Summer Drink: ଗ୍ରୀଷ୍ମ ଋତୁରେ ଲୁ ଏବଂ ଡିହାଇଡ୍ରେସନର ସମସ୍ୟା ଅଧିକ ବଢ଼ିଯାଇଥାଏ । ଏହି ସମସ୍ୟାକୁ କମ କରିବା ପାଇଁ ଆପଣ କିଛି ବିଶେଷ ଡ୍ରିଙ୍କ୍ସକୁ ବ୍ୟବହାର କରିପାରିବେ।
ଏପ୍ରିଲ ମାସ ଆରମ୍ଭ ହୋଇସାରିଛି, ବର୍ତ୍ତମାନ ଗରମ ନିରନ୍ତର ତୀବ୍ରତାର ସହ ବୃଦ୍ଧି ହେବ। ଗରମ ବୃଦ୍ଧିପାଇଁ ଲୋକଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରଖର ସୂର୍ୟକିରଣ ଓ ଗରମ ପବନର କାରଣରେ ଦେହରେ ଜଳର ପରିମାଣ କମିବାରେ ଲାଗିଥାଏ । ଯାହା ଦ୍ୱାରା ଡିହାଇଡ୍ରେସନ ଓ ହିଟ୍ ସ୍ଟ୍ରୋକ୍ ସଂକଟ ବୃଦ୍ଧି ହୁଏ। ସେଥିରେ ଆପଣ କିଛି ବିଶେଷ ପ୍ରକାର ଡ୍ରିଙ୍କ୍ସ ଗ୍ରହଣ କରି ନିଜକୁ ଲୁରୁ ରକ୍ଷା କରିପାରିବେ।
ବେଲର ସରବତ – ବେଲର ସରବତ ଆପଣଙ୍କୁ ଲୁରୁ ବଞ୍ଚାଇବା ସହିତ ପାଚନ ତନ୍ତ୍ରକୁ ମଜବୁତ କରିବି। ଏହା ସହ ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ମଧ୍ୟ ରଖିବ ।
ଆମ୍ବ ପନ୍ନା – ଅତ୍ୟଧିକ ଗରମରୁ ବଞ୍ଚିବା ପାଇଁ ଆମ୍ଭ ପନ୍ନା ସବୁଠୁ ଅଧିକ ଲାଭକାରୀ ହୋଇପାରେ । କଞ୍ଚା ଆମ୍ବରୁ ତିଆରି ହୋଇଥିବା ଏହି ଡ୍ରିଙ୍କ୍ ଶରୀରକୁ ଠଣ୍ଡା କରେ ଏବଂ ଇଲେକ୍ଟ୍ରୋଲାଇଟ୍ ସମତୁଲନ ବିଜାଇ ରଖେ। ଏଥିରେ ପୁଦୀନା, ଭଜା ଜୀରା ଏବଂ କଳା ଲୁଣ ଥାଏ, ଯାହା ଏହାର ସ୍ୱାଦ ଏବଂ ଲାଭ ବଡ଼ାଇ ଦେଇଥାଏ।
ଛତୁଆ ସରବତ – ଛତୁଆ ଶରୀରକୁ ଏନର୍ଜୀ ଯୋଗାଇଥାଏ । ଯାହା ସହାୟକାରୀ ଭାବରେ ଆପଣଙ୍କୁ ଲୁରୁ ରକ୍ଷା କରିପାରିବ । ଏହା ସହିତ ଡିହାଇଡ୍ରେସନ୍ରୁ ବି ଆପଣଙ୍କୁ ସୁରକ୍ଷିତ ରଖିବ ଏବଂ ଅନେକ ସମୟ ପର୍ଯ୍ୟନ୍ତ ପେଟକୁ ଭରା ରଖିବ।
ଲେମ୍ବୁ ପାଣି – ଲୁରୁ ସୁରକ୍ଷିତ ରଖିବା ପାଇଁ ଆପଣ ଲେମ୍ବୁ ପାଣିର ସେବନ କରିପାରିବେ। ଏହା ଶରୀରକୁ ଠଣ୍ଡା ଦେଇଥାଏ ଏବଂ ଏନର୍ଜି ବୁଷ୍ଟର ଭଳି କାର୍ଯ୍ୟ କରିଥାଏ । ଲେମ୍ବୁରେ ଥିବା ବିଟାମିନ୍ C ଏବଂ ୱ୍ୟାଳେକ୍ଟ୍ରୋଲାଇଟ୍ସ ଆମକୁ ଲୁରୁ ସୁରକ୍ଷିତ ରଖିଥାଏ ।
ନାଡ଼ିଆ ପାଣି – ଗରମରେ ଲୁକୁ ପ୍ରତିରୋଧ କରିବା ପାଇଁ ନାଡ଼ିଆ ପାଣିର ଉପଯୋଗ କରିବା ଲାଭଦାୟକ ହୋଇପାରେ। ଏହା ପ୍ରାକୃତିକ ଇଲେକ୍ଟ୍ରୋଲାଇଟ୍ସ୍ରେ ଭର୍ପୁର ହୋଇଥାଏ। ହିଟ୍ ସ୍ଟ୍ରୋକ୍ ଓ ଡିହାଇଡ୍ରେସନ୍ରୁ ବଞ୍ଚିବା ପାଇଁ ଆପଣ ଏହାକୁ ଗୋଟିଏ ଦିନରେ 1-2 ଥର ପିଇପାରିବେ।