Author: NAZMEEN PARWEEN

ଓଡ଼ିଶାର ଉତ୍ତର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ କେନ୍ଦୁଝର ଜିଲ୍ଲା। ଏହା ଏମିତି ଏକ ଭୂମି, ଯାହାକୁ ପ୍ରାକୃତିକ ସମ୍ପଦର ଭଣ୍ଡାର ବୋଲି କୁହାଯାଏ। ଦେଶର ମୋଟ ଲୁହା ପଥରର ପ୍ରାୟ ୩୪ ପ୍ରତିଶତ ଏଠାରେ ରହିଛି। ଏହି ଜିଲ୍ଲା କେବଳ ଅର୍ଥନୈତିକ ଦୃଷ୍ଟିରୁ ନୁହେଁ, ରାଜନୈତିକ ଓ ସାମାଜିକ ଭାବେ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ ଉଦୟ ହୋଇଛନ୍ତି ଓଡ଼ିଶାର ପ୍ରଥମ ଫୁଲ ଟାଇମ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଡ଼ୋଶୀ ମୟୁରଭଞ୍ଜ ଦେଇଛି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରମତୀ ଦ୍ରୌପଦୀ ମୁର୍ମୁ। ଏହି ସମସ୍ତ ଗର୍ବ ମଧ୍ୟରେ ହଠାତ୍ ଆସିଥିବା ଏକ ଘଟଣା ଓଡ଼ିଶାର ମାନମର୍ଯ୍ୟାଦାକୁ ପ୍ରଶ୍ନର ସମ୍ମୁଖୀନ କରିଦେଇଛି। ଜିତୁ ମୁଣ୍ଡାଙ୍କ ଘଟଣା—ଏକ ଏମିତି ଦୃଶ୍ୟ ଯାହା ଶୁଣିଲେ ମନ କମ୍ପିଯାଏ, ଦେଖିଲେ ଆତ୍ମା ବିଳାପ କରି ଉଠେ। ଏହା କେବଳ ଜିତୁ ମୁଣ୍ଡାର ଦୁର୍ଭାଗ୍ୟ ନୁହେଁ, ବରଂ ଆମ ଗଣତନ୍ତ୍ର ଏବଂ ବ୍ୟାଙ୍କିଙ୍ଗ…

Read More