Acharya Satyendra Das: ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ବ୍ରେନ୍ ଷ୍ଟ୍ରୋକ୍ ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ଦିନ ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା।
ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏସ୍ଜିପିଜିଆଇ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ପୂଜକଙ୍କ ମୃତ୍ୟୁ ଖବର ତାଙ୍କ ଶିଷ୍ୟ ପ୍ରଦୀପ ଦାସ ନିଶ୍ଚିତ କରିଛନ୍ତି।
ପ୍ରଦୀପ ଦାସଙ୍କ କହିବା ନୁଯାୟୀ, ଗୁରୁବାର ଅଯୋଧ୍ୟାରେ ସରୟୁ ନଦୀ କୂଳରେ ବୃଦ୍ଧ ପୁରୋହିତଙ୍କ ଅନ୍ତିମ ସଂସ୍କାର କରାଯିବ ଏବଂ ତାଙ୍କ ମୃତଦେହକୁ ଲକ୍ଷ୍ନୌରୁ ପବିତ୍ର ସହରକୁ ନିଆଯାଉଛି।
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ବ୍ରେନ୍ ଷ୍ଟ୍ରୋକ୍ ରେ ପୀଡ଼ିତ ହୋଇ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଏକ ବିବୃତିରେ ଏସ୍ଜିପିଜିଆଇ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ବୋଲି ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ପୂଜକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବୃଦ୍ଧ ପୁରୋହିତଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି।
ଗତ ମାସରେ ରାମଲଲା ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହର ପ୍ରଥମ ବାର୍ଷିକ ଉତ୍ସବରେ ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଯୋଗ ଦେଇଥିଲେ।
ସେ ଏହି ଉତ୍ସବକୁ ଅତ୍ୟନ୍ତ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି।
ଉତ୍ତରାଖଣ୍ଡରେ ଅଛି ୬୮ ଶୀତଳ ଭଣ୍ଡାର,ଓଡ଼ିଶା ସଂଖ୍ୟା ଜାଣିଲେ ମୁଣ୍ଡରେ ଦେବେ ହାତ