Author: NAZMEEN PARWEEN

ସାମାଜିକ ଜୀବନରେ ଏକ ସାଧାରଣ କଥା ଅଛି—ଯଦି ନିଜ ଲୋକ ନିଜ ପରିବାର ସଦସ୍ୟକୁ ଗାଳି ଦିଏ, ତେବେ ତାହାକୁ ‘ଘରୋଇ କଳି’ କହି ଏଡ଼ାଇ ଦିଆଯାଏ। କିନ୍ତୁ ଯଦି କୌଣସି ବାହାର ଲୋକ ସେହି ସମାନ କଥା କୁହେ, ତେବେ ପରିବାରର ମୁଖିଆଙ୍କଠାରୁ ଆରମ୍ଭ କରି ସାନ ସାନ ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ମାରିବାକୁ ଗୋଡ଼େଇ ଉଠନ୍ତି। ଓଡ଼ିଶା ରାଜନୀତିର ବର୍ତ୍ତମାନର ଚିତ୍ର କିଛି ଏହିଭଳି। ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହାକୁ ନେଇ ବିଜେଡି ଶିବିର ସହିତ ବିଜେଡିରୁ ତଡ଼ା ଖାଇ ବିଜେପିରେ ଥିବା କିଛି ନେତାଙ୍କ ଭିତରେ ଯେଉଁ କମ୍ପନ ସୃଷ୍ଟି ହୋଇଛି, ତାହା ଅନେକ ଅକୁହା ପ୍ରଶ୍ନକୁ ଜନ୍ମ ଦେଇଛି। ଏହି ବିବାଦ ଜଣେ ଜୀବିତ ନେତାଙ୍କୁ ନେଇ ନୁହେଁ, ବରଂ ଓଡ଼ିଶାର ଜନମାନସରେ ଦେବତା ଭଳି ପୂଜା ପାଉଥିବା ପ୍ରବାଦ ପୁରୁଷ ବିଜୁ…

Read More