ଗୁରୁବାର ସନ୍ଧ୍ୟାରେ ବରଗଡ଼ ସହରର ହାଟପଦା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ଗୋଷ୍ଠୀ ସଂଘର୍ଷ, କୌଣସି ଏକ ପୁରୁଣା ଶତ୍ରୁତା କିମ୍ବା ତତ୍କାଳୀନ ବିବାଦକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଦେଖୁ ଦେଖୁ ଏହି ବିବାଦ ଉଗ୍ର ରୂପ ନେଇଥିଲା ଏବଂ ମାରଣାସ୍ତ୍ର ବୁଲିଥିଲା। ଯେଉଁଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ଆକ୍ରମଣରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସହ ଥିବା ଅନ୍ୟ ଦୁଇଜଣ ସାଙ୍ଗ ମଧ୍ୟ ମାରାତ୍ମକ ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟିବା ପରେ ବରଗଡ଼ ସହରରେ ଭୟର ବାତାବରଣ ଦେଖାଇଦେଇଛି।
ସହରରେ ନିଶା କାରବାର ବଢୁଥିବା ବେଳେ ହତ୍ୟା ଲୁଟପାଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି ତେବେ ଆଜି ଏହି ଘଟଣା ଘଟିବା ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସହରରେ ଏବେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଏହି ସଂଘର୍ଷର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୋଲିସ କେଉଁମାନଙ୍କୁ ଗିରଫ କରୁଛି ଏବଂ ଏହା ପଛରେ କାହାର ହାତ ଅଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
AlsoRead; https://purvapaksa.com/friday-prayers-in-pakistan-turned-bloody/
ଶୁକ୍ରବାର ନମାଜରେ ରକ୍ତରଞ୍ଜିତ ହେଲା ପାକିସ୍ଥାନ || Friday prayers in Pakistan turned bloody


