଦେବା ଆବଶ୍ୟକ ।
- ଅସଲି ଏବଂ କୃତ୍ରିମ ଫୁଲରେ ତିଆରି ହୋଇଥିବା କଲିରେ ଦେଖିବାକୁ ବେଶ ସୁନ୍ଦର ହୋଇଥାଏ । ଚୁଡ଼ି ଭଳି ଦେଖାଯାଉଥିବା କଲିରେରେ ଅନେକ ପ୍ରକାରର ସୁନ୍ଦର ଫୁଲ ଲଗେଇ ତିଆରି କରାଯାଇଥାଏ । ଯେତେବେଳେ କୌଣସି ବଧୂ ଏଭଳି କଲିରେ ପିନ୍ଧିଥାନ୍ତି, ସେତେବେଳେ ସେମାନେ ଅନେକ ସୁନ୍ଦର ଦେଖା ଯାଇଥାନ୍ତି । ବଜାରରେ ଅନେକ ଭିନ୍ନ ଡିଜାଇନ୍ ଏବଂ ରଙ୍ଗରେ ଏଗୁଡ଼ିକ ଉପଲବ୍ଧ । ଏହାକୁ ଆପଣ ଆପଣଙ୍କ ବିବାହ ପୋଷାକ ଅନୁଯାୟୀ କିଣି ପାରିବେ ।
- ଛୋଟ ଛୋଟ ମୋତି ବା ପର୍ଲରେ ତିଆରି କଲିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଏହାକୁ ଆପଣ କୌଣସି ଡ୍ରେସ ସହ ପିନ୍ଧି ପାରିବେ । ଏହା ଫୁଲ ଭଳି କିଛି ସମୟ ପରେ ଝାଉଁଳି ପଡେ ନାହିଁ । ଏହାକୁ ପିନ୍ଧିବା ଦ୍ୱାରା ହାଲୁକା ମଧ୍ୟ ଅନୁଭବ ହୋଇଥାଏ । ଏହା ଯେତେ ୟୁନିକ ହୋଇଥାଏ ସେତେ ହିଁ ଆପଣ ଷ୍ଟାଇଲିସ ଦେଖାଯାଇଥାନ୍ତି ।
- ବର୍ତ୍ତମାନ ସମୟର ଏହା ସବୁଠାରୁ ଟ୍ରେଣ୍ଡି କଲେରୀ ମଧ୍ୟରୁ ଗୋଟିଏ । ଏହାକୁ କୌଡ଼ିରୁ ତିଆରି କରାଯାଏ । ଏହାକୁ ଏକ ବଡ଼ ସୁନା ରଙ୍ଗର ଚୁଡ଼ି ସହିତ ଖଞ୍ଜି ତିଆରି କରାଯାଏ । ଛୋଟ ଛୋଟ କୌଡ଼ିର କାମ ପାଇଁ ସେହି କଲିରେର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଥାଏ ।
- ଆପଣ ନିଜ ପସନ୍ଦ ଅନୁଯାୟୀ ଚନ୍ଦ୍ର, ତାରା, ପକ୍ଷୀ ଏବଂ ଡୋଲି ପରି ବିଭିନ୍ନ ପ୍ରକାରର ଅଳଙ୍କାର ଯୋଗ କରି ଏହି କଲିରେଗୁଡ଼ିକୁ ଅଧିକ ଆକର୍ଷଣୀୟ ଏବଂ ଚମତ୍କାର କରିପାରିବେ । ଏଗୁଡ଼ିକରେ ମୋତି କାମ ଅତି କମ୍ କରାଯାଇଥାଏ । ଆପଣ ସେମାନଙ୍କୁ ଯେକୌଣସି ନାମ ସହିତ କଷ୍ଟୋମାଇଜ୍ କରିପାରିବେ, ଯାହା ଆପଣଙ୍କର ବିଶେଷ ଦିନକୁ ସବୁଦିନ ପାଇଁ ସ୍ମରଣୀୟ କରିବ ।
- ବଧୂମାନଙ୍କ ମଧ୍ୟରେ ଏହା ସବୁଠାରୁ ପସନ୍ଦିତ ଡିଜାଇନ୍ । ଏଗୁଡ଼ିକ ବହୁତ ପୁରୁଣା କିନ୍ତୁ ସବୁଠାରୁ ଲୋକପ୍ରିୟ କଲିରେ । ଏହା ଏକ ଝୁମର ଭଳି ବଡ଼ ଚୁଡ଼ି ସହିତ ସଂଲଗ୍ନ ହୋଇଛି, ଯାହା ତଳେ ଅନେକ ମୋତି ଲଗାଯାଇଛି । ସେଗୁଡ଼ିକ ବଡ଼ ,ସୁନ୍ଦର ଏବଂ ଲମ୍ବା । ପୂର୍ବରୁ ଏହାକୁ ବିଶେଷ ଭାବରେ ପଞ୍ଜାବୀ ବଧୂମାନେ ପିନ୍ଧୁଥିଲେ, କିନ୍ତୁ ଆଜି ଏହା ଏକ ଟ୍ରେଣ୍ଡି ଫ୍ୟାଶନ୍ ଭାବରେ ପରିଚିତ । ବର୍ତ୍ତମାନ ଏହାକୁ ସମସ୍ତେ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।
ALSO READ: https://purvapaksa.com/how-to-creat-baby-girl-name/